139 ବିଷମକଟକ ବିଧାନସଭା ପାଇଁ 3 ଦଳର ନାମାଙ୍କନ ପତ୍ର ଦାଖଲ

ରାୟଗଡା,(ଅମୁଲ୍ୟ ନିଶଙ୍କ): -139 ବିଷମକଟକ ବିଧାନସଭା କ୍ଷେତ୍ର ପାଇଁ ଆଜି ରାୟଗଡା ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜ଼ିଲ୍ଲାପାଳ ତଥା ରିଟ୍ଟାନିଙ୍ଗ ଅଫିସର ଠାରେ ବିଜେଡି ର ଜଗନ୍ନାଥ ସାରକା , କଂଗ୍ରେସ ର ନୀଳମାଧବ ହିକକା ଓ ବି ଏସ ପି ର ଜିତୁ ଯାକେଶିକା ନିଜ ନିଜ ର ନାମାନଙ୍କ ପତ୍ର ରିଟର୍ନିଙ୍ଗ ଅଫିସର ଭାସ୍କର ରୋଇତ ଙ୍କ ନିକଟରେ ଦାଖଲ କରିଛନ୍ତି l ପ୍ରଥମେ ବିଏସପି ପରେ ବିଜେଡି ରପ୍ରାର୍ଥୀ ଜଗନ୍ନାଥ ସାରକା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁଧୀର ଦାସ ଙ୍କ ସମତେ ବହୁ ତୁଙ୍ଗ ନେତା ସରପଞ୍ଚ ଜ଼ିଲ୍ଲା ପରିଷଦ ସଭ୍ୟ ସଭ୍ୟା ଙ୍କ ସମତେ ହଜାର ହାଜର କର୍ମୀ ଙ୍କ ସହିତ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପା ମାଲ୍ୟ ଅର୍ପଣ କରି ଏକ ବିରାଟ ଶୋଭା ଯାତ୍ରା ରେ ବାହାରି ମୁଖ୍ୟରାସ୍ତା ଦେଇ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଂଚି ନିଜର ନାମାଙ୍କନ ଦାଖଲ କରିଥିଲେ ଏହି ସମୟରେ ଧିରୁ ପାଣିଗ୍ରାହୀ, ଦେବୀ ପଟ୍ଟନାୟକ, ଗୋପାଳ ପଟ୍ଟନାୟକ, ସୁନ୍ଦର ରାଓ ବାଘ, ମାଦା ରାଓ କଣ୍ଡଗୋରି, ଶିବା ଦେଷ୍ଟି, ଚନ୍ଦ୍ର ଶେଖର ନାଇଡ଼ୁ ପ୍ରସ୍ତାବକ ଓ ସମର୍ଥକ ଭାବେ ଉପସ୍ଥିତ ଥିଲେ l ଶେଷରେ କଂଗ୍ରେସ ର ନୀଳମାଧବ ହିକକା ଦିଲୀପ ପଟ୍ଟନାୟକ, ଅଜିତ ସାରକା ଙ୍କ ସହିତ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ l ଠିକ ସେହିପରି ରାୟଗଡା ବିଧାନସଭା ନିମନ୍ତେ ବିଧାୟକ ପ୍ରାର୍ଥୀନୀ ଅନୁସୟା ମାଝୀ ଜ଼ିଲ୍ଲା ବିଜେଡି ସଭାପତି ଏନ ଭାସ୍କର ରାଓ, ବରିଷ୍ଠ ବିଜେଡି ନେତା ଜଗଦୀଶ ପାତ୍ର, କେ ସି ସି ବ୍ୟାଙ୍କ ନିର୍ଦେଶକ ତିରୁପତି ବାନାଗଡି, କାଶୀପୁର ର ବିଶିଷ୍ଟ ବ୍ୟବସାୟୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ସହିତ ରାୟଗଡା ଉପଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଆସି ଉପ ଜ଼ିଲ୍ଲାପାଳ ଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ l