ଯୁକ୍ତ ୨ ଓ ଯୁକ୍ତ ୩ କଳା,ବିଜ୍ଞାନ ଏବଂ ବାଣିଜ୍ୟରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନେ ସ୍ୱତନ୍ତ୍ର ଶିକ୍ଷାରେ ଡିପ୍ଲୋମା,ବିଏଡ଼୍ କୋର୍ସ କରି ନିଜର ଉଜ୍ଜ୍ବଳମୟ କ୍ୟାରିୟର ଗଠନ କରିପାରିବେ।ଏହି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଭୁବନେଶ୍ୱର ସ୍ଥିତ ଚେତନା ସ୍ୱତନ୍ତ୍ର ଶିକ୍ଷା ମହାବିଦ୍ୟାଳୟ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଉଛି।ଏହି ପରିପ୍ରେକ୍ଷୀରେ ଚେତନା ସ୍ୱତନ୍ତ୍ର ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିନୟ ଭୂଷଣ ମହାପାତ୍ର କହିଛନ୍ତି,ଏହି ଡିପ୍ଲୋମା ଓ ବିଏଡ଼ ପାଠ୍ୟକ୍ରମ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନେ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ହୋଇ ନିଜର ଭବିଷ୍ୟତ ଗଠନ କରିପାରିଛନ୍ତି।ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ସ୍ୱତନ୍ତ୍ର ବିଦ୍ୟାଳୟ,ଅନ୍ତର୍ନିବେଶୀ ଶିକ୍ଷା, ସରକାରୀ ପ୍ରାଥମିକ ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,କେନ୍ଦ୍ରୀୟ ବିଦ୍ୟାଳୟ, ଡିଏଭି ସମେତ ବିଭିନ୍ନ ସିବିଏସ୍ଇ ବିଦ୍ୟାଳୟ ଏବଂ ସରକାରଙ୍କର ବିଭିନ୍ନ ପ୍ରକଳ୍ପରେ ନିୟୋଜିତ ହୋଇପାରିଥିବା ଅଧ୍ୟକ୍ଷ ଡ଼ଃ ମହାପାତ୍ର ସୂଚନା ଦେଇଛନ୍ତି।