ପୁର୍ବତନ ସରପଞ୍ଚ ଙ୍କ ବିୟୋଗ ରେ ଶୋକ ସଭା ପାଳନ

ଅନୁଗୋଳ,(ବୁଲୁ ଦଳେଇ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମ ର ପୁର୍ବତନ ସରପଞ୍ଚ ପ୍ରତାପ ସାହୁ ଙ୍କ ପରଲୋକ ରେ ଠାକୁରଗଡ଼ ଲକ୍ଷ୍ମୀ ବଜାର ବଣିକ ସଂଘ ଏବଂ ପଞ୍ଚାୟତ କଂଗ୍ରେସ୍ କମିଟି ଓ ଠାକୁରଗଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ସରପଞ୍ଚ ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିବା ସହ ସ୍ମୃତି ଚାରଣ କରାଯାଇଥିଲା। ଏଥିରେ କଂଗ୍ରେସ୍ ସଭାପତି ଅନାମ ଚରଣ ସ୍ୱାଇଁ, ବରିଷ୍ଠ ନେତା ଗୌରାଙ୍ଗ ଚରଣ ଖୁଣ୍ଟିଆ, ଗିରିଶ ଚନ୍ଦ୍ର ନାଏକ, ହେମନ୍ତ ଖୁଣ୍ଟିଆ, ବସନ୍ତ ସାହୁ, ପବିତ୍ର ମହାପାତ୍ର, ଶିବ ସାହୁ, ଶ୍ରୀକାନ୍ତ ଘୋଟା ମନୋରଞ୍ଜନ ଗଡ଼ନାୟକ, ଅଶ୍ଵିନୀ ଖୁଣ୍ଟିଆ, ବସନ୍ତ ନାଏକ, କିଶୋରୀ ଖୁଣ୍ଟିଆ, ବାବୁଲା ସାହୁ, ଏବଂ ବଣିକ ସଂଘ ର ସମସ୍ତ ସଦସ୍ୟ ଓସଭାପତି ସନ୍ତୋଷ ବିଶ୍ଵାଳ, ସମ୍ପାଦକ ଗଣେଶ୍ଵର ବାରିକ୍ ଓ ଠାକୁରଗଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିମାଇଁ ଚରଣ, ଦେହୁରୀ, ଗ୍ରାମ ରୋଜଗାର ସେବକ ଅନିଲ କୁମାର ପ୍ରଧାନ ଉପସ୍ଥିତ ଥିବା ବେଳେ ଗୋଟିଏ ଦିନ ସମ୍ପୁର୍ଣ୍ଣ ଦୋକାନ ବଜାର ବନ୍ଦ ରହିଥିଲା ।