ଅତିରିକ୍ତ ଶ୍ରମ ଅଧିକାରୀଙ୍କ ଦ୍ଵାରା 35 ଜଣ ଦାଦନ ଶ୍ରମିକ ଉଦ୍ଧାର

ରାୟଗଡା,(ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା ଶ୍ରମ ବିଭାଗ ଅତିରିକ୍ତ ଶ୍ରମ ଅଧିକାରୀ ସଞ୍ଜୟ କୁମାର ରୋହିତ କୋଳନରା ପଂଚାୟତ ସମିତି ସଭାକୁ ଯୋଗ ଦେବା ପାଇଁ କୋଳନରା ଯାଇଥିଲେ l ପଂଚାୟତ ସମିତି ସଭା କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ଶ୍ରମ ଅଧିକାରୀ ଶ୍ରମିକ କୁ ଦାଦନ ଖତେଇବା ନିମନ୍ତେ ଆନ୍ଧ୍ର ପ୍ରଦେଶ କୁ ଚାଲାଣ ହେଉଛି ବୋଲି l ତତକ୍ଷଣାତ ରୋହିତ ଘଟଣା ସ୍ଥଳ କୁ ଯାଇ ଶ୍ରମିକ ଦଲାଲ ଡାକୁଲୁଗୁଡା ଗ୍ରାମର ବଚାତାମୀ ନାଇଡ଼ୁ ଙ୍କ ଠାରୁ ଉଦ୍ଧାର କରିଛନ୍ତି l ସୂଚନା ଯୋଗ୍ୟଯେ ରାୟଗଡା ଜ଼ିଲ୍ଲା କୋଳନରା ବ୍ଲକ ର ଲାଳବି ଗ୍ରାମର 35 ଜଣ ଯୁବକ ଯିବତୀ ଙ୍କୁ ଏକ ଟ୍ରକ ଯୋଗେ ଆନ୍ଧ୍ର ପ୍ରଦେଶ ର ବିଜୟବାଃଡ ଜ଼ିଲ୍ଲା କୁ ଚାଲାଣ କରୁଥିବା ସସମୟରେ କୋଳନରା ବ୍ଲକ ର ମଦନ ପୁର ଠାରେ ଉକ୍ତ ଶ୍ରମିକ ଙ୍କୁ ଉଦ୍ଧାର କରିଥିଲେ l ରାୟଗଡା ଜ଼ିଲ୍ଲା ରୁ ପ୍ରତିଦିନ ଏହି ପରି ସହ ସହ ସଂଖ୍ୟାରେ ଶ୍ରମିକ ଦାଦନ ଖଟିବାକୁ ପୋଡ଼ସି ଆନ୍ଧ୍ର କେରଳ, ତାମିଲନାଡୁ ଯାଉଛନ୍ତି କିନ୍ତୁ ସେମାନେ ବାହାର କୁ ଯିବା ପୂର୍ବରୁ ଶ୍ରମ କାର୍ଯ୍ୟାଳୟ ରେ କିଛି ଜଣାଉନାହାନ୍ତି ବୋଲି ଅତିରିକ୍ତ ଶ୍ରମ ଅଧିକାରୀ ରୋହିତ କହିଛନ୍ତି l ବଚାତାମି ନାଇଡ଼ୁ ଙ୍କ ପଛରେ ଆଉ କିଏ ମାନେ ଅଛନ୍ତି ଶ୍ରମିକ ମାନଙ୍କୁ ବାହାର ରାଜ୍ୟ କୁ ଚାଲାଣ କରୁଛନ୍ତି ତାହାର ତଦନ୍ତ କରି ଘଟଣା ର ପର୍ଦାଫାଶ କରିବୁ ବୋଲି ଶ୍ରମ ଅଧିକାରୀ କହିଛନ୍ତି l