ରାଜ୍ୟ ସ୍ତରୀୟ ସାମ୍ବାଦିକ ସଙ୍ଘ ଏସ ୟୁ ଜେ ପକ୍ଷରୁ ବାର୍ଷିକ ଉତ୍ସବ ପାଳନ


କଳାହାଣ୍ଡି (ଅରୁଣ କୁମାର ସାହୁ):-ରାଜ୍ୟ ସ୍ତରୀୟ ସାମ୍ବାଦିକ ସଙ୍ଘ ଏସ ୟୁ ଜେ ପକ୍ଷରୁ ବାର୍ଷିକ ଉତ୍ସବ ପାଳନ ଜୟଦେବ ଭବନ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡାଇ, ମୂଖ୍ୟବକ୍ତା ଶ୍ରୀମତି ସୁଲଚନା ଦାସ ମେୟର ଭୁବନେଶ୍ୱର ବି ଏମ ସି ,ସହ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ତାରା ପ୍ରସାଦ ବାହିନୀପତି ଜୟପୁର ବିଧାୟକ,ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ବିଧାୟକ,ଶ୍ରୀଯୁକ୍ତ ଆକାଶ ଦାସ ନାଏକ ଅଧ୍ୟକ୍ଷ ମୋ ସ୍କୁଲ, ଜାତୀୟ ସାମ୍ବାଦିକ ସଙ୍ଘ ସଭାପତି ଶ୍ରୀଯୁକ୍ତ ଅଶୋକ ମଲ୍ଲିକ,ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମନ୍ତ୍ରୀ ହରିଜନ ଆଦିବାସୀ ଆଇନ ବିଭାଗ ସମେତ ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଜଗମୋହନ ପଟ୍ଟନାୟକ ଉପସ୍ଥିତ ଥିଲେ ଏବଂ ରାଜ୍ୟସାମ୍ବାଦିକ ସଙ୍ଘ ତରଫରୁ ଜୟପାଟଣାରେ କାର୍ଯ୍ୟରତ ଭାବେ ଅମଜାଦ ଖାନ, ଦିବ୍ୟନାଗ, ଅରୁଣ କୁମାରସାହୁ, ମଳୟ କୁମାର ସାହୁ , ନିରଞ୍ଜନ ଛତ୍ରୀଆ,ଡମ୍ବରୁ ଧର ଦୁର୍ଗା, ହରିହର ଛତ୍ରୀଆ,ରଜନୀ କାନ୍ତ ଛତ୍ରିଆ, ପରମାନନ୍ଦ ଛତ୍ରୀଆ,ଜୟରାମ ଛତ୍ରୀଆ,କୁଞ୍ଜବନ ଛତ୍ରୀଆ,ହର୍ଷବର୍ଦ୍ଧନ ପାଣିଗ୍ରାହୀ, ମୁନୁ,ରାଜୁ ପାହାଡ଼ ଉପସ୍ଥିତ ଥିଲେ ।


ଭାରତ ଏକ ଗଣତନ୍ତ୍ର ଦେଶ, ଏଠି ଲୋକଙ୍କୁ ଶୀର୍ଷସ୍ଥାନ ଦିଆଯାଇଛି ।ଏହି ଗଣତନ୍ତ୍ରରେ ଚାରୋଟି ସ୍ତମ୍ଭ ରହିଛି ।ସେ ଗୁଡିକ ମଧ୍ୟରୁ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ସାମ୍ବାଦିକତା ଏହି ଚାରୋଟି ସ୍ତମ୍ଭ ମାନଙ୍କରୁ ଯେ କୌଣସି ଗୋଟିଏ ସ୍ତମ୍ଭ ଦୁର୍ବଳ ହୁଏ ତାହେଲେ ଗଣତନ୍ତ୍ର ଭାଙ୍ଗି ଯିବା ସମ୍ଭାବନା ଥାଏ ।ତେଣୁ ସାମ୍ବାଦିକତାକୁ ଗୋଟିଏ ପରିସରରେ ବନ୍ଧାଯାଏ ନାହିଁ ।ଗଛପାଇଁ ଜଳ, ରୋଗୀଙ୍କ ପାଇଁ ଔଷଧ, ଦେଶକୁ ଶୃଙ୍ଖଳା କରିବା ଭଳି ଅନେକ କାର୍ଯ୍ୟରେ ସାମ୍ବାଦିକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ
ତେଣୁ ଏହାଏକ ସାମାନ୍ୟ ପଦ ନୁହେଁ ।ସାମ୍ବାଦିକ ଯଦି ଲୋଭଗ୍ରସ୍ତ ହୋଇ କିଣି ହୋଇଯାଏ ।ତାହେଲେ ଦେଶର ଅଧଗତି ହେବାସହ ଲୋକଙ୍କ ଆସ୍ଥା ସାମ୍ବାଦିକଙ୍କ ଉପରେ ଉଠିଯିବ ।ବର୍ତ୍ତମାନ ଆମଦେଶର କେତେକ ସାମ୍ବାଦିକ ଲୋଭଗ୍ରସ୍ତ ହୋଇ ସସ୍ଥା ସାମ୍ବାଦିକତା କରି ପେସା ଚଳାଇ ଥିବାରୁ ନ୍ୟାୟ ଆଶାରେ ବଞ୍ଚିଥିବା ମଣିଷର ଘର ଅନ୍ଧାର ହୋଇଯାଉଛି ।ଏହାଦ୍ୱାରା ଭଲ ସାମ୍ବାଦିକ ମାନେ ନିଜର ଆତ୍ମା ସମ୍ମାନ ହରାଇ ବସିଛନ୍ତି ।ତେଣୁ୧୯୬୬ମସିହା ନଭେମ୍ବର୧୬ତାରିଖକୁ ଜାତୀୟ ଦିବସ ରୂପେ ନିଷ୍ପତ୍ତି ନିଆଯାଇ ଦିବସର ମୁଖ୍ୟ ଉଦେଶ୍ୟ କେବଳ ଲୋକଙ୍କୁ ଚତୁର୍ଥ ସ୍ତମ୍ଭ ସହିତ ପରିଚିତ କରାଇବା ନୁହଁ ବରଂ ତାଙ୍କ ସହ ସାମ୍ବାଦିକତା ମହଲରେ ସତ୍ୟର ସାରଥୀ ହେବା, ଦୋଷୀକୁ ସାମ୍ନାକୁ ଆଣିବା, ଦେଶକୁ ଶୃଙ୍ଖଳା ଦେବା ଓ ଦେଶର ମହତ ଗୁଡିକୁ ଜାଗୃତ କରିବା ଭଳି କାର୍ଯ୍ୟ କରିବାକୁ ପରାମର୍ଶ ରହିଛି ।ଜଣେ ପ୍ରେସ ହୋଇ ପ୍ରେସରକୁ ଡରିଯାଇ ଦେଖି ଶୁଣି ଚୁପ ହୋଇଯିବା ତାହେଲେ ଚତୁର୍ଥ ସ୍ତମ୍ଭ ଲାଭ କଣ ବୋଲି ଏସ ୟୁ ଜେର ମିଟିଙ୍ଗ ଜୟଦେବ ଭବନ ଭୁବନେଶ୍ୱରରେ ଗୁରୁଜନ ମାନଙ୍କ ଦ୍ୱାରା ପ୍ରକାଶ ପାଇଛି ।ତେଣୁ ନିର୍ଭୀକ,ନିରପେକ୍ଷ ଓ ନ୍ୟାୟି ହେବାକୁ ଏସ ୟୁ ଯେ ପକ୍ଷରୁ ନିର୍ଦେଶ ରହିଛି ।
ସାମ୍ବାଦିକଙ୍କ ନିରପେକ୍ଷତା ଆଶା ଓ ବିଶ୍ୱାସ ନ୍ୟାୟ ଉପରେ ରାମରାଜ୍ୟ ପ୍ରତିଷ୍ଠା ହେବ ।ଯଦି ଏଭଲି କରାଯାଏ ତେବେ ସାମ୍ବାଦିକତାରୁ ହିଁ ଭାରତର ଅଗ୍ରଗତି ହେବ ନହେଲେ ଅଧଗତି ହେବ ବୋଲି ବୁଦ୍ଧିଯିବି ମହଲରେ ପ୍ରକାଶ ପାଇଛି ।