ଦାରିଙ୍ଗବାଡି,(ତରଣୀ ସାହୁ): ମୋ ହସ୍ପିଟାଲ ଉଦ୍ଘାଟନ ହୋଇ ୫ ମାସ ବିତିଲା । ହେଲେ ଆଜି ପର୍ଯ୍ୟନ୍ତ ଉକ୍ତ କୋଠାରେ ବହିର୍ବିଭାବରେ ରୋଗୀ ସେବା ଆରମ୍ଭ ହୋଇ ନଥିବା ବେଳେ କାନ୍ଥରେ ଫାଟ ଦେଖିବାକୁ ମିଳିଛି । ଏଭଳି କିଛି ଦେଖିବାକୁ ମିଳିଛି ଦାରିଙ୍ଗବାଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ । ଉକ୍ତ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ରାଜ୍ୟ ସରକାର ୫ ଟିରେ ରୂପାନ୍ତରିକରଣ କରିବା ନିମନ୍ତେ ୨୦୨୩ ମସିହାରେ ମୋ ହସ୍ପିଟାଲ ଯୋଜନାରେ ସାମିଲ କରିଥିଲେ । ଏଥି ପାଇଁ ୨ କୋଟି ୮୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଚଳିତ ବର୍ଷ ଫେବୁରାରୀ ୧୭ ତାରିଖ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ଉଦ୍ଘାଟନ କରିଥିଲେ । ହେଲେ ଉଦ୍ଘାଟନ ହୋଇ ୫ ମାସ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବହିର୍ବିଭାଗରେ ରୋଗୀ ସେବା ଆରମ୍ଭ ହୋଇନଥିବା ବେଳେ ନିର୍ମାଣ ହୋଇଥିବା କୋଠାରେ ଫାଟ ଦେଖା ଗଲାଣି । ଏଭଳି କି ଯେଉଁ ପୁରୁଣା କୋଠାରେ ପୁଟି ଓ ରଙ୍ଗ ମାରାଯାଇ ଥିଲା ତାହା ମଧ୍ୟ କିଛି କିଛି ସ୍ଥାନରେ ଛାଡି ଗଲାଣି । ନିମ୍ନ ମାନର କାମ ଯୋଗୁଁ ୫ ମାସ ନବିତୁଣୁ କାନ୍ଥରେ ଫାଟ ଦେଖା ଯାଇଥିବା ବେଳେ ପୂଟି ଛାଡି ଯାଇଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି । କାର୍ଯ୍ୟ ଆରମ୍ଭ ରୁ ନିମ୍ନ ମାନର କାର୍ଯ୍ୟ ହେଉଥିବା ନେଇ ସେତେବେଳେ ଅଭିଯୋଗ ହୋଇଥିଲେ ସୁଦ୍ଧା ଦାଇତ୍ୱରେ ଥିବା ଅଧିକାରୀ ଏଥି ପ୍ରତି କୌଣସି ଦୃଷ୍ଟି ଦେଇ ନଥିବା ଯୋଗୁଁ ଆଜି କାନ୍ଥ ରେ ଫାଟ ଦେଖା ଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ୫ ମାସରେ ଯଦି କାନ୍ଥରେ ଫାଟ ଦେଖା ଦେଲାଣି ତାହାଲେ ଆଗକୁ କୋଠାର ଅବସ୍ଥା କଣ ହେବ ? ତାକୁ ନେଇ ଅଞ୍ଚଳବାସୀ ଚିନ୍ତାପ୍ରକଟ କରିଥିବା ବେଳେ ଆଗାମୀ ଦିନରେ ଉକ୍ତ କୋଠା ସାଧାରଣ ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେବ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏଣୁ ଏହାର ସଠିକ୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି ହୋଇଛି । ଏନଆରଏଚଏମର କନିଷ୍ଠ ଯନ୍ତ୍ରୀ ମୋନୋଜ ବାରିକ୍ ଙ୍କୁ ପଚାରିବାରୁ ସେ କହିଲେ ଗୁରୁବାର ଦିନ ଠାରୁ ରୋଗୀ ସେବା ଆରମ୍ଭ ହେବ ବୋଲି କହିଥିବା ବେଳେ କାନ୍ଥରେ କୌଣସି ଫାଟ ନଥିବା ସଫେଇ ଦେଇଥିଲେ ।