ରାୟଗଡା,(ଅମୁଲ୍ୟ ନିଶଙ୍କ) -ରାୟଗଡ ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦରରେ ଥିବା ବେଳକଣା ଆଶ୍ରମବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ୨୦୨୩-୨୪ ଆଡମ୍ବରରେ ପାଳିତ ହୋଇଛି ।ଏଥିରେ ଆଶ୍ରମ ର ପ୍ରଧାନ ଶିକ୍ଷକ ସୁନନ୍ଦ କୁମାର ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ରାଜୀବ ଦାସ ଯୋଗ ଦେଇଥିବା ବେଳେ ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ , ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି ,ସରପଞ୍ଚ ଚୈତନ୍ୟ ତିଆକା,ବିଦ୍ୟାଳୟର ଏସ ଏମ୍ ସି ସଭାପତି କୁମାର ମାଝୀ , ବ୍ଲକ ଉପାଧ୍ୟକ୍ଷ ଡମ୍ବରୁ କଞ୍ଜ।କା , ଦୁଖୁ ଗୌଡ଼, ବିଜେଡି ଯୁବ ଉପସଭାପତି ରାଜୀବ କୁମାର ନାୟକ, ବିଲେଶ୍ୱର ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଲାଡି ଶ୍ରୀନିବାସ ସମ୍ମାନୀୟ ଅତିଥିଭାବରେ ମଞ୍ଚାସିନ ରହିଥିଲେ ।ମୁଖ୍ୟ ବକ୍ତା ଭାବେ ଡିଆଇ ମଣ୍ଡଳ ଅଧିକାରୀ ଶ୍ୟାମଘନ ଭୂୟାଁ ଥିଲା ।ଖେଳର ଉପକାରୀତା ,ଶିକ୍ଷା ସହ ଶାରୀରିକ ଶିକ୍ଷାର ଆବଶ୍ୟକତା ବିଷୟରେ ଅତିଥିମାନେ ମତ ଦେଇଥିଲେ ।ବିଦ୍ୟାଳୟରେ ଜାନୁୟାରୀ ୨୧ଓ ୨୨ତାରିଖ ଦୁଇଦିନ ଧରି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବାର୍ଷିକ କ୍ରୀଡା ପ୍ରତିଯୋଗିତା କରିଥିଲେ ।ଏଥିରେ ୭୫ ଜଣ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥୀଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରିଥିଲେ ।ଏହାକୁ ପ୍ରଧାନ ଶିକ୍ଷକ ସନନ୍ଦ କୁମାର ଜେନା ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଜ୍ୟୋସ୍ନାରାଣୀ ପୋଲେଇ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରସାଦ ଗୌଡ଼, ଶାନ୍ତି ମାଝୀ, ଗୌରୀପ୍ରିୟା ପାଢ଼ୀ, ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଛାତ୍ର ଛାତ୍ରୀ ଙ୍କୁ ନେଇ ସନ୍ଧ୍ୟାରେ ସାଂକୃତିକ କାର୍ଯ୍ୟ କ୍ରମ କରାଯାଇଛି ।