ନିଆରା ବିବାହ ଉତ୍ସବ ବର ଗଛ ସହ ଓସ୍ତ ଗଛର

ରାୟଗଡା,(ଅମୁଲ୍ୟ ନିଶଙ୍କ):ରାୟଗଡା ଲୟନ୍ସ ଓ ୱାକେଶ କ୍ଳବ ପକ୍ଷରୁ ଏକ ନିଆରା ବିବାହ ଉତ୍ସବ ବାର ଗଛ ସହିତ ଓସ୍ତ ଗଛ ର ବିବାହ କାର୍ଯ୍ୟକ୍ରମ ଗତକାଲି ସ୍ଥାନୀୟ ପ୍ରେମ ପାହାଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି l ହିନ୍ଦୁ ରୀତି ନିୟମ ମୁତାତାବକ ଯେପରି ବରଯାତ୍ରୀ କନ୍ୟା ଘର କୁ ଆସନ୍ତି ଠିକ ସେହିପରି ସହର ର ବିଶିଷ୍ଟ ବ୍ୟବସାୟୀ ଶ୍ରବଣ ବିରା ବାବୁ ଓ ତାଙ୍କ ସ୍ତ୍ରି ବର ପକ୍ଷ ହୋଇ ବରଯାତ୍ରୀ ରେ କନ୍ୟା ଘରକୁ ଆସିଥିଲେ l ବିରା ବାବୁ ବକ ଝିଅ ଇ ଜ୍ୱାଇଁ ଜି ବିନୋଦ କୁମାର କନ୍ୟା ପକ୍ଷ ହୋଇଥିଲେ l ସୂଚନା ମୁତାବକ ବିରା ବାବୁ ଅପୁତ୍ରିକ ଥିଲେ ତାଙ୍କରି 3 ଗୋଟି ଝିଅ ଥିଲେ ଓ ସମସ୍ତ ଙ୍କୁ ବିବାହ କରଦେଇଛନ୍ତି ଓ ତାଙ୍କରି 3 ଗୋଟି ନାତୁଣୀ ଅଛନ୍ତି l ତାଙ୍କରି ପୁତ୍ର ନଥିବାରୁ ବିରା ବାବୁ ଦୀର୍ଘ 18 ବର୍ଷ ତାଳେ ଏଜ ବର ଗଛ ଲଗାଇଥିକେ ସେ ବର ଗଛ କୁ 8 ବର୍ଷ ହେବା ପରେ ତାକୁ ଆଣି ପ୍ରେମ ପାହାଡ଼ ରେ ଲଗାଇଥିଲେ ଓ ରାୟଗଡା ଲାଇନ୍ସ ଓ ୱାକର୍ସ କ୍ଳବ ର ସଭ୍ୟ ଙ୍କୁ ଏହି ଗଛ ର ଯତ୍ନ ନେବା ନିମନ୍ତେ ଅନୁରୋଧ କରିଥିଲେ l ଗତ କାଲି ଏହି ବର ଗଛ କୁ 18 ପୂର୍ତ୍ତି ହୋଇଥିବା ବେଳେ ଓସ୍ତ ଗଛ ଓ ନିଜ ଘରୁ ଆଣିଥିବା ବର ଗଛ କୁ ତୁଳସୀ ଗଛ କୁ ସାକ୍ଷୀ ରଖି ବିବାହ କାର୍ଯ୍ୟକ୍ରମ ସମ୍ପନ କରିଥିଲେ l ବିରା ବାବୁ କହିଛନ୍ତି ଯେ ଏହି ବିବାହ କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମ ଶାନ୍ତି, ଦେଶ ଶାନ୍ତି ତଥା ସମାଜର ମଙ୍ଗଳ ହେବ ବୋଲି l ବୃକ୍ଷ କୁ ପୂଜା କରିବା ସହିତ ଭଗବାନ ଭାବି ମାନିଲେ ପରିବେଶ ର ଉନ୍ନତି ହେବ ବୋଲି l ବାରନୁଗମନ,ହସ୍ତଗ୍ରନ୍ଥି,ହୋମଯଂଜ୍ଞ ପୂଜାବିଧି ସହିତ ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା l ପରିଶେଷ ରେ ଉଭୟ ବର ଓ କନ୍ୟା ଯାତ୍ରୀ ଙ୍କୁ ଖାଦ୍ୟପେୟ ର ବ୍ୟବସ୍ତା କରାଯାଇଥିଲା l ଏହି ବିବାହ କାର୍ଯ୍ୟକ୍ରମ ରେ ଦୁଷ୍ମନ୍ତ ମହାନ୍ତି,ବଲକୃଷ୍ଣ ପଣ୍ଡା,ଉଦୟ ପାଣିଗ୍ରାହୀ,ରାୟଗଡା ଟ୍ରକ ମାଲିକ ସଙ୍ଘ ସଭାପତି କୋଣ୍ଡା ବାବୁ ଙ୍କୁ ସମତେ ସହ ସହ ବ୍ୟକ୍ତି ଏହି ବିବାହ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l