ଢେଙ୍କାନାଳ,(ଶୁଭମ ପାଣି):ଢେଙ୍କାନାଳ ସହରସ୍ଥିତ ଯାଉଁଳି ପୋଖରୀ ମଠ ପରିସରରେ ପ୍ରତ୍ୟେକ ବର୍ଷ ପରି ମର୍ଯ୍ୟାଦା ପୁରୁଷୋତମ ରଘୁକୂଳ ତିଳକ ଶ୍ରୀ ରାଘବେନ୍ଦ୍ର ରାମଚନ୍ଦ୍ରଙ୍କର ୪୭ତମ ଶ୍ରୀ ରାମଚରିତ ମାନସ ନବାହ୍ନ ପାରାୟଣ ଓ ମହାଯଜ୍ଞ ଆରମ୍ଭ ହୋଇଯାଇଅଛି । ଏହା ୧୩ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳନ କରାଯିବ । ପାରାୟଣର ପ୍ରଥମ ଦିନରେ ପୁରୁଷୋତମ ଦାସଜୀ ମହାରାଜଙ୍କ ଦ୍ବାରା ୧୩ ତାରଖରେ ଶିବପାର୍ବତୀ ବିବାହ ଓ ୧୪ ତାରିଖରେ ଶ୍ରୀରାମ ଜନ୍ମର କାରଣ ଓ ଜନ୍ମ ଉତ୍ସବ ପ୍ରବଚନ ଆରମ୍ଭ ହୋଇଥିବାବେଳେ କମଳଲୋଚନ ଦାସଜୀ ମହାରାଜଙ୍କ ଦ୍ୱାରା ୧୫ ତାରିଖରେ ସୀତାରାମ ବିବାହ ଉତ୍ସବ ଓ ୧୬ ତାରିଖରେ ଶ୍ରୀରାମ ବନ ଗମନ, ନାରାୟଣ ବାଶ (ମାନସ ରାଜହଂସ)ଙ୍କ ଦ୍ୱାରା ୧୭ ତାରିଖରେ ଦଶରଥଙ୍କ ଦେହତ୍ୟାଗ ଓ ଭରତଙ୍କ ଚିତ୍ରକୂଟ ଗମନ, ନିରଞ୍ଜନ ଶାସେନୀଙ୍କ ଦ୍ୱାରା ୧୮ ତାରିଖରେ ଭରତଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତନ ଓ ସୀତା ହରଣ ଓ ୧୯ ତାରିଖରେ ହନୁମାନ ଚରିତ ଓ ସେତୁ ବନ୍ଧ ପ୍ରତିଷ୍ଠା ଏବଂ ଅନ୍ତର୍ଯ୍ୟାମୀ ଦାସଜୀ ମହାରାଜଙ୍କ ଦ୍ବାରା ୨୦ ତାରିଖରେ ସମର ଲୀଳା ଓ ରାବଣ ବଧ ଏବଂ ୨୧ ତାରିଖରେ ଶ୍ରୀରାମଭିଷେକ ଓ ଜ୍ଞାନ ପ୍ରକରଣ ଉପରେ ପ୍ରବଚନ ଅନୁଷ୍ଠିତ ହେବ । ଆଚାର୍ଯ୍ୟ ଅମରେନ୍ଦ୍ର ନନ୍ଦ ଓ ସହଯୋଗୀ ରିତିକ୍ ବୃନ୍ଦଙ୍କ ଦ୍ବାରା ପ୍ରତ୍ୟହ ପ୍ରାତଃ ୭ ଘଟିକା ଠାରୁ ସୂର୍ଯ୍ୟପୂଜା, ଗୋ- ପୂଜା, ରୁଦ୍ରାଭିଷେକ, ଗୀତା ଓ ଶ୍ରୀ ବିଷ୍ଣୁ ସହସ୍ରନାମ, ଶ୍ରୀ ରାମାର୍ଜନ ଓ ତତ୍ପରେ ୧୧ ଘଟିକା ଠାରୁ ଯଜ୍ଞ ଅନୁଷ୍ଠିତ ହେବ । ପ୍ରତ୍ୟହ ସଂଧ୍ୟା ୬ଟା ୩୦ମି.ରେ ଶ୍ରୀ ଜୀଉଙ୍କର ପାରାୟଣ ମଣ୍ଡପ ବିଜେ ଆରତୀ, ଅସ୍ତୁତି ଓ ସାଧୁସନ୍ଥଙ୍କ ଦ୍ବାରା ଶ୍ରୀରାମ ନାମ ଭଜନ କୀର୍ତନ ଓ ଶ୍ରୀ ହନୁମାନ ଚାଳିଶା ପାଠ କରାଯିବା ସହିତ ପ୍ରତ୍ୟେହ ସଂଧ୍ୟା ୭ ଘଟିକାରେ କଥା ବାଚକଙ୍କ ଦ୍ଵାରା ଶ୍ରୀରାମ କଥାମୃତ ଧାରା ପ୍ରବାହ ଅନୁଷ୍ଠିତ ହେବ । ଏଥିରେ ମଂଚ ପରିଚାଳକ ତଥା ଉପସ୍ଥାପନା କରିବେ ବିଶ୍ବମ୍ବର ଦାସଳୀ ମହାରାଜ । ଉକ୍ତ କାର୍ଯ୍ୟକ୍ରମକୁ ମଠର ମହନ୍ତ ବ୍ରହ୍ମାନନ୍ଦ ଦାସଜୀ ମହାରାଜ ପରିଚାଳନା କରିଥିବାବେଳେ ପ୍ରଭୁପାଦ ଦାସଜୀ ମହାରାଜ ସହଯୋଗ କରିଥିଲେ । ଏଥିରେ ଉଦ୍ୟୋକ୍ତା ଭାବେ ମୁରଲୀ କୁମାର ଭଞ୍ଜ, ସଞ୍ଜୟ କୁମାର ଭଞ୍ଜ, ସୁଶାନ୍ତ କୁମାର ଜେନା, ପ୍ରତାପ କୁମାର ମହାନ୍ତି, ସରୋଜ କୁମାର ମହାନ୍ତି, ଶିବ ପ୍ରସାଦ ଦାଶ, ପ୍ରଦ୍ୟୁମ୍ନ କୁମାର ପାଢୀ ଓ ମନୋଜ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।