ଢେଙ୍କାନାଳ,(ଶୁଭମ ପାଣି):ଉକ୍ତ ବୈଠକ ରେ ଜିଲ୍ଲା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ( ପରିବାର କଲ୍ୟାଣ ) ସ୍ବାଗତ ଭାଷଣ ରେ IPPI ପ୍ରୋଗ୍ରାମ ର ସଫଳ ରୂପାୟନ ର ବାର୍ଭା ଦେଇଥିଲେ । WHO ର SMO ଡ଼କ୍ଟର ଦୀପକ କୁମାର କର Pulse ପୋଲିଓ କଣ ଓ ଏହା କେବେ ଆରମ୍ଭ ହୋଇଥିଲା, IPPI କେବେଠୁ ଆରମ୍ଭ ହୋଇଥିଲା ଏବଂ ଢେଙ୍କାନାଳ ଜିଲ୍ଲାର ଅପହଞ୍ଚ ରେ ଥିବା ସମସ୍ତ ୦ ରୁ # ବର୍ଷ ପିଲା କିପରୀ IPPI ରେ ସାମିଲ ହୋଇ ପାରିବେ ସେ ବିଷୟରେ ଆଲୋକପାତ କରିଥିଲେ। ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼କ୍ଟର ଜ୍ୟୋତିଷ ଚନ୍ଦ୍ର ମହାପାତ୍ର ହେଳାକୁ ଥିବା IPPI ମାର୍ଚ୍ଚ ୩, ୨୦୨୪ ଦିନ ସମସ୍ତ ସ୍କୁଲ କିପରି ଖୋଲା ରହିବ ସେ ବିଷୟ ଧ୍ୟାନ ଦେବାକୁ DEO ଙ୍କୁ କହିଥିଲେ । ପରିଶେଷରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼କ୍ଟର ଦିଲ୍ଲୀପ କୁମାର ବିଶ୍ୱାଳ, ଢେଙ୍କାନାଳ ଜିଲ୍ଲାର ମୋଟ ୫୬୯ ଟି ବୁଥ ରେ ୨୫୭୩୭୭ ଘରର ୧୧୧୬୮୯ ଜଣ ୦ ରୁ ୫ ବର୍ଷ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଏଇବାର ଲକ୍ଷ ରଖାଯାଇଛି ଓ ଏ ଯୋଜନା ରେ ୨୫୦୨ ଜଣ କର୍ମୀ ନିଯୁକ୍ତ ଅଛନ୍ତି ବୋଲି ବୈଠକରେ ପ୍ରକାଶ କରିଥିଲେ। DSWO DIPRO DPO, ADPHCO, DMRCHIC DVLM, ICA, DDM, AM CP ପ୍ରମୁଖ ଉପସ୍ଥିତ ଥିଲେ।