ମନ୍ତ୍ରୀ ସାରକାଙ୍କ ମାରାଥନ କୋଳନରା ବ୍ଲକ ଗସ୍ତ ଓ ବିଭିନ୍ନ ପ୍ରକଳ୍ପ ର ଲୋକାର୍ପଣ

ରାୟଗଡା,(ଅମୁଲ୍ୟ ନିଶ): ବିଷମକଟକ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା ଆଦିବାସୀ ଜାତି ଜନଜାତି ତଥା ପଛୁଆ ବର୍ଗ ଉନୟନ ଓ ଆଇନ ବିଭାଗ ଓଡିଶା ସରକାର ନିଜ ନିର୍ବାଚନ ମଣ୍ଡଳୀର କୋଳନରା ବ୍ଲକ ବିଭିନ୍ନ ପଂଚାୟତ ଗସ୍ତ କରି ବହୁ ପ୍ରକଳ୍ପ ର ଲୋକାର୍ପଣ କରିଛନ୍ତି l ମନ୍ତ୍ରୀ ପ୍ରଥମେ ବ୍ଲକ ସଦର ମୋହକୁମା ଠାରେ ଅବସ୍ଥିତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିଷର ରେ ଗ୍ରାମାଞ୍ଚଳ ର ଜନସାଧାରଣ ଙ୍କ ସ୍ୱାସ୍ଥ୍ୟ ସେବା ନିମନ୍ତେ ନୂତନ ଭାବେ ଦୁଇ ଗୋଟି ଆମ୍ବୁଲାନ୍ସ ର ଉଦଘାଟନ କରିଥିଲେ l ପରେ ପରେ ବଡଖିଲାପୋଦର ଗ୍ରାମପଞ୍ଚାୟତ ର ପିଣ୍ଡା ପଦର ଠାରେ ମହିଳା ଙ୍କ ନିମନ୍ତେ ଏକ ମିଶନ ଶକ୍ତି ଗୃହ, ଏକ ଠାକୁରାଣୀ ମନ୍ଦିର ଓ ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ର ଛାତ୍ରୀଙ୍କ ନିମନ୍ତେ ଏକ ଭୋଜନ ଗୃହର ଉଦଘାଟନ କରିବା ସହିତ 5ଟି ଅଧୀନରେ ନିର୍ମିତ ବିଜ୍ଞନ କମ୍ପୁଟର ଲ୍ୟାବ ବୁଲିଦେଖିଥିଲେ l ଏହି ସମୟରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସ୍କୁଲର ଛାତ୍ର ଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ଏକ ପାଚେରୀ ନିର୍ମାଣ ନିମନ୍ତେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ l ଏହା ପରେ ମନ୍ତ୍ରୀ ବଡ଼ଖିଲାପୋଦର ପଂଚାୟତ ମୋହକୁମା ଠାରେ ଏକ ସେବା କେନ୍ଦ୍ର ଗୃହ ର ଉଦଘାଟନ କରିବା ସହିତ ସ୍ଥାନୀୟ ଜନସାଧାରଣ ଙ୍କ ସମସ୍ୟା ପଚାରିବୁଝିବାସହିତ ଝୋରିଡି ପଂଚାୟତ ର ମିନଝୋଲା ଗ୍ରାମ ରେ ପହଂଚି ସେଠାରେ ଏକ କଲ୍ୟାଣ ମଣ୍ଡପ ଉଦଘାଟନ କରିଥିଲେ ଏହି ସମୟରେ ସ୍ଥାନୀୟ କେତେକ ମହିଳା ଙ୍କ ସହିତ ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ କିପରି ସୁବିଧା ପାଉଛନ୍ତି ପଚାରି ଥିଲେ ଝୋରିଡି ଗ୍ରାମ ର ମହିଳା ମାନେ ଲକ୍ଷ୍ମୀ ବସ କୁ ଝୋରିଡି ନେବା ନିମନ୍ତେ କହିଥିଲେ ଓ ମିନାଝୋଲ ର ମହିଳା ମାନେ ପିଇବା ପାଣିର ବହୁ ଅସୁବିଧା ହେଉଛି ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ପାନୀୟ ଜଳ ର କିଛି ବ୍ୟବସ୍ତା କରିବା ନିମନ୍ତେ ଦୃଷ୍ଟି ଆକର୍ଷଣ କରିଥିଲେ l ପରିଶେଷରେମନ୍ତ୍ରୀ ମୁକୁନ୍ଦପୁର ପଂଚାୟତ ର ମୁକୁନ୍ଦପୁର ଗ୍ରାମପଂଚାୟତ ର ସଦର ମୋହକୁମା ଠାରେ ଦୀର୍ଘ ଦୁଇ ବର୍ଷ ତଳେ ନିର୍ମିତ ଏକ କଲ୍ୟାଣ ମଣ୍ଡପ ର ଉଦଘାଟନ କରିଥିଲେ ଓ ପରିଶେଷରେ ମଙ୍ଗଳ ବିଭାଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୈଳାଶପୁର ରେ ନୂଆ ଓଡିଶା ୟୁବ ଓଡିଶା ନବୀନ ଓଡିଶା ର ଉଦଯାପନୀ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀଙ୍କ ସହିତ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ, କୋଳନରା ବ୍ଲକ ଜ଼ିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ୱର ନାଇଡ଼ୁ, ନବୀନ ଓଡିଶା ର ଜ଼ିଲ୍ଲା ସଂଯୋଜକ ପି ଗୌରୀ ଶଙ୍କର, ବ୍ଲକ ଅଧକ୍ଷ, ବଡ଼ଖିଲାପଦର ସରପଞ୍ଚ ମାଦାରାଓ କଣ୍ଡଗୋରି, ସମିତି ସଭ୍ୟ,ପଂଚାୟତ କାର୍ଯ୍ୟ ନିର୍ବାବିହି ଅଧିକାରୀ ରମେଶ ପିରିବାକା,ଝୋରିଡି ସରପଞ୍ଚ ଓ ସମିତି ସଭ୍ୟ, ମୁକୁନ୍ଦପୁର ସରପଞ୍ଚ ସନ୍ତୋଷିନୀ ହୁଇକା, ସମିତି ସଭ୍ୟ, ପଂଚାୟତ ନିର୍ବାହୀ ଅଧିକାରୀ, ଭୋଇମାଡ଼ା ସରପଞ୍ଚ ସମନାଥ ହେପିରୀକା ମୁକୁନ୍ଦପୁର ବରିଷ୍ଠ ବିଜେଡି ନେତା ଚନ୍ଦ୍ରଶେଖର ନାଇଡ଼ୁ ବୁଡୁ ଭାଇ, ଟୁଟୁ, ମାନମାଥ ଙ୍କ ସମତେ ବହୁ ବିଜେଡି କର୍ମୀ ଓ ବ୍ଲକ ର କନିଷ୍ଟ ଯନ୍ତ୍ରୀ ରହିଥିଲେ l