ଆଠମଲ୍ଲିକ,୨୯.୦୪(ବୁଲୁ ଦଳେଇବୁଲୁ ଦଳେଇ):ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଠାକୁରଗଡ଼ ଶମ୍ଭୁ ବାବା ମଠ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ କେନ୍ଦ୍ର ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ତଥା ବିଜେପି ର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, ଆଠମଲ୍ଲିକ ବିଧାନ ସଭା ପ୍ରାର୍ଥୀ ସଞ୍ଜୀବ କୁମାର ସାହୁ, ଆଠମଲ୍ଲିକ ବିଧାୟକ ତଥା ଆଦିବାସୀ ନେତା ରମେଶ ଚନ୍ଦ୍ର ସାୟ, ଅର୍ଜୁନ ସାହୁ, ଆଠମଲ୍ଲିକ ବିଧାନ ସଭା ମଣ୍ଡଳୀ ର ସଂଯୋଜକ ଡ. ଅଲେଖ ପ୍ରଧାନ, ଭବାନୀ ପ୍ରସାଦ ଜ୍ୟୋତିଷ ରାୟ, ପିନା ପାଣିଗ୍ରାହୀ ଓ ମହିଳା ବିଜେପି ନେତ୍ରୀ ତଥା ଆଠମଲ୍ଲିକ ବିଧାୟକ ଙ୍କ ପତ୍ନୀ ଲିନା ସାୟ ଯୋଗ ଦେଇ ବିଜେପି ସପକ୍ଷ ରେ ଭୋଟ ଭିକ୍ଷା କରି ଥିଲେ। ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ପାନୀୟ ଜଳ, ଡାକ୍ତର ଅଭାବ, ଶିକ୍ଷକ ଅଭାବ, ଦାଦନ୍ ଶ୍ରମିକ ଙ୍କ କଥା ଉଠାଇ ଓଡ଼ିଶା ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହିତ ଜୟ ସେବା ଜୟ ଶ୍ରୀରାମ, ସବ ମିଲକେ କରେଙ୍ଗେ କାମ ନାରା ଦେଇଥିଲେ। ଶ୍ରୀମତୀ ଲିନା ସାୟ ତାଙ୍କ ଅଭିଭାଷଣ ରେ କହିଥିଲେ ଯେ, ମୋ ସ୍ବାମୀ ବିଜେଡ଼ି ରେ ବିଧାୟକ ଥିବା ବେଳେ ବିଜେଡ଼ି ର ଗୋଟିଏ ଚକ୍ରାନ୍ତ କାରି ଗୋଷ୍ଠୀ ଆଠମଲ୍ଲିକ ର ବିକାଶ ପାଇଁ କୌଣସି କାର୍ଯ୍ୟ କରାଇ ଦେଲେ ନାହିଁ। ବାଧ୍ୟ ହୋଇ ଆମେ ବିଜେଡ଼ି ଛାଡିଲୁ, ମୁଁ କାନି ପତାଇ ଆପଣକୁ ଭିକ୍ଷା କରିବାକୁ ଆସିଛି ଆପଣ ମାନେ ବିଜେପି କୁ ଯୋଡ଼ି ପଦ୍ମରେ ଭୋଟ ଦେଇ ଜିତନ୍ତୁ ଓ ଦ୍ଵିତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ଙ୍କୁ ପ୍ରଧାନ ମନ୍ତ୍ରୀ କରାନ୍ତୁ।। ଧର୍ମେନ୍ଦ୍ର ପ୍ରଧାନକହିଥିଲେ ୟେ ସରକାରରେ ବାଲି ମାଫିଆ ଓ ଗୁଣ୍ଡା ତଥା କନ୍ତ୍ରାକ୍ଟର ଙ୍କ ଶାସନ ଚାଲିଛି, ଏମାନଙ୍କୁ ଜେଲ୍ ପଠାଇବା ଦରକାର। ଗତ କାଲି ସାମାଜିକ ଗଣ ମାଧ୍ୟମରେ ପ୍ରସାରିତ ହୋଇ ଥିବା ପାଣ୍ଡି ୟାନ୍ ବାହାର ରାଜ୍ୟର ସାମ୍ବାଦିକ ଙ୍କୁ ଏକାଠି ବସି ପଖାଳ ଖାଇବା ଓ ଓଡ଼ିଶା ର ସାମ୍ବାଦିକ ମାନଙ୍କୁ ବେଖା ତିର୍ କରିବା ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ରେ କହିଥିଲେ ଯେ, ଆମ ସରକାର ଦେଶରେ ତଥା ଓଡ଼ିଶାରେ ଆସିଲେ ସାମ୍ବାଦିକ ସୁରକ୍ଷା ବିଲ ଅଣାଯିବ। ଏଥିରେ କୃତିବାସ ପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସିଦ୍ଧେଶ୍ୱର ସାହୁ, ବାଇଲୋଚନ ସାହୁ ତାଙ୍କର ଶତାଧିକ ସମର୍ଥକ ଙ୍କ ସହ କଂଗ୍ରେସ ଦଳ ପରିତ୍ୟାଗ କରି ବିଜେପି ରେ ମିଶିଥିବ ବେଳେ ବିଜେଡ଼ି ର ରାଜ୍ୟ ଯୁଗ୍ମ ସମ୍ପାଦକ ପ୍ରକାଶ କୁମାର ଦାଙ୍ଗ ଉଁ ବିଜେପିରେ ଯୋଗ ଦେଇଥିଲେ। ଏହି ଉତ୍ସବରେ ପ୍ରାୟ 15 ହଜାର ରୁ ଅଧିକ କର୍ମୀ ଯୋଗ ଦେଇଥିଲେ।