ବୀରମହାରାଜପୁର କଲେଜରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର -(ଶାନ୍ତନୁ କୁମାର କର୍ଣ୍ଣ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ‘ନୂଆ ଓଡିଶା’ ଯୁବ ଓଡିଶା – ନବୀନ ଓଡିଶାର ଆର୍ଥିକ ସହଯୋଗ ରେ ବିପର୍ଯ୍ୟୟ ପ୍ରଶମନ ସମ୍ପର୍କରେ ଏକ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କଲେଜ ଅଧ୍ୟକ୍ଷ ସୁଦାମ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ଦମକଳ କେନ୍ଦ୍ରର ଅଗ୍ନିଶମ ଅଧିକାରୀ ଭରତଲାଳ ଏକ୍କା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଆଗ୍ନିକ ମୋତିଲାଳ ପ୍ରଧାନ ଓ ସୁଦାମ ବରିହା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ ପ୍ରଶମନ ପାଇଁ କଣ କରିବାକୁ ହେବ, ତାହାର ବିସ୍ତୃତ ସୂଚନା ଦେବା ସହିତ ବ୍ୟବହାରିକ ଶିକ୍ଷା ପ୍ରଦାନ କରିଥିଲେ l ଗ୍ୟାସ୍ ଟାଙ୍କିରେ ନିଆ ଲାଗିଲେ, କୌଣସି ବ୍ୟକ୍ତିଗତ ଘର କିମ୍ବା ସରକାରୀ କାର୍ଯ୍ୟାଳୟରେ ଅଗ୍ନି ସଂଯୋଗ ହେଲେ ତଥା କୌଣସି ବ୍ୟକ୍ତି ଦୁର୍ଘଟଣାର ସମ୍ମୁଖୀନ ହେଲେ କ’ଣ କରିଯିବା ଉଚିତ୍, ସେ ସମ୍ପର୍କରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା। ଉଚ୍ଚ ମାଧ୍ୟମିକ ବିଭାଗର ନୋଡାଲ ଅଫିସର ଡ. ହିମାଂଶୁ ଶେଖର ପାଢ଼ୀ, ଡ. ଶିଶିର ବଣିଆ, ଯାମିନି ଦାଶ ପ୍ରମୁଖ ମଞ୍ଚାସିନ ହୋଇ ବିଷୟ ଭିତ୍ତିକ ବକ୍ତବ୍ୟ ଉପସ୍ଥାପନା କରିଥିଲେ l ଅଧ୍ୟାପକ ନରେନ୍ଦ୍ର ଝା ମଞ୍ଚ ପରିଚାଳନା ଓ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଯାମିନି ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ।