ଖଲିଗୁଡା ଠାରେ ରାୟଗଡା ଜ଼ିଲ୍ଲା ଉତ୍କଳ ତେଲୁଗୁ ସମକ୍ଷ୍ୟ କମିଟି ପକ୍ଷରୁ ଆୟୋଜିତ ଉଗାଦି ମଞ୍ଚ ଦୁଲକିଲା

ରାୟଗଡା,୧୦.୦୪(ଅମୁଲ୍ୟ ନିଶଙ୍କ):ରାୟଗଡା ଜ଼ିଲ୍ଲା ଉତ୍କଳ ତେଲୁଗୁ ସମକ୍ଷ୍ୟ କମିଟି ପକ୍ଷରୁ ଖଲିଗୁଡା ଠାରେ ଆୟୋଜିତ ଉଗାଦି ସେଲିବ୍ରେସନ 2024 ହଜାର ହଜାର ଦର୍ଶକ ଙ୍କ ସମାଗମ ରେ ସ୍ଥାନୀୟ ପ୍ରତିଭାବାନ କଳାକାର ଓ ତେଲୁଗୁ କଳାକାର ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଉଗାଦି ମଞ୍ଚ ଦୁଲିକିଲା l ମଙ୍ଗଳବାର ସଖାଳୁ ଶୁଭ ମୁହୁର୍ତ୍ତ ରେ ରାୟଗଡା ଜ଼ିଲ୍ଲା ଉଗାଦି ଉତ୍ସବ କମିଟି ସଭାପତି କୋଣ୍ଡା ବାବୁ ଆବାହକ ପି ଗୌରୀ ଶଙ୍କର ରାଓ ସ୍ଥାନୀୟ ଖଲିଗୁଡା ଉତ୍ସବ ପଡିଆ ଠାରେକର୍ତା ଭାବେ ନୀତିନିୟମ ମୁତାବକ ପୂଜାର୍ଚନା କରିବା ସହିତ ପୂଜକ ଦ୍ୱାରା ପଞ୍ଚାଙ୍ଗ ଶ୍ରବଣମ, ଉଗାଦି ପଚାଡି ଭିତରଣ, ଗୀତା ପାରାୟନମ, କବି ସମ୍ମେଳନମ ଓ କବିତା ଗୋଷ୍ଠୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ କୋଳନରା ଜ଼ିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ଵର ନାଇଡ଼ୁ, କାଶୀନାଡୁ ଯୋଗଦେଇଥିଲେ lଅପରାହ୍ନ ରେ ରାୟଗଡା ର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ଙ୍କ ମନ୍ଦିର ରୁ ଖାଲିଗୁଡା ଉଗାଦି ପଡିଆ ପର୍ଯ୍ୟନ୍ତ ହଜାର ହଜାର ଦର୍ଶକ ଙ୍କ ଏକ ବିରାଟ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଥିଲା l ଜ଼ିଲ୍ଲା ର ବିଭିନ୍ନ ଗ୍ରାମ ରୁ ଆସିଥିବା କୀର୍ତନ ମଣ୍ଡଳୀ କଳାକାର ମାନଙ୍କ କାର୍ଯ୍ୟକ୍ରମ ରେ ରାୟଗଡା ସହର ମୁଖ୍ୟରାସ୍ତା ଦୁଲିକିଲା l ଉଗାଦି ଉତ୍ସବ ମଞ୍ଚରେ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ଉଗାଦି ଉତ୍ସବ ରେ ସ୍ଥାନୀୟ କଳାକାର ଓ ଆନ୍ଧ୍ର ପ୍ରଦେଶ ରୁ ଆସିଥିବା ତେଲୁଗୁ କଳାକାର ଙ୍କ ନାଚ ଗୀତ କମେଡି ରର ମଞ୍ଚ ଦୁଲିକିଥିଲା ଦର୍ଶକ ଏହାର ମଜା ବହୁରାତ୍ରି ପର୍ଯ୍ୟନ୍ତ ନେଇଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ କୋରାପୁଟ ଲୋକ ସଭା ସାଂସଦ ସପ୍ତଗିରି ଉଲାକା, ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ ଜ଼ିଲ୍ଲା ର ବିଭିନ୍ନ ବ୍ଲକ ର ବ୍ଲକ ଅଧକ୍ଷ ଅଧକ୍ଷା ଯୋଗ ଦେଇଥିଲେ l ଏହି ଉତ୍ସବ ଦେଖିବା ନିମନ୍ତେ ରାୟଗଡା ଜ଼ିଲ୍ଲା ର କଣ ଅନୁକୋଣ ରୁ ହଜାର ହଜାର ସଂଖ୍ୟା ରେ ଦର୍ଶକ ଉପସ୍ଥିତ ରହିଥିଲେ l ଦର୍ଶକ ଙ୍କ ନିମନ୍ତେ ପ୍ରସାଦ ସେବନ ର ବ୍ୟବସ୍ତା ମଧ୍ୟ୍ୟ କମିଟି ପକ୍ଷରୁ ଆୟୋଜନ କରାଯାଇଥିଲା l କୋଣ୍ଡା ବାବୁ ଙ୍କ ନେତୃତ୍ୱ ରେ ଏହା ହେଉଛି ଦ୍ୱତୀୟ ବର୍ଷ ଉଗାଦି ଉତ୍ସବ l ରାୟଗଡା ସହର ଠାରୁ 5 କିଲୋମିଟର ଦୂରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ମଧ୍ୟ୍ୟ ଲୋକେ ବହୁ ସଂଖ୍ୟା ରେ ଯୋଗଦେଇଥିବାରୁ କୋଣ୍ଡା ବାବୁ ଧନ୍ୟବାଦ ଜଣାଇବା ସହିତ ଲୋକଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି l