ନିଆରା ଢ଼ଙ୍ଗ ରେ ଆଇ.ପି.ଏଲ୍ ଭଳି ପ୍ରଥମ କରି ଗୁଣପୁର ରେ ଅୟୋଜିତ ହୋଇଛି ଗୁଣପୁର ପ୍ରିମିୟର୍ ଲିଗ୍ 

ରାୟଗଡ଼ା,(ସିଦ୍ଧାର୍ଥ କୁମାର ଦାସ): ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥାନୀୟ ଟାଉନ୍ ହଲ୍ ଠାରେ ଏକ ନିଆରା ଢ଼ଙ୍ଗ ରେ ଗୁଣପୁର ପ୍ରିମିୟର୍ ଲିଗ୍ ସିସନ୍ – 2 ଅନୁଷ୍ଟିତ ହୋଇଯାଇଛି . ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୁଣପୁର ପୌର ପରିଷଦ ର ଉପାଧକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ , ସମ୍ମାନୀତ ଅତିଥି ଭାବେ ରାୟଗଡା ଜିଲ୍ଲା ବିଜେପି ଉପ ସଭାପତି ୱାଇ ଗଣପତି ରିବନ କାଟି ଉଦ୍ଘାଟିତ କରିଥିଲେ . ଏଥିରେ ସର୍ବମୋଟ 6 ଗୋଟି ଦଳ ଯଥା ବି ଏନ୍ ଆଇ ଆଇ ଏଫ୍ ଏଲ୍ , ନିୟୁ ଏସ୍ ଲାୟନ୍ ଗୁଡାରୀ , ଗୁଣପୁର ଟାଇଟନ୍ , ସନ୍ ସାଇନ୍ ସୁପର୍ କିଙ୍ଗ୍ସ , ରାଇସିଂ ରାୟଗଡ଼ା , ଜେ ଜେ ଷ୍ଟ୍ରାଇକର୍ ଗୁଣପୁର ଭାଗ ନେଇଥିଲେ . ଆସନ୍ତା ନଭେମ୍ବର୍ 2 ତାରିଖ ଦିନ ରୁ ଏହି କ୍ରିକେଟ ଖେଳ ଆରମ୍ଭ ହେବାକୁ ଯାଉଛି ଏବଂ ନଭେମ୍ବର୍ 12 ତାରିଖ ଦିନ ଫାଇନାଲ ଖେଳ ହେବ ବୋଲି ଗୁଣପୁର ପ୍ରିମିୟର୍ ଲିଗ୍ ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି . ପ୍ରତ୍ୟେକ ଦଳ ମାତ୍ର 30,000/- ଟଙ୍କା ର ବିଡ଼ ପ୍ରାଇସ୍ ବ୍ୟୟ କରି ନିଜ ନିଜ ଦଳ ପାଇଁ ସର୍ବମୋଟ 15 ଜଣ ଖେଳାଳି ମାନଙ୍କୁ କ୍ରୟ କରିପାରିବା ର ନିୟମ ରହିଛି. ଏଥିରେ ଓଡ଼ିଶା , ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ ର କୋଣ ଅନୁକୋଣ ରୁ 150 ଜଣ ଖେଳାଳି ମାନେ ଭାଗ ନେଇଛନ୍ତି . ଏହି ଅକ୍ସନ୍ କାର୍ଯ୍ୟକ୍ରମ ରେ ଗୁଣପୁର ର ସମାଜସେବୀ ଅକ୍ଷୟ ଦାସ , କ୍ରୀଡା ପ୍ରେମୀ ଦେବୀ ପ୍ରସାଦ ଆଚାର୍ଯ୍ଯ , ଏସ୍ ବାବା ପ୍ରସାଦ , ପ୍ରଫୁଲ୍ଲ ଲିମା , ଗଜା ପାଳ , ଜି ଆଇ ଇ ଟି ର କ୍ରୀଡା ଶିକ୍ଷକ ରବିନ୍ଦ୍ର ପଣ୍ଡା , କାଳୀ ଦାଶ ପ୍ରମୂଖ ଉପସ୍ଥିତ ରହିଥିଲେ ।