ରାୟଗଡା,(ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା ର କୋଳନରା ବ୍ଲକ ର ବଡ଼ଖିଲାପଦର ଗ୍ରାମପଞ୍ଚାୟତ ଅଧିନସ୍ଥ ଆଦିବାସୀ ଅଧିଷ୍ୟୁତ ଆରିବି ଗ୍ରାମରେ ଆରମ୍ଭ ହୋଇଥିବା ଭଲି ବଲ ପ୍ରତିଯୋଗିତା ର ପରିସମାପ୍ତି ଘଟିଛି l ଟୁର୍ନାମେଣ୍ଟ ର ଅନ୍ତିମ ଦିବସ ରେ ଆୟୋଜକ ଆରିବି ଇ ଲେଲି୍ପଦର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା l ଏହି ଅନ୍ତିମ ଖେଳ ରେ ଲେଲି୍ପଦର ଦଳ ବିଜୟ ହାସଲ କରି ଚମ୍ପିୟାନ ହୋଇଥିଲେ l ଅନ୍ତିମ ଦିବସ ରେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଭୟ ବିଜେତା ଓ ଉପ ବିଜେତା ଦଳ କୁ ଟ୍ରଫି ସହ ନଗଦ ରାଶି ପ୍ରଦାନ କରିଥିଲେ l ଏଥିସହିତ ବେଷ୍ଟ ହିଟର ଓ ନେଟର କୁ ମଧ୍ୟ୍ୟ ପୁରସ୍କୃତ କରି ନିଜ ବକ୍ତବ୍ୟରେ ଶ୍ରୀ ଦାସ କହିଥିଲେ ଯେ ଆଦିବାସୀ ଅଧିଷ୍ୟୁତ ଅଞ୍ଚଳ ର ୟୁବ ପିଢିଙ୍କୁ ଲୁକାହିତ କ୍ରୀଡା କୁ ବିକାଶ କରିବା ଓ ଭାଇଚାରା କୁ ବଜାଇ ରଖିବା ପାଇଁ ଆଜି ପ୍ରତ୍ୟକ ଗ୍ରାମରେ ଭଲି, କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ ହେଉଛି ବୋଲି l ବିଜେଡି ପକ୍ଷରୁ ମା ଦୁର୍ଗା ଭଲି ବଲ ଟୁର୍ନାମେଣ୍ଟ ର ଆୟୋଜକ ଙ୍କୁ ବହୁତ ପ୍ରସଂଶା କରିଥିଲେ ଶ୍ରୀ ଦାସ l ଆରିବି ଗାଁ ର କୈଳାଶ ପାଇକ ଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି ଟୁର୍ନାମେଣ୍ଟ କୁ ଗ୍ରାମର ଯୁବକ ମାନେ ସହଯୋଗ କରିଥିଲେ l ସମ୍ମାନିତ ଅତିଥି ଭାବେ କୋଳନରା ବ୍ଲକ ଜ଼ିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ଵର ନାଇଡ଼ୁ, ବଡ଼ଖିଲାପଦର ସରପଞ୍ଚ ମାଦାରାଓ କଣ୍ଡଗୋରି ଓ ବିଜେର ବହୁ ନେତା କର୍ମୀ ଉପସ୍ଥିତ ରହି ଖେଳାଳି ବକୁ ଉତ୍ସାହିତ କରିଥିଲେ l