ରାୟଗଡା,(ଅମୁଲ୍ୟ ନିଶଙ୍କ): ରାୟଗଡା ସହର ବରିଷ୍ଠ ବ୍ୟକ୍ତି ବିଶେଷ ଙ୍କ ପରାମର୍ଶ କ୍ରମେ ଦଳ ମତ ନିର୍ବିଶେଷରେ ସମସ୍ତଙ୍କ ସହ ଆଲୋଚନା ତଥା ସଭାପତିଙ୍କ ସହ ବିଚାର ବିମର୍ଶ କ୍ରମେ, ଚଳିତ ବର୍ଷର ବିଷୁବ ବନ୍ଧୁ ମିଳନ ଉତ୍ସବ ତଥା ପବିତ୍ର ହନୁମାନ ଜୟନ୍ତୀ (ପଣା ସଂକ୍ରାନ୍ତି/ ଓଡ଼ିଆ ନବ ବର୍ଷ) ଚଳିତ ମାସ ୧୪ ତାରିଖ ଦିନ (ଗୋଟିଏ ଦିନ) ରାୟଗଡ଼ ସଦର ମହାକୁମା ସ୍ଥିତ ଅଡିଟୋରିୟମ (ପୌର କାର୍ଯ୍ୟାଳୟ ପାର୍ଶ୍ଵ) ଠାରେ ପାଳନ କରାଯିବ। ମାଁ ମଝିଘରିଆଣୀ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରୁ ଆଜ୍ଞାମାଳ ଅଣାଯାଇ ପୂଜା, ପବିତ୍ର ପଞ୍ଜିକା ପଠନ ସହ ରାୟଗଡ଼ ମାଟିର କଳାକାରଙ୍କ ଦ୍ୱାରା ଭଜନ ସନ୍ଧ୍ୟା, ଆଧୁନିକ ସଙ୍ଗୀତ ପରିବେଷଣ, ନୃତ୍ୟ ପରିବେଷଣ କରାଯିବ। ଏହାର ସବିଶେଷ ତଥ୍ୟ ଆପଣମାନଙ୍କୁ ଜଣେଇଦିଆଯିବ। ଏହି ପରିପ୍ରେକ୍ଷୀରେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯିବା ନେଇ ସ୍ଥିର କରାଯାଇଛି l ବିଷୁବ ବନ୍ଧୁ ମିଳନ ଉତ୍ସବ ତଥା ଓଡ଼ିଆ ନବ ବର୍ଷ ପାଳନ ଅବସରରେ ନିମ୍ନ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହେବ। ୧୧-୦୪-୨୦୨୪ ସ୍ଥାନ ପୌର ପରିଷଦର ଟାଉନ୍ ହଲ ଠାରେ ସକାଳ ୧୦-୩୦ – ଝୋଟି ପ୍ରତିଯୋଗିତା , ସକାଳ ୧୧-୩୦- ଚିତ୍ରାଙ୍କନ ପ୍ରତିଯୋଗିତା , ଜୁନିଅର ୫ବର୍ଷରୁ ୧୦ବର୍ଷ ପିଲା,ସିନିଅର ୧୧ବର୍ଷରୁ ୧୬ବର୍ଷ ପିଲାସଂଧ୍ୟା ୪ ଟା ରୁ ୬ଟା ,ଓଡ଼ିଆ ସଜବାଜବୟସ ୧୮ ବର୍ଷରୁ ଉର୍ଦ୍ଧ୍ବ ଓ ୧୨-୦୪-୨୦୨୪ ତାରିଖ ରେ ଅଶୋକ କଲ୍ୟାଣ ମଣ୍ଡପ ଠାରେ ସକାଳ ୧୦-୩୦ ବସ୍ତି ପିଲାଙ୍କ ପାଇଁ ଗ୍ରୁପ୍ ଡାନ୍ସବୟସ – ୫ ବର୍ଷରୁ ୧୮ ବର୍ଷ ଓ ସଂଧ୍ୟା ୪ଟା ସମୟରେ ପିଠା ପ୍ରତିଯୋଗିତା ଅନୁଷ୍ଠିତ ହେବ ଏଥିରେ ବହୁ ମାତ୍ର ରେ ଭାଗ ନେବା ନିମନ୍ତେ କମିଟି ପକ୍ଷରୁ ଶୁଭ୍ରା ପଣ୍ଡା ନିବେଦନ କରିଛନ୍ତି l ଚଳିତ ବର୍ଷ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଜିସିଡ଼ି ତଥା ଅନ୍ୟାନ୍ୟ ସରକାରୀ ସ୍ଥାନର ଅନୁମତିନ ମିଳିବା ହେତୁ ସଭିଙ୍କ ସହ ବିଚାର ବିମର୍ଶ କ୍ରମେ ଏଭଳି ନିଷ୍ପତ୍ତି ଏହି ବର୍ଷ ପାଇଁ ନିଆଯାଇଛିବୋଲି କମିଟି ପକ୍ଷରୁ କୁହାଯାଇଛି l