ବୃହତଚିତ୍ର “ବିକଳ୍ପ” ପ୍ରଦର୍ଶୀତ

ବୀରମହାରାଜପୁର,(ଚୈତନ୍ୟ ଭୁକ୍ତା):ସ୍ୱଚ୍ଛାସେବୀ ଅନୁଷ୍ଠାନ ରେ ଆ ର ଦ୍ୱାରା ଷ୍ଟଚ ଟିଙ୍ଗ କିଣ୍ଡର ପୋଷ୍ଟ ଜି ଲେଗଶଲ ନେଦର ଲେଣ୍ଡ ସହାୟତା କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ “ପିତା ମାତା ଙ୍କ ସ୍ନେହ ରୁ ବଞ୍ଚିତ ଅସହାୟ ଓ ଅସୁରକ୍ଷିତ ଶିଶୁଙ୍କ ବିକଳ୍ପ ଥଇଥାନ ଉପରେ ଆଧାରିତ ବୃହତ ଚିତ୍ର “ବିକଳ୍ପ” ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ସୁବର୍ଣ୍ଣପୁର ରେ ପ୍ରଦଶ୍ରୀତ ହୋଇଯାଇଛି |ଅବିନାଶ ପ୍ରଧାନ ଦ୍ୱାରା ନିର୍ଦେଶୀତ ୧୦ମିନିଟ ର ବୃହତ ଚିତ୍ର ରେ ରେ ଆ ର ଅନୁଷ୍ଠାନ ତରଫରୁ କାର୍ଯ୍ୟପନ୍ଥା ସ୍ୱରୂପ ଗ୍ରହଣ କରାଯାଇଥିବା ସ୍ନେହ ଶ୍ରଦ୍ଧା ରୁ ବଞ୍ଚିତ ତଥା ଅସୁରକ୍ଷିତ ଶିଶୁ ମାନଙ୍କ ଚି଼ହ୍ନଟି କରଣ ସମ୍ପୃକ୍ତ ଶିଶୁ ମାନଙ୍କ ପରିବାରର ନିରନ୍ତର ଜୀବିକା କୁ ସୁନିଶ୍ଚିତ କରାଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ସଫଳ କାହାଣୀ ସବୁ ସ୍ଥାନିତ କରାଯାଇଛି |ରେ ଆ ର ସହ ପ୍ରତିଷ୍ଟ|ତା ଅମ୍ବୁଜ ବିହାରୀ ଶତପଥି ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଚଳଚିତ୍ର ତଥା ପ୍ରତିଷ୍ଠାତା ଗୌରୀ ପଣ୍ଡା.ନାଟ୍ୟ ଅଭିନେତା ପ୍ରଦୁମ୍ନ କୁମାର ସାହୁ.ନାଟ୍ୟ ନିର୍ଦେଶକ ମନୋଜ ବାରିକ.ପଏଁରୀ ନିର୍ଦେଶକ ତଥା ଲୋକ କଳା ଗବେଷକ ଚଉଧରି ବିଭାର ଉପସ୍ଥିତ ରହି ତାଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ |ଅନ୍ୟମାନଙ୍କ ମଧ୍ୟରେ ରାଜୀବ ନାୟକ,ସୁଶାନ୍ତ ଭୋଇ,ଗୀତାଞ୍ଜଳି ରଣା,ସବିତା ହରପାଲ,ଲଷ୍ମଣ ବସ୍ତିଆ,ଶିବ ନାଏକ,ରୋଜାଲିନ ସାହୁ,ଶିଶୁ ପ୍ରତିଭାଗୀ ରାଜେଶ ଗୁରୁ,ଅନୁପମା ଗୁରୁ, ଡ଼ଲି ଵରିହା,ଯାଜ୍ଞସେନୀ ଭୋଇ ଆଲୋଚନା ରେ ଭାଗ ନେଇଥିଲେ |କାର୍ଯ୍ୟକ୍ରମ କୁ ସମ୍ପାଦକ ଅନଙ୍ଗ ନେଗି ସମ୍ପାଦନା କରିଥିବା ବେଳେ ସୁଶାନ୍ତ ସା,ଅଶୋକ ଝାଙ୍କର,ଝରଣା ପଟ୍ଟନାୟକ,ମନୋଜ କୁମାର ସ୍ୱଇଁ,ସୁଦାମ ଗାଈ ଗରିଆ ଓ ଲଷ୍ମୀପ୍ରିୟା ବେହେରା ସହଯୋଗ କରିଥିଲେ ଓ ଶେଷରେ କାର୍ଯ୍ୟକ୍ରମ ସଂଯୋଜକ ଧନୁଦ୍ଧର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ |