ଆମ୍ ଆଦ୍‌ମୀ ପାର୍ଟିର ଗଞ୍ଜାମ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ

ବ୍ରହ୍ମପୁର:(ଶ୍ରୀକାନ୍ତ କୁମାର ବେହେରା):-ବ୍ରହ୍ମପୁର ସ୍ଥାନୀୟ ଗେଟ ବଜାର, ରଘୁନାଥ ମନ୍ଦିର ପରିସରରେ ଆମ୍ ଆଦ୍‌ମୀ ପାର୍ଟିର ଗଞ୍ଜାମ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଜିଲ୍ଲା ସଭାପତି ସୁବାଷ ରାଉତଙ୍କ ସଭାପତିତ୍ବ ଏବଂ ଜିଲ୍ଲା ସମ୍ପାଦକ ଆଦିତ୍ୟ ନାରାୟଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର ଏବଂ ଓଡ଼ିଶା ରାଜ୍ୟ ପ୍ରଭାରୀ ଦିଲ୍ଲୀ କେଣ୍ଟ ବିଧାୟକ ଶ୍ରୀଯୁକ୍ତ ବୀରେନ୍ଦ୍ର ସିଂ କାଦିଆନ ଯୋଗ ଦେଇଥିଲେ l ସଭା ପୂର୍ବରୁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ଇଞ୍ଜିନିୟରିଙ୍ଗ ସ୍କୁଲ ଛକ ନିକଟରୁ ବାହାରି ସହର ପରିକ୍ରମା କରି ସଭାସ୍ଥଳରେ ପହଁଞ୍ଚିଥିଲା l

ଓଡ଼ିଶାରେ ନବୀନ ପଟ୍ଟନାୟକ ଚବିଶ ବର୍ଷ ଲଗାତାର ଶାସନ ବ୍ୟବସ୍ଥାରେ ରହିଲେ ମଧ୍ୟ ଆଶାନୁରୂପ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି ପାଣି, ରୋଜଗାର ଭଳି ମୌଳିକ ଆବଶ୍ୟକତାକୁ ପୁରୁଣ କରିବାରେ ବିଫଳ ହୋଇଛନ୍ତି l କେନ୍ଦ୍ର ସରକାର ମଧ୍ୟ ଗତ ନଅ ବର୍ଷରେ ଦେଶର ଜନ ସାଧାରଣଙ୍କ କଷ୍ଟଦେୟ ଟେକ୍ସ ପଇସାକୁ ପୁଞ୍ଜିପତିଙ୍କ ସ୍ୱାର୍ଥ ପାଇଁ ଲୋନ ଛାଡ଼ କରି ଦେଶର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଛନ୍ତି l ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଭିତିରି ମିଳିମିଶି ଓଡ଼ିଶାବାସୀଙ୍କୁ ଭକୁଆ ବନେଇ ଶାସନ କଳକୁ ଅକ୍ତିଆର କରିଛନ୍ତି ବୋଲି ଉଭୟ ଶ୍ରୀଯୁକ୍ତ ନିଶିକାନ୍ତ ମିଶ୍ର ଏବଂ କାଦିଆନ ନିଜ ବକ୍ତବ୍ୟରେ କହିଥିଲେ l ଆଗାମୀ ଦିନରେ ଓଡ଼ିଶାର ଆମ୍ ଆଦ୍‌ମୀ ପାର୍ଟି ସଂଗଠନକୁ ମଜବୁତ କରି ନିର୍ବାଚନରେ ଭାଗ ନେବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଥିଲେ l ସଭାମଞ୍ଚରେ ଉପ ସଭାପତି ସୁଧୀର ପ୍ରଧାନ,ମହାନଗର ସଭାପତି ସି. ହରପ୍ରସାଦ,ମହିଳା ନେତ୍ରୀ ନିଭାସ୍ମିତା ପ୍ରଧାନ,ସୁଶ୍ରୀ ପ୍ରିୟଙ୍କା, ଦିନେଶ ରାଜ,ଜିଲ୍ଲା ଯୁବ ସଭାପତି ପି. ନୀଳକଣ୍ଠ ରେଡ୍ଡୀ, ଉପ ସଭାପତି ସୁବାଷ ପଶୁପାଳକ,ସୁକାନ୍ତ ପାଣିଗ୍ରାହୀ,ମିଟୁ ସାବତ ପ୍ରମୁଖ ମଞ୍ଚାସିନ ସମେତେ ଜିଲ୍ଲାର ଦେଢ଼ ଶହରୁ ଉର୍ଦ୍ଧ ସକ୍ରିୟ କାର୍ଯ୍ୟକର୍ତ୍ତା ଅଂଶ ଗ୍ରହଣ କରିଥିଲେ