ତେନ୍ତୁଳି ପ୍ରକ୍ରିୟାକରଣ କେନ୍ଦ୍ର ଶିଳାନ୍ୟାସ ରେ ପ୍ରସାଶନିକ ତ୍ରୁଟି ପାଇଁ ମନ୍ତ୍ରୀଙ୍କୁ ବଦନାମ

ରାୟଗଡା,୧୨.୦୩(ଅମୁଲ୍ୟ ନିଶଙ୍କ): ରାୟଗଡା ବ୍ଲକ ସଦର ମହାକୁମା ଠାରୁ ମାତ୍ର 7 କିଲୋମିଟର ଦୂର ଜାତୀୟ ରାଜପଥ 326 କଡ଼ ରେ ଭାକୁରୁଗୁଡା ନିକଟ କାଦମ୍ବରୀଗୁଡା ଠାରେ ଟି ଡି ସି ସି ପକ୍ଷରୁ ଏକ ତେନ୍ତୁଳି ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା ଆଦିବାସୀ ଜାତି ଜନଜାତି ତଥା ପଛୁଆ ବର୍ଗ ଉନୟନ ଓ ଆଇନ ବିଭାଗ ଓଡିଶା ସରକାରଗତ 7/03/2024 ରେ24କୋଟି 91ଲକ୍ଷ ଟଙ୍କା ବ୍ୟରେ ନିର୍ମିତ ହେବାକୁ ଥିବା ପ୍ରକଳ୍ପ କୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ଏହି ତେନ୍ତୁଳି ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କୁ ବିରୋଧ କରି କୋତାପେଟା ଗ୍ରାମ ର ବହୁ ମହିଳା ଓ ପୁରୁଷ 8/03/2024 ରେ ଏକତ୍ରିତ ହୋଇ ଶିଳାନ୍ୟାସ ଫଳକ ଟିକୁ ଭାଙ୍ଗି ଚୁରମାର କରିଦେଇଥିଲେ l ସୂଚନା ଯୋଗ୍ୟଯେ କାଦମ୍ବରୀଗୁଡା ଖାତା ନମ୍ବର 5/2 ଜମି ଜଣକ ପିଛା 4 ସେଣ୍ଟ ହିସାବରେ 50 ପରିବାର କୁ ତତ୍କାଳୀନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକା 1974 ମସିହାରେ ଲିଖିତ ଆକାର ରର ଦେଇଥିଲେ l ମନ୍ତ୍ରୀ ଉଲାକା ଙ୍କ ଲିଖିତ ଚିଠି ସହିତ କୋତାପେଟା ଗ୍ରାମ ର ପାଳୟା ଙ୍କ ନାମରେ ଲିଜ ଦିଆଯାଇଥିବା ଏକ ଫର୍ମ ମଧ୍ୟ୍ୟ ରହିଛି l ରାଜସ୍ୱ ନିରକ୍ଷକ ମାଲିଗାଁ ଓ ତହସିଲଦାର ରାୟଗଡା ତେନ୍ତୁଳି ପ୍ରକ୍ରିୟାକରଣ ଶିଳ୍ପ ପାଇଁ ଟିଡି ସି ସି କୁ ସରକାରୀ ଜମି ଚି଼ହ୍ନଟ କରି ଦେଇଥିଲି କିନ୍ତୁ ଟି ଡି ସି ସି ବିଭାଗ ର କର୍ତୃପକ୍ଷ ଙ୍କ ଭୁଲ ରେ ଶିଳାନ୍ୟାସ ଫଳକ ଟି କୁ କୋତାପେଟା ଗ୍ରାମବାସୀ ଙ୍କ ସ୍ମଶାନ ର ଏକ କାନ୍ଥ ରେ ଲଗାଇ ମନ୍ତ୍ରୀ ଙ୍କ ଦ୍ୱାରା ଶିଳାନ୍ୟାସ କରାଇଥିଲେ l ମନ୍ତ୍ରୀ ଆସି ଶିଳାନ୍ୟାସ କରି ଚାଲିଗଲା ପରେ ଗ୍ରାମବାସୀ ନିଜର ସ୍ମଶାନ ଜମି ପାଇଁ ଆସି ଶିଳାନ୍ୟାସ ଫଳକ କୁ ଭାଙ୍ଗି ଦେଇ ଥିଲେ ଓ ଏଥି ପାଇଁ ସେମାନେ ମନ୍ତ୍ରୀ ଙ୍କୁ ଦାଈ କରିଥିଲେ ଓ କେତେକ ବ୍ୟକ୍ତି ମନ୍ତ୍ରୀ ଦାଦାଗିରି କରି ଶିଳାନ୍ୟାସ କରିଲେ ବୋଲି l ଟିଡି ସି ସି ବିଭାଗ ର ଅଧିକାରୀଙ୍କ ଦାୟିତ୍ୱ ହୀନତା ପାଇଁ ମନ୍ତ୍ରୀଙ୍କୁ ବଦନାମ କରିବା ନିମନ୍ତେ ଏକ ସଡଯନ୍ତ୍ର କରାଯାଇଥିଲା ବୋଲି ବହୁ ବୁଦ୍ଧିଜୀବୀ ଆଲୋଚନା କରୁଥିବା ର ଦେଖବାକୁ ମିଳୁଛି l ଏହି ଜମି ବିଷୟରେ ଆମେ ମାଲିଗାଁ ରାଜସ୍ୱ ନିରୀକ୍ଷକ ଙ୍କୁ ତାଙ୍କ ଫୋନ ନମ୍ବର 7978525860 ରର ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ତେନ୍ତୁଳି ପ୍ରକ୍ରିୟାକରଣ ଶିଳ୍ପ ନିମନ୍ତେ ଆମେ ଟିଡି ସି ସି କୁ ସରକାରୀ ଜାଗା ସ୍ମଶାନ ନିକଟରେ ଦେଖାଇଥିଲୁ କିନ୍ତୁ ଭୁଲ ରର ସେମାନେ ଅନ୍ୟ ସ୍ଥାନ ତର ଶିଳାନ୍ୟାସ ଫଳକ ଲଗାଇ ଶୁଭ ଦେଇଥିଲେ ବୋଲି l ମୁଁ କୋତାପେଟା ଗ୍ରାମ ବାସି ଙ୍କ ସହିତ ଆଲୋଚନା କରି ତୁମ ସ୍ମଶାନ ରର ଶିଳ୍ପ ହେବ ନାହିଁ ତୁମ ସ୍ମଶାନ ପାଖରେ ଥିବା ସରକାରୀ ସ୍ଥାନ ରର ତେନ୍ତୁଳି ପ୍ରକ୍ରିୟାକରଣ ଶିଳ୍ପ ହେବ ବୋଲି କହିଛି ବୋଲି ଆର ଆଇ କହିଛନ୍ତି l ଟିଡି ସି ସି ଅଧିକାରୀଙ୍କ ଭୁଲ ପାଇଁ ବଦନାମ ହେବାକୁ ଯାଉଥିଲେ ଏଥିପାଇଁ ବିଭାଗୀୟ ଅଧିକାରୀଙ୍କ ବିରୋଧ ରର ଦୃଢ଼ କାର୍ଯ୍ୟାନୁଷ୍ଟାନ ପାଇଁ ଦାବୀ ହେଉଛି l