ନୂଆଦିଲ୍ଲୀ, ୧୭ା୬: ଲଦ୍ଦାଖର ଗଲୱାନା ଉପତ୍ୟକାରେ ଭାରତ ଓ ଚୀନ ମୁହାଁମୁହିଁ ଘଟଣା ଦନିକୁ ଦିନ ତୀବ୍ର ରୂପ ନେବାରେ ଲାଗିଛି । ବର୍ତ୍ତମାନ ଭାରତ ଓ ଚୀନ ମୁହାଁମୁହିଁ ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଚୀନ ସେନାର କମାଣ୍ଡିଙ୍ଗ ଅଫିସରଙ୍କ ମୃତ୍ୟୁ ଘଟିଛି । ଭାରତୀୟ ଯବାନଙ୍କ କାର୍ଯ୍ୟାନୁଷ୍ଠାନରେ ଅଫିସରଙ୍କ ମୃତ୍ୟୁ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ ଗତକାଲି ମଧ୍ୟ ଭାରତ ଓ ଚୀନ ମୁହାଁମୁହିଁ ଘଟଣାରେ ଭାରତର ୨୦ ଯବାନ ସହିଦ ହେବା ସହ ଚୀନ୍ର ୪୩ ଯବାନ ମୃତାହତ ହୋଇଥିବା ନେଇ ସୂଚନା ରହିଛି। ତେବେ ଏହି ୨୦ ଭାରତୀୟ ଯବାନଙ୍କ ମଧ୍ଯରେ ଓଡିଶାରୁ ଦୁଇ ଜଣ ଥିବା ନେଇ ସୂଚନା ମିଳିଛି ।ଜଣେ କନ୍ଧମାଳ ଜିଲ୍ଲା ରାଇକିଆର ୨୮ ବର୍ଷିୟ ଚନ୍ଦ୍ରକାନ୍ତ ପ୍ରଧାନ। ସେ ୨୦୧୬ରେ ବିହାର ରେଜିମେଣ୍ଟରେ ଯୋଗ ଦେଇଥିଲେ । ୨୦୨୦ ଫେବ୍ରୁଆରୀରେ ଲଦାଖରେ ତାଙ୍କର ପୋଷ୍ଟିଂ ହୋଇଥିଲା । ଅନ୍ଯଜଣେ ମୟୁରଞ୍ଜର ରାଇରଙ୍ଗପୁରର ନନ୍ଦୁ ରାମ ସୋରେନ୍। ସେ ବିହାର ରେଜିମେଣ୍ଟରେ ଯୋଗ ଦେଇଥିଲେ । ଦୁଇ ଓଡ଼ିଆଙ୍କ ସହିଦ ଖବର ଆସିବା ପରେ ଗାଁରେ ଶୋକାକୂଳ ପରିବେଶ ଦେଖାଦେଇଥିବାବେଳେ ଆସନ୍ତାକାଲି ମରଶରୀର ଆସି ପହଞ୍ଚିବା ନେଇ ଜଣାପଡିଛି ।