କାଙ୍କଡପାଳ ଗ୍ରାମରେ ୨୪ତମ ଅଷ୍ଟପ୍ରହର ନାମଯଜ୍ଞ

ଢେଙ୍କାନାଳ,(ଶୁଭମ ପାଣି): ସଦର ବ୍ଲକ୍ ଅନ୍ତର୍ଗତ କାଙ୍କଡପାଳ ଗ୍ରାମରେ ୨୪ତମ ଅଷ୍ଟପ୍ରହର ନାମଯଜ୍ଞ ପାଳିତ ହୋଇଯାଇଅଛି । ୧୫ ତାରିଖରେ ଗ୍ରାମର ପୁରଷମାନଙ୍କ ଦ୍ବାରା କଳସ ଯାତ୍ରା, କୁଞ୍ଜରେ ଠାକୁରଙ୍କୁ ସ୍ଥାପନ, ଅଖଣ୍ଡଦୀପ ସ୍ଥାପନ କରାଯାଇ ଅଧ‌ିବାସ ଆରମ୍ଭ ହୋଇଯାଅଛି । ଅଦ୍ୟ ପ୍ରାତଃ ୫ ଟାରେ ନାମସଂକୀର୍ତନ ଆରମ୍ଭ ହୋଇ ଅହୋରାତ୍ର ଆଖପାଖ ଅଂଚଳର ୨୫ ଦଳ ସଂକୀର୍ତନ ମଣ୍ଡଳୀ ଦ୍ବାରା ନାମ ସଂକୀର୍ତନ ଅନୁଷ୍ଠିତ ହୋଇଥିଲା । ରାତ୍ରରେ ଶତାକ ପ୍ରସାଦସେବନ କରିଥିଲେ। ୧୭ ତାରିଖରେ ବୈଠକ କୀର୍ତନସହିତ ନଗର ଭ୍ରମଣ, ଦହାଣ୍ଡି ଭଗ୍ନ ଓ ପ୍ରସାଦ ସେବନ ଅନୁଷ୍ଠିତ ହେବ । ପୂଜକ ଜଗନ୍ନାଥ ତ୍ରିପାଠୀ ସମସ୍ତ ପୂଜାକୁ ସୁଚାରୁ ରୂପେ ସମାପନ କରୁଛନ୍ତି। ସଭାପତି ଭରତ ସାସମଲ୍, ଉପସଭାପତି ମାନଗୋବିନ୍ଦ ସାହୁ, କୋଷାଧ୍ଯକ୍ଷ ସନ୍ତୋଷ ପରିଡାଙ୍କ ସମେତ କର୍ମକର୍ତା କୋଦଣ୍ଡ ପରିଡା, ବିକ୍ରମ ପରିଡା, ହୃଦାନନ୍ଦ ସାସମଲ, ବିଭୁତି ସାସମଲ, ସନ୍ତୋଷ ସାସମଲ, କାର୍ତିକ ସାସମଲ, ଗୁରୁବାରିଆ ଷେଣ୍ଢ, ଲିପୁନୁ ସାସମଲ, ପ୍ରଦୀପ ସାସମଲ, ଲମ୍ବୋଦର ପ୍ରଧାନ, ଗଗନ ବିହାରୀ ସାହୁ, ଅନିଲ୍ ପରିଡା, ବୁଦ୍ଧଦେବ ସାସମଲ ଓ ଗ୍ରାମବାସୀମାନେ ସହଯୋଗ କରିଥିଲେ ।