ନିୟମଗିରି ଅଞ୍ଚଳ ର ଆଦିମ ଜନଜାତି ଡ଼ଙ୍ଗରିୟା ଙ୍କ ସହିତ ଆଲୋଚନା କରିଲେ ବିଶ୍ୱ ଖାଦ୍ୟ ସଂଗଠନ ର ଭାରତ ନିର୍ଦେଶକ ଫଉ ରେ

ରାୟଗଡା,୦୫/୦୨(ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା ର ବିଷମକଟକ ବ୍ଲକ ର ନିୟମଗିରି ଅଞ୍ଚଳ ରେ ବସବାସ କରୁଥିବା ଆଦିମ ଜନଜାତି ଡ଼ଙ୍ଗରିଆ ଙ୍କୁ ବିଶ୍ୱ ଖାଦ୍ୟ ସଂଗଠନ ର ଭାରତ ନିର୍ଦେଶକ ଏଲିଯାବେଥ ଫଉରେ ନିୟମଗିରି ପାହାଡ଼ କୁ ଗସ୍ତ ରେ ଆସି ଡ଼ଙ୍ଗରିଆ ଙ୍କ ସହିତ ଆଲୋଚନା କରିଥିଲେ l ଫାଉରେ ଙ୍କୁ ସ୍ୱତନ୍ତ୍ର ଡ଼ଙ୍ଗରିଆ ଉନୟନ ସଂସ୍ଥା ର ଅଧିକାରୀ ଜଗତ ଜୀବନ ବଗର୍ତି ଓ ଓଡିଶା ଆଦିମ ଜନଜାତି ସାଶକ୍ତିକରଣ ଓ ଜୀବିକା ଉନ୍ନତିକସଂସ୍ଥା ର ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ ନିୟମଗିରି ଅଞ୍ଚଳ କୄଯ ବୁଲାଇବା ସହିତ ଆଦିବାସୀ ଙ୍କ ସମ୍ପର୍କ ରେ ବିଶେଷ ସୂଚନା ଦେଇଥିଲେ l ଶ୍ରୀ ଫାଉରେ ସ୍ୱତନ୍ତ୍ର ଡ଼ଙ୍ଗରିଆ କନ୍ଧ ଉନୟନ ସଂସ୍ଥା ଓ ଓଡିଶା ଆଦିମ ଜନଜାତି ସାଶକ୍ତିକରଣ ଓ ଜୀବିକା ଉନ୍ନତିକରଣ ସଂସ୍ଥା ପକ୍ଷରୁ ନିୟମଗିରି ଅଞ୍ଚଳ ରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟ ର ଅନୁଧ୍ୟାନ କରିଥିଲେ l ନିୟମଗିରି ପାହାଡ଼ ର କୁର୍ଲି ଗ୍ରାମର ଯୁବ ଡ଼ଙ୍ଗରିଆ ଚାଷୀ ଲାକୁନୁ ଯାକେଶିକା ଙ୍କ ଷ୍ଟ୍ରବେରୀ ଚାଷ ବୁଲି ଦେଖିବା ସହିତ ଷ୍ଟ୍ରବେରୀ ଖାଈ ଫାଉରେ ବେଶ ଖୁଶୀ ବ୍ୟକ୍ତ କରିଥିଲେ l ଏହାପରେ ଶ୍ରୀ ଫାଉରେ ନିୟମଗିରି ପାହାଡ଼ ରେ ବସବାସ କରୁଥିବା ବିରଳ ଜନଜାତି ଡାଙ୍ଗରିଆ ଙ୍କ ପରମ୍ପରା, ସେମାନଙ୍କ ଚାଲିଚଳନ, ପରମ୍ପରା ଓ ଖାଦ୍ୟ ସମ୍ପର୍କ ରେ ସେମାନଙ୍କ ସହିତ ଆଲୋଚନା କରିଥିଲେ l ଠିକ ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ସୁବିଧା ଉପରେ ପଚାରି ବୁଜିଥିଲେ l ଓପିଲିପି ସଂସ୍ଥା ଦ୍ୱାରା ଡ଼ଙ୍ଗରିଆ ମାନେ କେତେ ଉପକୃତ ହେଉଛନ୍ତି ଡ଼ଙ୍ଗରିଆ ପୁରୁଷ ଓ ମହିଳା ଙ୍କ ସହିତ ଆଲୋଚନା କରି ବେଶ ଆନନ୍ଦିତ ହୋଇ ଓପିଲିପି ର କାର୍ଯ୍ୟ ରେ ବହୁତ ସନ୍ତୁଷ୍ଟ ହୋଇଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି l ଏଥି ସହିତ ଫାଉରେ ନିୟମଗିରି ପାହାଡ଼ ରେ ହେଉଥିବା ଛେଳି, କୁକୁଡ଼ା ଓ ସପୁରି ଚାଷ ବୁଲି ଦେଖିଥିଲେ l ସୂଚନା ଯୋଗ୍ୟଯେ ଗତ ସପ୍ତାହ ରେ ଫାଉରେ ଭୁବନେଶ୍ୱର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସାକ୍ଷାତ କରି ନିୟମଗିରି ଅଞ୍ଚଳ ରେ ବସବାସ କରୁଥିବା ଆଦିମ ଜନଜାତି ଡାଙ୍ଗରିଆ ବିଜେ ବିଷୟରେ ଆଲୋଚନା କରି ନିୟମଗିରି ଅଞ୍ଚଳ ପରିଦର୍ଶନ କରି ଫେରିଯାଇଛନ୍ତି l ଫାଉରେ ଙ୍କ ଏହି ଗସ୍ତ ସମୟରେ ଓପିଲିପି ର ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ ଫାଉରେ ଙ୍କୁ ନିୟମଗିରି ପାହାଡ଼ ଅଞ୍ଚଳ ବୁଲାଇବା ସହିତ ଦଶଙ୍ଗାରିଆ ଙ୍କ ବିଷୟରେ ସବିଶେଷ ବର୍ଣନା କରି ବୁଝାଇଥିଲେ l ଫାଉରେ ଆଉ କଣ ଅଭାବ ଅସୁବିଧା ଡ଼ଙ୍ଗରିଆ ବକ ଅଛି ବୋଲି ସୁଦର୍ଶନ ପାଢ଼ୀ ଙ୍କୁ ପଚାରି ବୁଝିଥିଲେ ଓ ପରେ ଏହି ସବୁ ପୂରଣ କରିବି ବୋଲି ସୁଦର୍ଶନ ପାଢ଼ୀ ଙ୍କୁ କହିଥିବା ଜଣାପଡିଛି l