୫ମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଘଟଣା ସ୍ଥଳ କୁ ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା ଙ୍କ ପରିଦର୍ଶନ

ରାୟଗଡା,(ଅମୁଲ୍ୟ ନିଶଙ୍କ):ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଉନ୍ନତି ଉଚ୍ଚ ବିଦ୍ୟାଳୟର ଟଲଣା ଆଶ୍ରମରେ ଜଣେ ୫ମ ଶ୍ରେଣୀ ଛାତ୍ରଙ୍କ ମୃତ ଦେହ ଉଦ୍ଧାର କରିଥିଲେ । ମୃତ ଛାତ୍ର ଜଣକ ହେଲେ ଜୁଦାଶ ଶବର (୧୧)। ଏହି ଘଟଣାକୁ ନେଇ ଛାତ୍ରଙ୍କ ବାପା ହତ୍ୟା ଅଭିଯୋଗ ଆଣିଛନ୍ତି। ଟଲଣା ଆଶ୍ରମର ପରିତ୍ୟକ୍ତ ଅବସ୍ଥାରେ ଥିବା ହଷ୍ଟେଲ ଗୃହ ପରିସରେ ବେକରେ ଗାମୁଛା ଦେଇ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ରହିଥିବା ସ୍କୁଲ କତ୍ତୃପକ୍ଷ ଦେଖିବାକୁ ପାଇଥିଲେ। ଏନେଇ ପୁଟାସିଂ ଥାନା ଅଧିକାରୀ ଭବାନୀ ମୁଦୁଲି ଖବର ପାଇ ଘଟଣା ସ୍ଥଳେ ପହଁଚି ତଦନ୍ତ ଆରମ୍ଭ କରିଥିଲେ । ଅନ୍ୟ ପକ୍ଷରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା ମଧ୍ୟ ସ୍କୁଲରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ କେଉଁ କାରଣରୁ ଏଭଳି ଅଭାବନୀୟ ପରିସ୍ଥିତି ଘଟିଛି ସେନେଇ ତଦନ୍ତ ଜାରି ରଖିଛନ୍ତି। ସାଇଣ୍ଟିଫିକ ଟିମ ପହଂଚିବା ପରେ ଝୁଲନ୍ତା ଅବସ୍ଥାରେ ଥିବା ମୃତ ଛାତ୍ରଙ୍କ ଶବ ଉଦ୍ଧାର କରିଥିଲେ । ମୃତ୍ୟୁଛାତ୍ରଙ୍କ ଶବ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଥିଲେ କିନ୍ତୁ ସେଠାରେ କେହି ସରକାରୀ ଅଧିକାରୀ କିମ୍ବା ସ୍କୁଲ କର୍ତ୍ତୃପକ୍ଷ ଉପସ୍ଥିତ ନଥିଲେ। ଏହାକୁ ନେଇ ଉତ୍ତେଜନା ହୋଇଥିଲା ବେଳେ ମୃତ ଛାତ୍ରର ବାପା ଗୁରୁତ୍ୱର ଅଭିଯୋଗ ଆଣୁଛନ୍ତି ଯେ ମୋ ପୁଅକୁ ମାରିକି ଲମ୍ବେଇ ଦେଇଛନ୍ତି। ଆଜି ଗୁଣୁପୁର ବ୍ଲକ ର ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ ମାଥିୟୁ ଦଳବେହେରା ଓ ପୂର୍ବତନ ସଭ୍ୟା ଲକ୍ଷ୍ମୀ ଶବର ଘଟଣା ସ୍ଥଳକୁ ଯାଇ ପହଞ୍ଚିଥିଲେ ଆଉ ବିଦ୍ୟାଳୟ ପିଉନକୁ ଘଟଣା ବିଷୟ ପଚାରି ବୁଝିବା ସହିତ ଘଟଣା ସ୍ଥଳ ଅନୁଧ୍ୟାନ କରିଥିଲେ | ପରେ ପରେ ପୁଟାସିଂ ଥାନାକୁ ଯାଇ ପୋଲିସ ଅଧୁକାରୀଙ୍କୁ ସାକ୍ଷାତ କରି ଘଟଣା ବିଷୟ ରେ ପଚାରି ବୁଝିଥିଲେ l ଆଉ ବିଧିବଦ୍ଧ ଭାବେ ତଦନ୍ତ କରିବା ସହ ପ୍ରକୃତ ଦୋଷୀକୁ ଚିହ୍ନଟ କରି ଗିରଫ କରିବା ପାଇଁ ଦାବି କରିଥିଲେ l ଘଟଣା ର ତଦନ୍ତ ଯଥା ଶୀଘ୍ର ସମାପ୍ତ କରି ପ୍ରକୃତ ଦୋଷୀକୁ ଖୋଜି ବାହାର କରିବା ନିମନ୍ତେ ପୋଲିସ କୁ କହିଥିଲେ l ପ୍ରକୃତ ଦୋଷୀକୁ ଯଦି ଖୋଜି ବାହାର କରାନଯାଏ ତାହେଲେ ପୁଟାସିଂ ଅଂଚଳ ରୁ ହଜାର ହଜାର ଆଦିବାସୀ ରାଜରାସ୍ତ କୁ ଓଲେହିବେ ବୋଲି ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ ସଭ୍ୟା କହିଛନ୍ତି l