ରାୟଗଡା,(ଅମୁଲ୍ୟ ନିଶ): ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ ଗୁଣୁପୁର ବ୍ଲକ ର ଭୀମପୁର ବିଦ୍ୟାଳୟ ଟି ଗତ 1928 ମସିହା ରେ ସ୍ଥାପିତ ହୋଇଥିଲା l ପାରବର୍ତ୍ତୀ ପର୍ଯ୍ୟାୟ ରେ ଏହା ଉଚ୍ଚ ବିଦ୍ୟାଳୟ ରେ ପରିଣତ ହୋଇଥିଲା l ଉଚ୍ଚ ବିଦ୍ୟାଳୟ ରେ ପରିଣତ ପରେ ଭୀମପୁର ଉଚ୍ଚ ବିଦ୍ୟାଳୟରେ ପ୍ରଥମ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା l ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଗୁଣୁପୁର ରଘୁନାଥ ଗମାଙ୍ଗ ଯୋଗ ଦେଇ ଭଗବାନ ଙ୍କ ଫୋଟ ଚିତ୍ର ରେ ପ୍ରଦୀପ ପ୍ରଜ୍ୱଳନ କରି ବାର୍ଷିକ ଉତ୍ସବ ର ଶୁଭାରମ୍ଭ କରିଥିଲେ l, ସମ୍ମାନିତ ଅତିଥି ରୂପେ ଶ୍ରୀ ଅଶ୍ବିନୀ ଗମଙ୍ଗୋ, ସ୍ଥାନୀୟ ସରପଞ୍ଚ ଚକ୍ରପାଣି ଶବର ସମିତି ସଭ୍ୟ ଅନାସି ଶବର, ବିଦ୍ୟାଳୟ କମିଟି ସଭାପତି ବାଟି ଗମଙ୍ଗୋ , ସିଆରସିସି ଦୁର୍ଯ୍ୟୋଧନ ବଦ୍ରିକା ଓ ପ୍ରଧାନ ଶିକ୍ଷକ ଶ୍ରବଣ କୁମାର ମହାପାତ୍ର ମଞ୍ଚାସିନ ଥିଲେ। ଗତ କିଛି ଦିନ ତଳେ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତା ର ଯୋଗ୍ୟ ବିବେଚିତ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ମୁଖ୍ୟଅତିଥି ଗମାଙ୍ଗ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଉପଦେଶ ଦେଇ କହିଥିଲେ ଯେ ଶୃଙ୍ଖଳା ଜ୍ଞାନ ସହିତ ସମୟାନୁବର୍ତ୍ତିତ ହୋଇପାଠ ପଢିବା ପାଇଁ l ପଢିଲେ ଜାଣିବା ଜାଣିଲେ ଜିଣିବା ବୋଲି କହିଥିଲେ l ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରକାଶ ଚନ୍ଦ୍ର ରଥ ମଞ୍ଚ ପରିଚାଳନା କରିଥିଲେ ll କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଲସମସ୍ତ ଶିକ୍ଷକ , ଶିକ୍ଷୟତ୍ରୀ ସହଯୋଗ କରିଥିଲେ l ପ୍ରଥମ ଥର ଏହି ସ୍କୁଲରେ ଏହି ପ୍ରକାର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିବାରୁ ଛାତ୍ର ଛାତ୍ରୀ ଅଞ୍ଚବାସୀ ତଥା ଗ୍ରାମବାସୀ ବେଶ ଖୁଶୀ ହୋଇଥିଲେ l ସ୍ଥାନୀୟ ବାସି କହିଛନ୍ତି ଯେ ପ୍ରକାଶ ସାର ଏହି ସ୍କୁଲରେ ଯୋଗଦେବା ପରେ ବହୁତ କିଛି ପରିବର୍ତ୍ତନ ହୋଇଛି ବୋଲି l