ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଙ୍କୁ ନିଜ ଜନ୍ମମାଟି ରେ ଉଚ୍ଚ୍ବସିତ ସମ୍ବର୍ଦ୍ଧନା ସମାବେଶ

ଆଜି ଗମ୍ଭାରୀମୁଣ୍ଡା ଠାରେ ଓଡ଼ିଶା ସରକାରଙ୍କ ଆଇନ,ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଙ୍କୁ ନିଜ ଜନ୍ମମାଟିରେ ପାଟପଟୁଆର ମାଧ୍ୟମରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇ ଗମ୍ଭାରୀମୁଣ୍ଡା ବଜାରରେ ବିଶାଳ ଶୋଭାଯାତ୍ରା କରାଯାଇଥିଲା,ଏହାପରେ ଆରାଧ୍ୟ ଦେବତା ବାବା ବାଙ୍କନିଧି ଦେବ ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରି ଅଞ୍ଚଳବାସୀଙ୍କ ଶୁଭ ମନାସି ଥିଲେ।ଏହାପରେ ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ଗସ୍ତ କରିବା ସମୟରେ ବିଦ୍ୟାଳୟ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ଏବଂ ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ଓ ମା’ ସରସ୍ଵତୀ ଙ୍କୁ ପ୍ରଣାମ କରି ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଜାତୀୟବାଦୀ ନାଟ୍ୟକାର ତଥା ବିପ୍ଲବୀ ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ପର୍ଶୁରାମ ହରିଚ଼ନ୍ଦନ,ପୃଷ୍ଠପୋଷକ ତଥା ସମାଜସେବୀ ସ୍ବର୍ଗତ ଭାଗିରଥି ମାଲୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଓ ଶିକ୍ଷକ ଓ କର୍ମଚାରୀମାନଙ୍କ କିଛି ସମୟ ବିତାଇଥିଲେ।

ଏହାପରେ ପତିତପାବନ କଲ୍ୟାଣ ମଣ୍ଡପ ଠାରେ ବିଶିଷ୍ଟ ସମାଜସେବୀ ଡ଼ାଃ ସୁରେନ୍ଦ୍ର ନାଥ ଦାସ ଙ୍କ ଅଧ୍ୟକ୍ଷତାରେ ଉଚ୍ଚ୍ବସିତ ସମ୍ବର୍ଦ୍ଧନା ସମାବେଶ ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଙ୍କୁ ବାଣପୁର ପ୍ରାଥମିକ ଶିକ୍ଷକ ସଂଗଠନ, ମହିଳା ସଗଠନ ଓ ବିଭିନ୍ନ ସାମାଜିକ ସଂଗଠନ, ଦଳୀୟ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ମାନେ ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ। ଏହି ସଭାରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ,ସମସ୍ତ‌ ପ୍ରତିଶ୍ରୁତି ପୂରଣ କରିବା ପାଇଁ ମୁଁ ସଂକଳ୍ପବଦ୍ଧ ଏବଂ ବିକଶିତ ଚ଼ିଲିକା ଓ ବିକଶିତ ଓଡ଼ିଶା ଗଠନ ନିମନ୍ତେ ମୁଁ ପ୍ରତିଶ୍ରୁତିବଦ୍ଧ ଏବଂ ଆପଣମାନଙ୍କ ଅକୁଣ୍ଠ ସ୍ନେହ, ଶ୍ରଦ୍ଧା,ଭଲପାଇବା ଓ ଆଶୀର୍ବାଦ ପାଇଁ ମୁଁ ଆପଣ‌ ମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି।ଏହି ସମ୍ବର୍ଦ୍ଧନା ସଭା ରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ,ବରିଷ୍ଠ ନେତା ଶ୍ରୀ ଗୋଲକ ବିହାରୀ ପଟ୍ଟନାୟକ, ଶ୍ରୀ ନରସିଂହ ସାହୁ, ଶ୍ରୀ ରମେଶ ଚ଼ନ୍ଦ୍ର ସାମନ୍ତସିଂହାର,ସମାଜସେବୀ ଶ୍ରୀ ବିବୁଧଭୂଷଣ ହରିଚ଼ନ୍ଦନ,ମଣ୍ଡଳ ସଭାପତି ଶ୍ରୀ ସୌମ୍ୟରଞ୍ଜନ ସାମନ୍ତରାୟ,ବାଣପୁର ବ୍ଲକ ଉପାଧ୍ୟକ୍ଷା ଙ୍କ ପ୍ରତିନିଧି ଶ୍ରୀ ମାଧବ ପ୍ରଧାନ,୧୪ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଙ୍କ ପ୍ରତିନିଧି ଶ୍ରୀ ତପନ ପ୍ରଧାନ,ନରେନ୍ଦ୍ରପୁର ଗ୍ରାମପଞ୍ଚାୟତ ର ସମିତିସଭ୍ୟ ଶ୍ରୀ କନ୍ଦର୍ପ ଜେନା, ଗମ୍ଭାରୀମୁଣ୍ଡା ପଞ୍ଚାୟତ‌ର ସମିତିସଭ୍ୟା ଶ୍ରୀମତୀ ଅନିତା ପ୍ରଧାନ, ନନ୍ଦପୁର ସରପଞ୍ଚ ଶ୍ରୀ ପୁଷ୍ପମିତ୍ର ଖୁଣ୍ଟିଆ, କାର୍ଯ୍ୟକର୍ତ୍ତା ଶ୍ରୀ ମନୋଜ କୁମାର ପ୍ରଧାନ ଉପସ୍ଥିତ ଥିଲେ ଏବଂ ବିଶିଷ୍ଟ ଶିକ୍ଷାବିତ ଶ୍ରୀ ଦୁର୍ଗାପ୍ରସାଦ ମହାରଣା ଧନ୍ୟବାଦ୍ ପ୍ରଦାନ କରି ସଭା ଶେଷ କରିଥିଲେ।ଏହି ସଭାରେ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।