ଖଲିଗୁଡା ଠାରେ ରାୟଗଡା ଜ଼ିଲ୍ଲା ଉତ୍କଳ ତେଲୁଗୁ ସମକ୍ଷ୍ୟ କମିଟି ପକ୍ଷରୁ ଆୟୋଜିତ ଉଗାଦି ଉତ୍ସବ ଉଦଯାପିତ

ରାୟଗଡା,୧୧.୦୪(ଅମୁଲ୍ୟ ନିଶଙ୍କ):ରାୟଗଡା ଜ଼ିଲ୍ଲା ଉତ୍କଳ ତେଲୁଗୁ ସମକ୍ଷ୍ୟ କମିଟି ପକ୍ଷରୁ ଖଲିଗୁଡା ଠାରେ ଆୟୋଜିତ ଉଗାଦି ସେଲିବ୍ରେସନ 2024 ହଜାର ହଜାର ଦର୍ଶକ ଙ୍କ ସମାଗମ ରେ ସ୍ଥାନୀୟ ପ୍ରତିଭାବାନ କଳାକାର ଓ ତେଲୁଗୁ କଳାକାର ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଉଗାଦି ମଞ୍ଚ ଗତ ଦୁଇ ଦିନ ଧରି ଦୁଲିକିଲା ଥିଲା l ଦ୍ୱତୀୟ ଦିନରେ ଟୋଲୀ ୱଡ଼ ହିରୋଇନ ପାୟଲ ରାଜପୁତ ଗାୟକ ଗାୟିକା ସାହିଥି, ରେଣୁ କୁମାର, ପ୍ରମିକ୍କା ଆଜ଼ିନ ନଜ଼ୀର ଓ ଡେଂସର ରାଜୁ, ଭୂମିକା ତାନବି, ନାଗି ଙ୍କ ନାଚ ଗୀତ ନୃତ୍ୟ ମାଧ୍ୟମରେ ଉଗାଦି ମଞ୍ଚ ଦୁଲିକିଥିଲା l ହଜାର ହଜାର ସଂଖ୍ୟାରେ ଦର୍ଶକ ବହୁ ମଜା ନେଇଥିବା ସହିତ ମଞ୍ଚ ତଳେ ପାୟଲ ରାଜପୁତ ଙ୍କ ନୃତ୍ୟ ର ତାଳେ ତାଳେ ଦର୍ଶକ ମାନେ ନାଚ ରେ ମାଜିଥିଲେ l ବୁଧବାର ସନ୍ଧ୍ୟା ରେ ଭଗବାନ ଙ୍କ ଠାରେ ରାୟଗଡା ଜ଼ିଲ୍ଲା ଉଗାଦି ଉତ୍ସବ କମିଟି ସଭାପତି କୋଣ୍ଡା ବାବୁ ଆବାହକ ପି ଗୌରୀ ଶଙ୍କର ରାଓ , କୋଳନରା ଜ଼ିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ଵର ନାଇଡ଼ୁ, କାଶୀନାଡୁ ଲକ୍ଷ୍ମଣ ରାଓ ଭଗବାନ ଙ୍କ ଠାରେ ପ୍ରଦୀପ ପ୍ରଯୋଳନ କରି ସାଂସ୍କୃତିକ କାର୍ଯ୍ୟକ୍ରମ ର ଶୁଭଆରମ୍ଭ କରିଥିଲେ l ସ୍ଥାନୀୟ କଳାକାର ଓ ଆନ୍ଧ୍ର ପ୍ରଦେଶ ରୁ ଆସିଥିବା ତେଲୁଗୁ କଳାକାର ଙ୍କ ନାଚ ଗୀତ କମେଡି ର ମଞ୍ଚ ଦୁଲିକିଥିଲା ଦର୍ଶକ ଏହାର ମଜା ବହୁରାତ୍ରି ପର୍ଯ୍ୟନ୍ତ ନେଇଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ କୋରାପୁଟ ଲୋକ ସଭା ସାଂସଦ ସପ୍ତଗିରି ଉଲାକା, ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ ଜ଼ିଲ୍ଲା ର ବିଭିନ୍ନ ବ୍ଲକ ର ବ୍ଲକ ଅଧକ୍ଷ ଅଧକ୍ଷା ଯୋଗ ଦେଇଥିଲେ l ଏହି ଉତ୍ସବ ଦେଖିବା ନିମନ୍ତେ ରାୟଗଡା ଜ଼ିଲ୍ଲା ର କଣ ଅନୁକୋଣ ରୁ ହଜାର ହଜାର ସଂଖ୍ୟା ରେ ଦର୍ଶକ ଉପସ୍ଥିତ ରହିଥିଲେ l ଦର୍ଶକ ଙ୍କ ନିମନ୍ତେ ଭୋଜନ ର ବ୍ୟବସ୍ତା ମଧ୍ୟ୍ୟ କମିଟି ପକ୍ଷରୁ ଆୟୋଜନ କରାଯାଇଥିଲା l କୋଣ୍ଡା ବାବୁ ଙ୍କ ନେତୃତ୍ୱ ରେ ଏହା ହେଉଛି ଦ୍ୱତୀୟ ବର୍ଷ ଉଗାଦି ଉତ୍ସବ l ରାୟଗଡା ସହର ଠାରୁ 5 କିଲୋମିଟର ଦୂରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲେ ମଧ୍ୟ୍ୟ ଲୋକେ ବହୁ ସଂଖ୍ୟା ରେ ଯୋଗଦେଇ ଏହି ବର୍ଷ ଟ ଉଗାଦି ଉତ୍ସବ କୁ ସାଫଲ୍ୟ କରିଥିବା ରି କୋଣ୍ଡା ବାବୁ ଧନ୍ୟବାଦ ଜଣାଇବା ସହିତ ଜନସାଧାରଣ ଙ୍କ ପାଖରେ ଚିର ଋଣୀ ବୋଲି କହିଥିଲେ ଓ ରାୟଗଡା ଜ଼ିଲ୍ଲା ର ଜନସାଧାରଣ ଙ୍କ ଆଶା ବିଶ୍ୱାସ ମୋ ଉପରେ ସବୁବେଳେ ଯେପରି ରହିବ ସେଥିପାଇଁ ଲୋକଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି l