ଢେଙ୍କନାଳ,୧୬/୨(ଶୁଭମ ପାଣି): ଜିଲ୍ଲା ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଗଠନ ତରଫରୁ ତୃତୀୟ ଦିନରେ ଶାନ୍ତିପୂର୍ଣ୍ଣ ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ବିଭିନ୍ନ ଦାବୀକୁ ନେଇ ପ୍ରାୟ ୫୦ରୁ ଉର୍ଦ୍ଧ୍ବ କୃଷି କର୍ମଚାରୀ ଉପସ୍ଥିତ ରହି ସରକାରଙ୍କ ପାଖରେ ତାଙ୍କର ଦାବି ଜଣାଇଛନ୍ତି । ଉକ୍ତ ଦାବୀ ଗୁଡିକ ହେଲା, କ୍ୟାଡର ପୁନର୍ଗଠନ କରାଯାଉ, ଗ୍ରେଡ୍ ପେ ବୃଦ୍ଧି, ପଦବୀର ନାମ ପରିବର୍ତନ, ଲାପ୍ଟପ୍/ଟାବ୍ଲେଟ୍ ରିଚାର୍ଜ ଭାଉଚର ଯୋଗାଣ, ଶିକ୍ଷାଗତ ଯୋଗ୍ୟତା +୩ ବିଜ୍ଞାନ କୁ ବୃଦ୍ଧି, ସାଇକେଲ୍ ଭତା ପରିବର୍ତେ ମଟର ସାଇକେଲ୍ ପାଇଁ ଭତା ଯୋଗାଣ । ଚଳିତ ମାସ ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଡିଜିଟାଲ୍ ଷ୍ଟ୍ରାଇକ୍ରେ ଥିଲେ । ବର୍ତମାନ ୧୩ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ କୃଷି କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣରେ ବସିଛନ୍ତି । ଯଦି ଆସନ୍ତା ୧୯ ତାରିଖ ଭିତରେ ଦାବି ପୂରଣ ନକରାଯାଏ ତେବେ ୨୦ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଭୁବନେଶ୍ବର କୃଷି ଭବନ ସମ୍ମୁଖରେ ଧାରଣାରେ ବସିବେ ବୋଲି ଜଣାଇଛନ୍ତି । ସଂଗଠନର ସଭାପତି ଶିଶିର କୁମାର ସଭାପତି, ଉପସଭାପତି ମାନସ କୁମାର ଦୁଆରୀ, ସଂପାଦକ ଚିନ୍ମୟ ପଣ୍ଡା ଓ କୋଷାଧ୍ଯକ୍ଷ ମନୋଜ ମଞ୍ଜରୀ ସତପଥୀ ପ୍ରମୁଖ ଉପସ୍ଥିତ ରହିଥିଲେ ।