ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷା ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଗଣଶିକ୍ଷା ଵିଭାଗକୁ ଚିଠି ଲେଖିଲେ ଫୁଲବାଣୀ ବିଧାୟକ

ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗର ଯୁଗ୍ମ ସମ୍ପାଦକ ଆୟୁଷ୍ମାନ ଚୌଧୁରୀ ଫୁଲବାଣୀ ବିଧାୟକ ଶ୍ରୀ ଉମାଚ଼ରଣ ମଲ୍ଲିକଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ, ଏହାକୁ ମାନ୍ୟବର ବିଧାୟକ ଅତି ଗମ୍ଭୀରତାର ସହ ନେଇ ଓଡ଼ିଶା ସରକାରଙ୍କ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ସଚ଼ିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଙ୍କୁ ଚିଠି କରିଛନ୍ତି।ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ପି.ଡବ୍ଲୁ.ଡ଼ି ଆକ୍ଟ ୧୯୯୫, ଆର.ପି.ଡବ୍ଲୁ.ଡ଼ି ଆକ୍ଟ ୨୦୧୬ ଏବଂ ଆର.ଟି.ଇ ଆକ୍ଟ ୨୦୦୯ ରହିଛି ତତସହିତ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ‌ ୨୦୨୧ ମସିହା ଅକ୍ଟୋବର ୨୮ ତାରିଖ ଡବ୍ଲୁ.ପି (ସି ) ୧୩୨ ଅଫ୍ ୨୦୧୬ ରହିଛି। ସାଧାରଣ ବିଦ୍ୟାଳୟରେ କେତେ ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ନାମ ଲେଖାଇଛନ୍ତି ବୋଲି ବିଧାନସଭାର ପ୍ରଶ୍ନ ର ଉତ୍ତରରୁ‌ ଜଣାପଡିଛି ଯେ, ପ୍ରତ୍ୟେକ ବର୍ଷ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ଅଧାରୁ ପାଠ ଛାଡୁଛନ୍ତି, ସେମାନଙ୍କ ପାଇଁ ସ୍ବତନ୍ତ୍ର ତାଲିମ୍ ପ୍ରାପ୍ତ ଶିକ୍ଷକ ନିଯୁକ୍ତି ହୋଇନଥିବା ଏହାର ମୁଖ୍ୟ କାରଣ।ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ ମାନ୍ୟବର ବିଧାୟକଙ୍କ ପଦକ୍ଷେପ କୁ ଓଏସ୍ଇଏଫଡ଼ି ସଂଘ, ଅଭିଭାବକ ମାନେ ସାଧୁବାଦ ଜଣାଇଛନ୍ତି