ଢେଙ୍କନାଳ,୧୩/୨(ଶୁଭମ ପାଣି): ଢେଙ୍କାନାଳ ବସ୍ଷ୍ଟାଣ୍ଡସ୍ଥିତ ମା’ତାରିଣୀଙ୍କ ଦ୍ବାଦଶ ଜନ୍ମବାର୍ଷିକୀ ଉତ୍ସବ ମା’ ତାରିଣୀ ବେପାରୀ ସଂଘ ଦ୍ବାରା ମହାସମାରୋହରେ ପାଳିତ ହୋଇଯାଇଅଛି। ସକାଳ ୫ ଘଟିକା ସମୟରେ ମଙ୍ଗଳା ଆଳତୀ, ସକାଳ ୬ ଘଟିକାରେ ନୀତି ପୂଜା, ସକାଳ ୮ ଘଟିକା ସମୟରେ ସୂର୍ଯ୍ୟପୂଜା ଓ ଗୋ-ପୂଜା, ଦିବା ୧୦ ଘଟିକା ସମୟରେ ଯଜ୍ଞ ଓ ବିଭିନ୍ନ ଭୋଗରାଗ ଲାଗି କରାଯାଇଥିଲା । ଦିବା ୧ ଘଟିକା ସମୟରେ ଭକ୍ତମାନଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥିବାବେଳେ ସଂଧ୍ୟାରେ ଆଳତୀ ମା’ଙ୍କ ପାଖରେ ଲାଗିଥିଲା । ପୂଜକ ବିକାଶ ଭାଇନା ଓ କର୍ତା ପ୍ରଦୀପ କୁମାର ଦାସଙ୍କ ଦ୍ବାରା ସମସ୍ତ ପୂଜାକାର୍ଯ୍ୟ ସଂପନ୍ନ ହୋଇଥିଲା । ଉକ୍ତ ଜନ୍ମବାର୍ଷିକୀ ଉତ୍ସବକୁ ସଭାପତି ବିଶ୍ବଜିତ୍ ବେହେରା ଙ୍କ ସମେତ ସଦସ୍ୟ ପ୍ରଦୀପ କୁମାର ଦାସ, ଖଗ ଭାଇ, ରାନୁ ଭାଇ, ସାନପୁଅ ଭାଇ, ବାବାଜୀ ଭାଇ, ଟେରୁ ଭାଇ, ମଦନ ଭାଇ, କାଳିଆ ଭାଇ, ପରେଶ, ଶ୍ରୀକାନ୍ତ ବେହେରା, ପ୍ରଶାନ୍ତ ବେହେରାଙ୍କ ସମେତ ସମସ୍ତ ବେପାରୀ ସଭ୍ୟବୃନ୍ଦ ସହଯୋଗ କରିଥିଲେ ।