ଢେଙ୍କାନାଳ,୨୯.୦୮(ଶୁଭମ ପାଣି): କୈବଲ୍ୟ ବଜାର ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି କାଳୀୟ ଦଳନ ଏକାଦଶୀ ଥିବାରୁ ବିଶେଷ ପୂଜା ଅର୍ଚ୍ଚନା କରାଯାଇଥିଲା । ସକାଳୁ ମଙ୍ଗଳ ଆଳତି, ମହାସ୍ନାନ, ଫୁଲହାର, ତୁଳସୀ ହାର ଲାଗି କରାଯାଇଥିଲା। ବଲ୍ଲଭ ଭୋଗ, ଦଶଟା ରେ ଖେଚୁଡ଼ି ଭୋଗ,ମଧ୍ୟାହ୍ନ ରେ ଅନ୍ନ ଭୋଗ, ସଂଧ୍ୟା ଆଳତୀ ,ରାତ୍ର ଧୁପ ପରେ ଏକାଦଶୀ ବେଢ଼ା ମହାଦୀପ ମନ୍ଦିର ଉପରକୁ ଉଠିବ। ପୂଜକ ମଳୟ କର, ପୂଜକ ମନ ସୁମନ ମିଶ୍ର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜ ମୋହନ ମହାପାତ୍ର, କହାଲିଆ ଟୀକନ ବେହେରା ଏବଂ ଜୀମାଦାର୍ ଶ୍ୟାମସୁନ୍ଦର ପାଣଗ୍ରାହୀଙ୍କ ଉପସ୍ଥିତି ରେ ଏହି କାଳୀୟ ଦଳନ ଏକାଦଶୀ ପାଳନ କରାଯାଇଥିଲା।