ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ରକ୍ତ ପରୀକ୍ଷଣ କାର୍ଯ୍ୟକ୍ରମ

ରାୟଗଡ଼ା,୨୪.୦୨(ଅମୁଲ୍ୟ ନିଶଙ୍କ): ସିକିଲ୍ ସେଲ୍ ଓ ଥାଲାସେମିଆ ରୋଗକୁ ରକିବା ଦିଗରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାତୀୟ ସ୍ଵାସ୍ଥ୍ୟ ମିଶନ୍ ଅନ୍ତର୍ଗତ ସିକିଲ୍ ସେଲ୍ ଓ ଥାଲାସେମିଆ ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ଆୟଜିତ ଏହି ପରୀକ୍ଷଣ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡ଼ଃ ସୁନୀଲ ମହାପାତ୍ରଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍ ରକ୍ତ ନମୁନା ସଂଗ୍ରହ କାର୍ଯ୍ୟକ୍ରମରେ ନିୟୋଯିତ ଥିଲେ । ସେଞ୍ଚୁରିଅନ ବିଦ୍ୟାଳୟରେ ଅଧ୍ୟୟନରତ ୨ରୁ ୨୫ବର୍ଷ ବୟସର ସମସ୍ତ ଛାତ୍ରଛାତ୍ରୀ ମାନେଙ୍କ ରକ୍ତ ନମୁନା ପରୀକ୍ଷା ସକାଶେ ସଂଗ୍ରହ କରଯାଇଥିଲା । ସିକିଲ୍ ସେଲ୍ ଓ ଥାଲାସେମିଆ ରୋଗ ଏକ ବଂଶାନୁକ୍ରମିକ ରକ୍ତ ସମ୍ବନ୍ଧୀୟ ସମସ୍ୟା, ଯାହା ବାପା-ମା’ଙ୍କ ଠାରୁ ପିଲାମାନଙ୍କୁ ଆସିବାର ସମ୍ଭାବନା ଥାଏ। ଆମେ ଯଦି ଆମର ରୋଗବାହକ ସ୍ଥିତିକୁ ଜାଣିନେବା ତା ହେଲେ ସିକିଲ୍ ସେଲ୍ ଓ ଥାଲାସେମିଆ ରୋଗ କବଳରୁ ଆଗାମୀ ପିଢିକୁ ମୁକ୍ତ କରି ପାରିବା ଏହାହିଁ ଏହି କାର୍ଯ୍ୟକ୍ରମର ମୂଲ ଉଦ୍ଦେଶ୍ୟ ବୋଲି ଡାକ୍ତର ମହାପାତ୍ର ସୁଚନା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ନିର୍ଦ୍ଦେଶକ ଡ଼ଃ. ରାଜେଶ କୁମାର ପାଢୀ ଓ ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ସମସ୍ତ କର୍ମଚାରୀ ମାନେ ପଞ୍ଜିକରଣ ଓ ରକ୍ତ ପରୀକ୍ଷଣ କିଟ୍ ପ୍ରଦାନ କର୍ଯ୍ୟରେ ସହଯୋଗ କରିଥଲେ ।