ରାୟଗଡା,୦୨.୦୩(ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜ଼ିଲ୍ଲା ର ଗୁଡାରି ଗୋଷ୍ଠି ଉନୟନ ଅଧିକାରୀ ନିର୍ବାଚିତ ଜନପ୍ରତିନଧି ଙ୍କୁ ଅଣଦେଖା କରୁଥିବା ର ଅଭିଯୋଗ ହୋଇଥିଲା ଏପରିକି ଦୁର୍ବ୍ୟବହାର କରିବାକୁ ବିଡ଼ିଓ ପଛାଉନାହାନ୍ତି ବୋଲି ବ୍ଲକ ର ଜନପ୍ରତିନିଧି ମାନେ ଅଭିଯୋଗ ଆଣିଥିଲି l ଏହି ବିଷୟରେ ବ୍ଲକଅଧକ୍ଷା ଲକ୍ଷ୍ମୀ ଶବର ଗତ ଜାନୁଆରୀ ମାସ 11 ତାରିଖ ରେ ତତ୍କାଳୀନ ଜ଼ିଲ୍ଲାପାଳ ଓ ଜ଼ିଲ୍ଲା ପରିଷଦ ମୁଖ୍ୟ କାର୍ୟନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ l ବିଡ଼ିଓ କୌଣସି ସରକାରୀ କିମ୍ବା ଉନୟନ କାମରେ ଲୋକପ୍ରତିନିଧିଙ୍କୁ ନପଚାରି ଅଣଦେଖା କରି ନିଜେ ସବୁ କାମକରୁଛନ୍ତି । ତୁମେମାନେ ଆଦିବାସୀ ଆମର କଣ କରିବ ମୁଁ ଯାହା କହିବି ବ୍ଲକ ରେ ତାହା ଚଳିବ ବୋଲି ବିଡ଼ିଓ କହୁଛନ୍ତୁ ବୋଲି ବ୍ଲକ ଅଧକ୍ଷା ଲକ୍ଷ୍ମୀ ଶବର ଙ୍କ ସମତେ ଜ଼ିଲ୍ଲା ପରିଷଦ ସମିତିସଭ୍ୟ ଓ ସରପଞ୍ଚ ଅଭିଯୋଗ କରିଛନ୍ତି l 16 /02/2024 ତାରିଖ ରେ ଘଟଣା ର ତଦନ୍ତ ପାଇଁ ଜ଼ିଲ୍ଲା ପରିଷଦ ମୁଖ୍ୟ କାର୍ୟନିର୍ବାହୀ ଅଧିକାରୀ ଘଟଣା ର ତଦନ୍ତ କରିବା ପାଇଁ ଯିବେ ବୋଲି ଜ଼ିଲ୍ଲା ପରିଷଦ ଅତିରିକ୍ତ କାର୍ୟନିର୍ବାହୀ ଅଧିକାରୀ ଆଡମିନଷ୍ଟ୍ରେସନ ଙ୍କ ଚିଠି ସଂଖ୍ୟା 1329 ତାରିଖ13/02/2024 ରେ ବ୍ଲକ ଅଧକ୍ଷା ଙ୍କୁ ଜଣାଇଥିଲେ l କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଯେ ସିଡିଓ ଘଟଣା ର ତଦନ୍ତ ପାଇଁ ଆସିନଥିଲେ l କୌଣସି ଚାପ ର ବସବର୍ତ୍ତୀ ହୋଇ ଘଟଣା ର ତଦନ୍ତ ପାଇଁ ସିଡିଓ ଆସିଲେ ନାହିଁ ବୋଲି ଜନପ୍ରତିନିଧି ଅସନ୍ତୋଷ ପ୍ରକାଶ କରିଛନ୍ତି l ଘଟଣା ର କୌଣସି ସୁଫଳ ନ ମିଳିବାରୁ ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମୁଖ ରେ ଗତ ଦୁଇ ଦିନ ହେଲା ନିର୍ବାଚିତ ଜନପ୍ରତିନିଧି ମାନେ ଗୁଡାରି ବ୍ଲକ ଅଧକ୍ଷା ଲକ୍ଷ୍ମୀ ଶବର, ଗୁଡାରି ବ୍ଲକ ଜ଼ିଲ୍ଲା ପରିଷଦ ସଭ୍ୟ ପତି କ୍ରାସ୍କା,ଅସଦା ସରପଞ୍ଚ ସୁଦାମ ଶବର, ସରପଞ୍ଚ ଖରୀଗୁଡା ଲୁସି ନାରେଙ୍ଗା, ସମିତି ସଭ୍ୟା ଖରୀଗୁଡା ସବିତା ଶବର,ସରପଞ୍ଚ ମଧୁବନ ବଂଶୀ ଶବର, ମଧୁବନ ସମିତି ସଭ୍ୟା ରଶ୍ମିତା ଶବର,ଅସଦା ସମିତି ସଭ୍ୟା ନମିତା ଶବର,ସମିତି ସଭ୍ୟ ଏମ କେ ରାଇ ଅର୍ଜୁନ ଶବର,ସାନହୁମା ସରପଞ୍ଚ ସୂର୍ଯ୍ୟମଣି ଶବର ଓ କର୍ଲାଘାଟି ସରପଞ୍ଚ କୌଶଲ୍ୟା ମାମ୍ଭଳିକା ଧାରଣା ରେ ବସିଛନ୍ତି l ଗଣ ଧାରଣା ସମୟରେ କୌଣସି ଅପ୍ରତୀକର ପରିସ୍ଥିତି ସୃଷ୍ଟି ହୁଏ ତେବେ ଏଥିପାଇଁ ବିଡ଼ିଓ ଓ ଜ଼ିଲ୍ଲା ପ୍ରସାଶନ ଦାଈ ରହିବେ କହିଛନ୍ତି ବ୍ଲକ ଅଧକ୍ଷା ଲକ୍ଷ୍ମୀ ଶବର ଓ ଜ଼ିଲ୍ଲା ପରିଷଦ ସଭ୍ୟ ପତି କ୍ରାସ୍କା କହିଛନ୍ତି l ବିଡ଼ିଓ ଅନିଶା ଦାସ ଙ୍କୁ ଯେତେ ଦିନ ପର୍ଯ୍ୟନ୍ତ ବଦଳି ନ ହୋଇଛି ଧାରଣା ଚାଲୁରହିବ ଆସନ୍ତା ଦୁଇ ଦିନ ମଧ୍ୟରେ ଆମର ଦାବୀ ଯଦି ପୂରଣ ଣ ହୁଏ ଆମେ ବାଧ୍ୟ୍ୟ ହୋଇ ବ୍ଲକ ରେ ମୁଖ୍ୟ ଫାଟକ ରେ ତାଲା ପକଇବୁ ଏଥି ପାଇଁ ଯଦି କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ବିଡ଼ିଓ ଦାଈ ରହିବେ ବୋଲି ବ୍ଲକ ଅଧକ୍ଷା ଓ ଜ଼ିଲ୍ଲା ପରିଷଦ ସଭ୍ୟ କହିଛନ୍ତି l