ରାୟଗଡ଼ ରେ ଆମ ହସ୍ପିଟାଲ ଲୋକାର୍ପିତ ବହୁ ଅବବ୍ୟସ୍ଥା

ରାୟଗଡ଼,(ଅମୁଲ୍ୟ ନିଶଙ୍କ)-5T ଉପକ୍ରମରେ “ଆମ ହସ୍ପିଟାଲ” ଯୋଜନାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ କରକମଳରେ 15 ଜିଲ୍ଲା ର 73 ଟି “ଆମ ହସ୍ପିଟାଲ” ଅଭାସି ମାଧ୍ୟମ ରେ ଲୋକାର୍ପିତ କରିଛନ୍ତି | ଏହି ଯୋଜନାରେ ଆମ ଜିଲ୍ଲା ସଦରର ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ-ଗୁଣୁପୁର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ମୁନିଗୁଡାର ଆମ ହସ୍ପିଟାଲ ପ୍ରକଳ୍ପ ଜରିଆରେ ରୁପାନ୍ତରିତ ହୋଇଥିବା ସରକାରୀ ଡାକ୍ତରଖାନା କୁ ଲୋକାର୍ପଣ କରାଯାଇଛି | ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ ରାୟଗଡ଼ ଶ୍ରୀ ମକରନ୍ଦ ମୁଦୁଲି, ସୁଶ୍ରୀ ସରସ୍ବତୀ ମାଝି ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ଚନ୍ଦ୍ର ରଇତ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଜିଲ୍ଲା ଚିକିତ୍ସାଧିକାରୀ ତଥା ସୁପରିଟେଣ୍ଡେଣ୍ଟ ଡା ବରଦା କାନ୍ତ ମିଶ୍ର ଉପସ୍ଥିତ ଥିଲେ
ଆଜିର ଏହି ଆମ ହିସ୍ପିଟାଲ ଲୋକାର୍ପିତ କାର୍ଯ୍ୟକ୍ରମ ଅବସରରେ ରାୟଗଡା ରେ ଅନେକ ବ୍ୟତିକ୍ରମ ଦେଖିବାକୟ ମିଳିଛି l ଏହି କାର୍ଯ୍ୟକ୍ରମ ରେ ପ୍ରସାଶନିକ ଅଧିକାରୀ, ନିର୍ବାଚିତ ଲୋକ ପ୍ରତିନିଧି, ଗଣମାଧ୍ୟମ ର ପ୍ରତିନିଧି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ଦୁର୍ଭାଗ୍ୟ ର କଥା ଯେ ଅତିଥି ଓ ଗଣମାଧ୍ୟମ ପ୍ରତିନିଧି ଙ୍କୁ ବସିବା ନିମନ୍ତେ କୌଣସି ବ୍ୟବସ୍ତା ନଥିଲା l ଅତିଥି ମାନେ ବସିବା ନିମନ୍ତେ ଚୌକି ଖୋଜିଥିଲେ l ଏମିତିକି ଗଣମାଧ୍ୟମ ଯେଉଁ ଚୌକି ରର ବସିଥିଲେ ତାଙ୍କୁ ଚୌକି ରୁ ଉଠିବା ନିମନ୍ତେ କୁହାଯାଇଥିବା ର ଦେଖିବାକୁ ମିଳିଥିଲା l ହଜାର ହଜାର ସଂଖ୍ୟାରେ ସ୍ୱୟଂ ସହାୟକ ଗୋଷ୍ଠି ର ମହିଳା ମାନେ ଯୋଗ ଦେଇଥିଲେ କିନ୍ତୁ ବସିବା ର ବ୍ୟବସ୍ଥା ନଥିବାରୁ କିଏ ଗଛ ମୂଳେ ତ କିଏ ହସ୍ପିଟାଲ ପରିସରରେ ବୁଲିବାର ଦେଖିବା କୁ ମିଳିଥିଲା l ଉପସ୍ଥିତ ଜନସାଧାରଣ ଙ୍କ ନିମନ୍ତେ ପିଇବା ନିମନ୍ତେ ପାନୀୟ ଜଳ ର ବ୍ୟବସ୍ତା ନଥିଲା ପାଣି ପିଇବା ନିମନ୍ତେ ଉପସ୍ଥିତ ଜନସାଧାରଣ ବ୍ୟତୀବ୍ୟସ୍ତ ହେଉଥିଲେ l ସରକାର ଜନସାଧାରଣ ଙ୍କ ନିମନ୍ତେ ବହୁ ଯୋଜନା କରୁଛନ୍ତି କିନ୍ତୁ ତାହା ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ ହେଉନଥିବା ର ଦେଖାଯାଉଛିବଲ ଏହି ଆମ ହସ୍ପିଟାଲ ଲୋକାର୍ପିତ କାର୍ଯ୍ୟକ୍ରମ ବହୁ ଆଡମ୍ବରେ ଲାଘକ୍ରିୟା ହୋଇଛି l ପ୍ରତ୍ୟକ ସରକାରୀ କାର୍ଯ୍ୟକ୍ରମ ରେ ଏହି ପରି କାହିଁକି ଅଘଟଣ ଘଟୁଛି ବୋଲି ଜନସାଧାରଣ ଙ୍କ ମନରେ ପ୍ରଶ୍ନ ସୃଷ୍ଟି ହେଉଛି l ଭବିଷ୍ୟତ ରେ ଏଥି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ଜନସାଧାରଣ ମାତାବ୍ୟକ୍ତ କରିଛନ୍ତି l