ନ୍ୟାୟ ପାଇବା ଆଶାରେ ଭିନ୍ନ କ୍ଷମ ପରିବାର, ସ୍କୁଲ୍ ସାମ୍ନା ରେ ଅନଶନ।

ଠାକୁରଗଡ଼,ଆଠମଲ୍ଲିକ(ବୁଲୁ ଦଳେଇ)-: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଆମ୍ବସର ମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆମ୍ବସର ମୁଣ୍ଡା ଉଚ୍ଚ ବିଦ୍ୟାଳୟ ର ସମ୍ମୁଖ ରେ ଆଜି ସକାଳ ୧୦ଟା ରୁ ଏକ ଭିନ୍ନ କ୍ଷମ ପରିବାର ଅନଶନ ରେ ବସିଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ତାଳ ମଳିହା ଗ୍ରାମ ର ଦୁଇ ଜଣ ଭିନ୍ନ କ୍ଷମ ଭୀମ ସେନ ସେଠୀ ଏବଂ ଅର୍ଜୁନ ସେଠି ଙ୍କ ବାପା ଙ୍କ ନାମ ରେ ଥିବା ଜମି ଉପରେ ଆମ୍ବସର ମୁଣ୍ଡା ଉଚ୍ଚ ବିଦ୍ୟାଳୟ ଗଢି ଉଠିଛି। ଉକ୍ତ ଜମିର କ୍ଷତି ପୂରଣ ବାବଦ କୁ କିଛି ଜମି ଏବଂ ପରିବାର ମଧ୍ୟ ରୁ ଜଣଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି ବିଭାଗୀୟ ଅଧିକାରୀ ମାନେ ଶାନ୍ତ୍ବନା ଦେଇଥିଲେ।କିନ୍ତୁ ଦୀର୍ଘ ୩୫ବର୍ଷ ବିତି ଯାଇଥିଲେ ମଧ୍ୟ ଉକ୍ତ ଭିନ୍ନ କ୍ଷମ ପରିବାର ର କୌଣସି ସ୍ଥାୟୀ ସୁବିଧା କରାଯାଇ ନାହିଁ। ଏନେଇ ଭିନ୍ନ କ୍ଷମ ଦୁଇ ଭାଇ ସରକାରୀ ବାବୁ ମାନଙ୍କ ପାଖକୁ ଦୌଡ଼ି ଦୌଡ଼ି ନିରାଶ ହେବା କାରଣରୁ ସ୍କୁଲ୍ ସମ୍ମୁଖ ରେ ଅନଶନ ରେ ବସି ଥିବା ବେଳେ ଘଟଣା ସ୍ଥଳ ରେ ଠାକୁରଗଡ଼ ଥାନା ଅଧିକାରୀ ନଟବର ନନ୍ଦ ପହଞ୍ଚି ବୁଝା ସୁଝା କରିଥିଲେ । ଅନୁଗୋଳ ଜିଲ୍ଲା ପାଳ ଏହାର ତଦନ୍ତ କରି ଭିନ୍ନ କ୍ଷମ ପରିବାର କୁ ନ୍ୟାୟ ଦେବା ପାଇଁ ଭିନ୍ନ କ୍ଷମ ଦୁଇ ଭାଇ ଭୀମ ସେନ ସେଠୀ ଏବଂ ଅର୍ଜୁନ ସେଠି ଅନୁରୋଧ କରିଛନ୍ତି।