ଦାଦନ ଶ୍ରମିକଙ୍କ କରୁଣ କାହାଣୀ ୧୦ ବର୍ଷ ହେବ ଗାଁ କୁ ଫେରିନି ରେ।ଜଗାରିଆ ପୁଅ ଆସିବା ବାଟକୁ ଅନେଇ ବସିଛି ମା

କଳାହାଣ୍ଡି, ୩0/୫ (ଅରୁଣ କୁମାର ସାହୁ) : ପରିବାର ପ୍ରତି ପୋଷଣ ପାଇଁ ଭିଟା ମାଟି ଛାଡ଼ି ବାହାର ରାଜ୍ୟ କୁ ଦାଦନ ଖଟିବା କୁ ଯାଇ ୧୦ ବର୍ଷ ହେବ ଘରକୁ ଫେରି ନଥିବା ରୁ ପୁଅର ଆସିବା ବାଟକୁ ଅନେଇ ବସିଛନ୍ତି ମା । ଏଭଳି ଏକ ଅସହାୟ ପରିବାର ର ଦୁଃଖ କାହାଣୀ ଦେଖିବା କୁ ମିଳିଛି ଜୟପାଟଣା ବ୍ଲକ ଭଇଁ ରିପାଲି ଗ୍ରାମରେ। ଭଇଁରି ପାଲି ଗ୍ରାମର ଦଳପତି ପଡ଼ା ରେ ବାସ କରୁଛନ୍ତି ବିଧବା କଇତି ମାଝୀ ବୟସ ପ୍ରାୟ ୬୦ ହେବ । ଅସହାୟ ଦଇବ ସହିଲା ନି ସ୍ବାମୀ ଓ ସାନପୁଅ ର ମୃତୁ ପରେ ବର୍ତ୍ତମାନ୍ ସେ ଏକୁଟିଆ ରହୁଛନ୍ତି ଘରେ ।କଇତିଙ୍କ ପାରିବ ରେ ସୁଖ ର ସଂସାର ଥିଲା ସ୍ବାମୀ ଦୀର୍ଯୋ ଧଙ୍ଗଡା ମାଝୀ ପ୍ରାୟ ୧୨ ତଳେ ଅଜଣା ରୋଗରେ ପଡି ମୃତୁବରଣ କରିଥିଲେ। ମୃତୁ ପରେ ତାଙ୍କ ର ଦୁଇ ପୁଅ ମଦନ ଧଙ୍ଗଡା ମାଝୀ ଓ ଭୋଲାଧଙ୍ଗଡା ମାଝୀ ଙ୍କୁ ଧରି କୁଲି ମଜୁରୀ କରି ଗାଁ ରେ ରହୁଥିଲେ। ହେଲେ ମା କଏତି ପାରିବ ଚାଲଣ ରେ ଅଭାବ ଦେଖା ଦେବା ପରେ ବଡ଼ ପୁଅ ରୋଜାଗାର ଉଦ୍ଦେଶ୍ୟରେ ବିଧବା ମା ଓ ଭାଇ କୁ ଛାଡ଼ି ବାହର ରାଜ୍ୟ କୁ ଦାଦନ ଖଟିବାକୁ ଯାଇଛନ୍ତି ହେଲେ ଗଲା ଦିନ ରୁ । ବଡ଼ ପୁଅ କାମ ପାଇ ଯାଇ ଆଉ ଘର କୁ ଫେରି ନଥିବାରୁ ମା ଗତ ୫ ବର୍ଷ ତଳେ ସାନ ପୁଅ ଭୋଲା କୁ ନିକଟସ୍ଥ ଲୁହା ବାହ।ଲ ଗ୍ରାମରୁ ବିବାହ କରିବା ପରେ ଭୋଳଙ୍କ ର ଗୋଟିଏ ଶିଶୁ ଜନ୍ମ ହୋଇ ଥିଲା କିଛି ଦିନ ପରେ ଭୋଳା ମଧ୍ୟ ମା ଓ ସ୍ତ୍ରୀ ଓ ଜନ୍ମିତ ଶିଶୁ କୁ ଛାଡ଼ି ଆର ପାରି କୁ ଚାଲି ଗଲେ । ଭୋଳା ଙ୍କ ବିଧବା ସ୍ତ୍ରୀ ଓ ଜନ୍ମିତ ଶିଶୁ ଏବେ ଶଶୁର ଘର ଲୁହା ବାହ।ଲ ଶଶୁର ଘରେ ରହୁଛନ୍ତି।ହେଲେ ବିଧବା ମା କଇତି ପ୍ରଥମେ ସ୍ବାମୀ କୁ ହରାଇ ଦୁଇ ପୁଅକୁ ଦେଖି ବଞ୍ଚବାର ବାଟ ଆପଣା ଥିଲେ । ଏବେ ସାନ ପୁଅ ର ମୃତୁ ଓ ବଡ଼ ପୁଅର ୧୦ ବର୍ଷ ପରେ ବି ଘର କୁ ନଆସିବା ଘଟଣା ମା ର ହୃଦୟ କୁ ବେଦନ ଦେଇଛି।ଅନ୍ୟ ପକ୍ଷେ ବଡ଼ ପୁଅ ର କୌଣସି ଖବର ମିଳୁନଥିବାରୁ ପୁଅ ର ଆସିବା ବାଟକୁ ଅନେଇ ବସାଇ ଥିବା ବେଳେ ପୁଅକୁ ଖୋଜି ଆଣି ଦେବାକୁ ପ୍ରଶାସନ କୁ ଗୁହାରି କରିଛି କଇତି ।