ଠାକୁରଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ।

ଠାକୁରଗଡ,ଆଠମଲ୍ଲିକ ରୁ (ବୁଲୁ ଦଳେଇ)/ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ରେ ଥିବା ଷୋଳ ପଦା ଅଂଚଳ ର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଠାକୁରଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ମାର୍ଚ୍ଚ ୨୧ ତାରିଖ ଦିନ ତାର ୫୦ ତମ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ ହୋଇ ଯାଇଛି।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବୈକୁଣ୍ଠ ନାଥ ପ୍ରଧାନ,ପୁରାତନ ଛାତ୍ର ସଂସଦ ର ସଭାପତି ଖିରେନ୍ଦ୍ର ମୋହନ ଦେହୁରୀ ଓ ସମ୍ପାଦକ ଦିବାକର ପ୍ରଧାନ ଙ୍କ ମିଳିତ ଉଦ୍ୟମ ରେ ସମସ୍ତ କାର୍ଯ୍ୟ ଶୁଚି ଅନୁଯାୟୀ ଶେଷ ହୋଇ ଯାଇଛି। ସକାଳ ପ୍ରାତଃ ସମୟରେ ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇ ସଭା ସ୍ଥଳରେ ପୂର୍ଣ୍ଣ କୁମ୍ଭ ସ୍ଥାପନ କରା ଯାଇଥିଲା। ପରେ ପରେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ପରେ ସଭା ଅନୁଷ୍ଠିତ ହୋଇଥିଲା। ଉଚ୍ଚ ବିଦ୍ୟାଳୟ ସ୍ଥାପନା ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦିବଂଗତ ମହାତ୍ମା ମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା।ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ଥିବାରୁ ଏଥିରେ କୌଣସି ରାଜନୈତିକ ଦଳର ନେତା, ମନ୍ତ୍ରୀ ଓ ବିଧାୟକ ମାନଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ।୨ ଟି ଅଧିବେଶନ ରେ ଏହି ସମାରୋହ ଅନୁଷ୍ଠିତ ହୋଇ ଥିଲା।ପ୍ରଥମ ଅଧିବେଶନ ରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ. ଚିନ୍ତାମଣି ସାହୁ, ନବ କିଶୋର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଅନୁଗୁଳ, ଅକ୍ଷୟ କୁମାର ଦାସ୍, ଅଧ୍ୟକ୍ଷ, କିଶୋର ନଗର୍ ମହାବିଦ୍ୟାଳୟ ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ ପ୍ରବୀଣ କୁମାର ସାହୁ, ଅଧ୍ୟକ୍ଷ, ଷୋଳ ପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦେବରାଜ ନାୟକ, ଅବସର ପ୍ରାପ୍ତ ଶିକ୍ଷକ ଓ ସାହିତ୍ୟିକ, ମହେଶ୍ୱର ଦେହୁରୀ, ସାମାଜିକ କର୍ମୀ ଯୋଗଦେଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟର ଅଧିବେଶନ ରେ ମୁଖ୍ୟ ଅତିଥି ଭାବେ ଡ. ଧରଣୀଧର ନାଥ, ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଅନୁଗୁଳ ଶାନ୍ତନୁ ସର, ସମ୍ମାନିତ ଅତିଥି ଭାବେ ସିଦ୍ଧାର୍ଥ ପଣ୍ଡା, ଅବସର ପ୍ରାପ୍ତ ଅଧ୍ୟକ୍ଷ, ଜନତା କଲେଜ୍ ବଇଣ୍ଡା, ଶ୍ରୀବତ୍ସ ପ୍ରଧାନ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ସାହିତ୍ୟିକ ଯୋଗ ଦେଇ ସାର ଗର୍ଭକ୍ ଭାଷଣ ଦେଇଥିଲେ। ଏହି ସମାରୋହ ରେ ବିଦ୍ୟାଳୟ ର ସମସ୍ତ ପୁରାତନ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଷୋଳ ପଦା ଅଂଚଳ ବାସୀ କାର୍ଯ୍ୟକ୍ରମ କୁ ସଫାଲ୍ୟ ମଣ୍ଡିତ କରିବା ସହ ସମସ୍ତ ସହଯୋଗ କରିଥିଲେ। ପରେ ପରେ ଅତିଥି ମାନଙ୍କ ଦ୍ଵାରା ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା ପଞ୍ଚଧାର ଉନ୍ମୋଚିତ ହୋଇଥିଲା। ଶେଷରେ ପୁରାତନ ଛାତ୍ର ଛାତ୍ରୀ ଓ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।