ରାୟଗଡା,(ଅମୁଲ୍ୟ ନିଶଙ୍କ) : ଆସନ୍ତା 2024 ସାଧାରଣ ନିର୍ବାଚନ କୁ ଆଖିଆଗରେ ରଖି ସ୍ଵଚ୍ଚ ଅବାଧ ନିର୍ବାଚନ ନିମନ୍ତେ ପୋଲିସ ପକ୍ଷରୁ ରାୟଗଡା ସହର, କାଶୀପୁର, ଗୁଣୁପୁର, ମୁନିଗୁଡା ବିସଷମକଟକ ପୋଲିସ ଓ କେନ୍ଦ୍ରୟ ସୁରକ୍ଷା ବଳ ପକ୍ଷରୁ ନିଜ ଅଞ୍ଚଳ ରେ ମିଳିତ ଭାବେ ଫ୍ଲାଗମାର୍ଚ୍ଚ ଜରାଯାଇଛି l ରାୟଗଡା ଜ଼ିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ହରିଶ ବି ସି ଙ୍କ ନିର୍ଦେଶ କ୍ରମେ ରାୟଗଡା ଏସଡ଼ିପି ଓ ରଶ୍ମିରଂଜନ ସେନାପତି ଓ ରାୟଗଡା ଥାନା ଆଇ ଆଇ ଚୀ କେକେବିକେ କହଁର ଙ୍କ ନେତୃତ୍ୱ ରେ ଟାଉନ ଥାନା ପରିସରରୁ ଫ୍ଲାଗ ମାର୍ଚ୍ଚ ବାହାରି ପୁରୁଣା ରାୟଗଡା ର ରେଲି ସାହି, ବ୍ରାହ୍ମଣୀ ସାହି, ନଦୀ ଖଣ୍ଡ ସାହି, ଅମ୍ବାଗୁଡା, ସେହିପରି ନୂଆ ରାୟଗଡା ର ଜ୍ୟୋତି ମହଲ, ନ୍ୟୁକଲୋନୀ ଅଶୋକ ନଗର, ଇନ୍ଦିରା ନଗର ରେ ପୋଲିସ ଓ ସି ଆର ପି ଏଫ ଯବାନ ଙ୍କ ପକ୍ଷରୁ ମିଳିତ ଭାବେ ଫ୍ଲାଙ୍ଗମାର୍ଚ୍ଚ କରାଯାଇଥିଲା l ଠିକ ସେହିପରି ଗୁଡାରି, ଗୁଣୁପୁର, କାଶୀପୁର ଓ ମୁନିଗୁଡା ଅଞ୍ଚଳ ର ବିଭିନ୍ନ ସାହି ରେ ସମ୍ପୃକ୍ତ ପୋଲିସ କର୍ମଚାରୀ ମାନେ ଫ୍ଲାଗ ମାର୍ଚ୍ଚ କରିଥିଲେ l ସେହିଭଳି ଜ଼ିଲ୍ଲା ର ମାଓବାଦୀ ଙ୍କ ଯେଉଁ ଅଞ୍ଚଳ ରେ ପ୍ରାଦୃଭାବ ରହିଛି ସମ୍ପୃକ୍ତ ଅଞ୍ଚଳ ରେ ଅବାଧ ନିର୍ବାଚନ ନିମନ୍ତେ ସି ଆର ପି ଏଫ ଓ ଏସ ଓ ଜି ଯବାନ ପକ୍ଷରୁ ମିଳିତ ଭାବେ କୁମ୍ବିଙ୍ଗ ଅପେରସନ ଚଷଲୁରହିଥିବା ଏସ ପି ପ୍ରକାଶ କରିଛନ୍ତି l ଜ଼ିଲ୍ଲା ର ସର୍ବମୋଟ 53 ଟି ବୁଥ ଅଞ୍ଚଳ ରେ ମାଓବାଦୀ ଙ୍କ ପ୍ରାଦୃଭାବ ରାହାହିଁଥିବା ବିସଷମକଟକ ନିର୍ବାଚନ ମଣ୍ଡଳୀର 27, ଗୁଣୁପୁର ନିର୍ବାଚନ ମଣ୍ଡଳୀର 23 ଓ ରାୟଗଡା ନିର୍ବାଚନ ମଣ୍ଡଳୀର 3 ଗୋଟି ବୁଥ ଅଞ୍ଚଳ ରର ଯବାନ ମାନେ ଫ୍ଲାଗ ମାର୍ଚ୍ଚ ଜାରିବା ନିମନ୍ତେ ଏସପି ନିର୍ଦେଶ ଦେଉଥିବା ଜଣାପଡିଛି l ଏହି ଫ୍ଲାଗ ମାର୍ଚ୍ଚ ରେ ସି ଆର ପି ଏଫ ଚତୃର୍ଥ ବାଟାଲିୟନ ର ଇନ୍ସପେକ୍ଟର କୁଶାଲ ସିଂ ଙ୍କ ନେତୃତ୍ୱ ରେ ଏକ ପ୍ଲାଟୁନ ସି ଆର ପି ଏଫ ଯବାନ ପୋଲିସ କୁ ଫ୍ଲାଗ ମାର୍ଚ୍ଚ ରର ସହଯୋଗ କରିଥିଲେ l