ଢେଙ୍କାନାଳ,(ଶୁଭମ ପାଣି):ଢେଙ୍କାନାଳ ମୀନା ବଜାର ସ୍ଥିତ କୁମ୍ଭାର ସାହିରେ ଦୀର୍ଘ ସାତ ବର୍ଷ ହେବ ଝିଅ ବୋହୂ ମାନେ ଖୁଦୁରୁକୁଣୀ ମା ମଙ୍ଗଳାଙ୍କ ଓଷା ପାଳନ କରି ଆସୁଛନ୍ତି। ଆଜି ପ୍ରଥମ ପାଳିରେ କଳସ ସ୍ଥାପନ ଓ ବାଲୁଙ୍କା ପୂଜା କରି ମା ମଙ୍ଗଳାଙ୍କୁ ଆବାହନ କରି ନୂତନ ବସ୍ତ୍ର, ବିଭିନ୍ନ ଫୁଲ, ଶଙ୍ଖା ସିନ୍ଦୂର ଦେଇ ମାଁଙ୍କୁ ସୁସଜ୍ଜିତ କରି ଓ ସକାଳେ ବିଭିନ୍ନ ଭୋଗ ଲାଗି କରାଯାଇଥିଲା।ସଂଧ୍ୟା ରେ ଦିପ ଝୁଣା ଦେଇ ମାଙ୍କୁ ଆଳତି କରି ବନ୍ଦାପନା କରାଯାଇଥିଲା। ବିଭିନ୍ନ ଫଳମୂଳ, ଉଖୁଡା ରାସିଲଡୁ ଭୋଗ ମା’ଙ୍କ ପାଖରେ ଲାଗି କରାଯାଇଥିଲା। କର୍ପୂର ଆଳତି କରିଥିଲେ। ସଂଧ୍ୟା ରେ ଓଷା ବହି ପଠନ କରିଥିଲେ। ସମସ୍ତ ସଦସ୍ୟ ମାନଙ୍କ ଉପସ୍ଥିତି ପୂଜାର୍ଚ୍ଚନା କରାଯାଇଥିଲା ।