ସରକାର ଆମେରିକା ଆଡ଼କୁ ନଢଳି ଚୀନ ସହ ଆଲୋଚନା କରନ୍ତୁ : ବାମପନ୍ଥୀ

ନୂଆଦିଲୀ: ଚୀନ ସହ ଉତ୍ତେଜନା ମୂଳକ ପରିସ୍ଥିତିକୁ ନେଇ ଆଜି ଅନୁଷ୍ଠିତ ସର୍ବ-ଦଳୀୟ ବୈଠକରେ ଦେଶର ରାଜନୈତିକ ଦଳ ଗୁଡିକ ସରକାରଙ୍କୁ ସମର୍ଥନ ଜଣାଇଛନ୍ତି। ଭାରତର ଅଖଣ୍ଡତା ରକ୍ଷା ପାଇଁ ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିବେ ତାହାକୁ ସମର୍ଥନ କରାଯିବ ବୋଲି କହିଛନ୍ତି। କିନ୍ତୁ ବାମପନ୍ଥୀମାନେ ଚୀନ ପ୍ରେମ ଛାଡି ପାରୁନାହାନ୍ତି। ବୈଠକରେ ସିପିଏମ ନେତା ସୀତାରାମ ୟେଚୁରୀ କହିଛନ୍ତି ଭାରତ ପଞ୍ଚଶୀଳ ନୀତିକୁ ଅନୁସରଣ କରୁ। ଭାରତ-ଚୀନ ସହ ଉଚ୍ଚସ୍ତରୀୟ ଆଲୋଚନା କରି ଏଲଏସିକୁ ସ୍ପଷ୍ଟ କରାଯିବା ଆବଶ୍ୟକ। ଏପରି ହେଲେ ଶାନ୍ତି ବିରାଜମାନ କରିବ। ସେହିପରି ସିପିଆଇ ନେତା ଡି.ରାଜା କହିଛନ୍ତି ଭାରତ ଆମେରିକା ଶିବିରରେ ସାମିଲ ହେବା ଆବଶ୍ୟକ ନାହିଁ। ଭାରତ ଆମେରିକା ଆଡ଼କୁ ଢଳୁଥିବାରୁ ଚୀନ କୋପ କରିଛି। ସୂଚନାଯୋଗ୍ୟ ୧୯୫୪ରେ ଭାରତ ଓ ଚୀନ ପଞ୍ଚଶୀଳ ଚୁକ୍ତି ସ୍ୱାକ୍ଷର କରିଥିଲେ। ଏହାର ଉଦ୍ଦ୍ୟେଶ୍ୟ ଥିଲା ଶାନ୍ତିପୂର୍ଣ୍ଣ ସହାବସ୍ଥାନ। କିନ୍ତୁ ଏହାର ୮ ବର୍ଷ ପରେ ଚୀନ ଭାରତ ଉପରେ ଆକ୍ରମଣ କରିଥିଲା।