ଢେଙ୍କାନାଳ,୨୧/୧୨(ଶୁଭମ ପାଣି): ଗେଙ୍ଗୁଟିଆ ଗ୍ରାମପଂଚାୟତରେ ନୂତନ ଭତାଧାରୀଙ୍କୁ ଆନୁଷ୍ଠାନିକ ଭାବେ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉପସ୍ଥିତ ରହି ଭତା ବଂଟନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସଦର ବିଡିଓ ଆୟୁଷୀ ମହାପାତ୍ର, ସ୍ଥାନୀୟ ସରପଂଚ କୈଳାସ ଚନ୍ଦ୍ର ବେହେରା, ସମସ୍ତ ୱାର୍ଡମେମ୍ବର ପ୍ରମୁଖ ଉପସ୍ଥିତ ରହି ମଧୁବାବୁ ପେନ୍ସନ୍ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ୬୯ ଜଣଙ୍କୁ ଭତା ବଂଟନ କରାଯାଇଛି । ଗେଙ୍ଗୁଟିଆ ଗ୍ରାମପଂଚାୟତର ପିଇଓ ହେମଲତା ନାଏକ, ନାଏବ ସରପଂଚ ସବିତା ମଲ୍ଲିକ ଓ ସାମାଜିକ କର୍ମୀ ପ୍ରଦୀପ କୁମାର ମଲ୍ଲିକ ସଭା କାର୍ଯ୍ୟକୁ ପରିଚାଳନା କରି ସାଫଲ୍ୟ ମଣ୍ଡିତ କରିଛନ୍ତି ।