ସରପଞ୍ଚ ଙ୍କୁ ବିଡ଼ିଓ ଙ୍କ ଦୁର୍ବ୍ୟବହାର ଘଟଣା: ସାତ ଦିନ ବିତିଲା କାର୍ଯ୍ୟାନୁଷ୍ଠାନ ଶୁନ,ସଂଘ କ୍ଷୁବ୍ଧ

ଦାରିଙ୍ଗବାଡି,(ତରଣୀ ସାହୁ): ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର ସରପଞ୍ଚ ଙ୍କୁ ଦୁର୍ବ୍ୟବହାର କରିବା ଓ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଟଙ୍କା କୁ ଆତ୍ମସାତ କରିବା ଅଭିଯୋଗ ରେ କନ୍ଧମାଳ ଜିଲ୍ଲା ସରପଞ୍ଚ ସଂଘ ସମେତ ଦାରିଙ୍ଗବାଡି ବ୍ଲକ ସଂଘ ପକ୍ଷରୁ ଗତ ୩ ତାରିଖ ଦିନ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋୟି ଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିଲା । ୭ ଦିନ ମଧ୍ୟରେ ବିଡ଼ିଓ ଙ୍କ ବଦଳି ସହ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର ତଦନ୍ତ କରିବା ପାଇଁ ସଂଘ ଦାବି ରଖିଥିଲେ ସୁଦ୍ଧା ଅଭିଯୋଗ ର ୯ ଦିନ ବିତିଯାଇଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଶୁନ । ଫଳରେ ଦାରିଙ୍ଗବାଡି ବ୍ଲକ ସରପଞ୍ଚ ସଂଘ ପକ୍ଷରୁ କ୍ଷୁବ୍ଧ ପ୍ରକାଶ କରାଯାଇଛି । ଏନେଇ ସରପଞ୍ଚ ମାନେ ଦାରିଙ୍ଗବାଡି ପଞ୍ଚାୟତର ସଭାଗୃହ ଠାରେ ଗୁରୁବାର ଦିନ ଏକ ବୈଠକ କରିଥିଲେ । ଜିଲ୍ଲା ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ସଂଘ ଅଭିଯୋଗ କରିଥିବା ବେଳେ ଜିଲ୍ଲା ପ୍ରଶାସନ ତଦନ୍ତ ବଦଳରେ ଘଟଣାକୁ ଚପେଇ ଦେବାକୁ ଉଦ୍ୟମ କରୁଥିବା ସଂଘ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ଠାରୁ ଯେଉଁ ନ୍ୟାୟ ଆସା କରିଥିଲେ ତାହା ମଉଳି ଯାଇଛି। ଜିଲ୍ଲା ପ୍ରଶାସନ ଉପରେ ସଂଘ ବିଶ୍ୱାସ କରିନଥିବା ବେଳେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଭେଟି ଅଭିଯୋଗ ପ୍ରଦାନ କରିବା ସହ ପଞ୍ଚାୟତରାଜ ମନ୍ତ୍ରୀ ଙ୍କୁ ମଧ୍ୟ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିବେ ବୋଲି ନିଷ୍ପତି ନେଇଛନ୍ତି । ଏଥି ସହିତ ଉକ୍ତ ଘଟଣା ରାଜ୍ୟ ସଂଘ କୁ ଜଣାଇ ଦିଆଯାଇଥିବା ସଂଘ ପକ୍ଷରୁ କୁହାଯାଇଛି । ଯଦି ଯଥା ଶୀଘ୍ର ବିଡ଼ିଓ ଙ୍କ ବଦଳି ଓ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ତଦନ୍ତ ଆରମ୍ଭ ନହୁଏ ସଂଘ ବିରୋଧ ପ୍ରଦର୍ଶନ କରିବ ବୋଲି କହିଛି । ଗତ ୩୧ ତାରିଖ ଦିନ ସୁଭଦ୍ରା ଓ ପିଏମ ବିଶ୍ଵକର୍ମା ଯୋଜନା କାର୍ମଶାଳା ବୈଠକ ରେ ବିଡ଼ିଓ ସରପଞ୍ଚ ଙ୍କୁ ଦୁର୍ବ୍ୟବହାର କରିଥିବା ବେଳେ ପୂର୍ବରୁ ମଧ୍ୟ ଅନ୍ୟ ସରପଞ୍ଚ ଙ୍କୁ ବିଡ଼ିଓ ଦୁର୍ବ୍ୟବହାର କରିବା ଓ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପରେ ଟଙ୍କା ଆତ୍ମସାତ ନେଇ ସଂଘ ପକ୍ଷରୁ ଅଭିଯୋଗ କରାଯାଇଥିଲା ।