ଠାକୁରଗଡ଼,୦୫/୧୦(ବୁଲୁ ଦଳେଇ) : ଆଠମଲ୍ଲିକ ବ୍ଲକ ଆମ୍ୱସାର ମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ତଲମଲିହା ଗ୍ରାମର ଏକ ଦଳିତ ପରିବାରର ସ୍ବର୍ଗତ ରାମ ଚନ୍ଦ୍ର ସେଠୀ ୧୯୮୫ମସିହାରେ ଆମ୍ବସାର ମୁଣ୍ଡା ଠାରେ ଏକ ଉଚ୍ଚ ବିଦ୍ୟାଳୟ ସ୍ଥାପନ ଲାଗି ୬୩ ଡିସିମିଲ ଜମି ଯୋଗାଇ ଦେଇ ଥିଲେ। ସେତେ ବେଳର ସ୍କୁଲ ପରି ଚାଳନା କମିଟି ତାଙ୍କୁ ରିଯୋଲିସନ୍ କରି କହିଥିଲେ ଯେ, ତାଙ୍କୁ ବଦଳ ଜମି ଯୋଗାଇ ଦିଆଯିବ ଓ ପରିବାର ର ଜଣଙ୍କୁ ଏଠାରେ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ ନିଯୁକ୍ତ କରାଯିବ। ମାତ୍ର ଦାଖଲ ଖାରଜ୍ କେଶ୍ ନମ୍ୱର୍ ୮୮୮/୧୯୮୫ରେ ବିଦ୍ୟାଳୟ ର ସମ୍ପାଦକ ଙ୍କ ନାମ ରେ ସ୍ଥାୟୀ ଜମି ପଟ୍ଟା ପାଇବା ପରେ ସମସ୍ତେ ରାମ ଚନ୍ଦ୍ର ସେଠୀ ଙ୍କ କଥା ଭୁଲି ଗଲେ। ବର୍ତ୍ତମାନ ରାମ ଚନ୍ଦ୍ର ଙ୍କ ଦିବ୍ୟାଙ୍ଗ ଦୁଇ ଜଣ ପୁଅ, ବୋହୂ ଓ ନାତି ନାତୁଣୀ ଅଛନ୍ତି। ସେମାନେ ଚାକିରି ଖଣ୍ଡିଏ ପାଇଁ ବାରମ୍ବାର ଅନୁଗୁଳ ଜିଲ୍ଲା ପାଳ, ଆଠମଲ୍ଲିକ ଉପ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଗତ ବୁଧବାର ଦିନ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସି ଥିଲେ ମାତ୍ର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ସେମାନେ ଆଗାମୀ ଦିନରେ ସମୂହ ଅତ୍ମହୁତି ଦେବାକୁ ଚରମ ପଦକ୍ଷେପ ଗ୍ରହଣ କରିବେ ବୋଲି ଭଜମନ ସେଠୀ ଓ ରାମ ଚନ୍ଦ୍ର ସେଠୀ ଙ୍କ ଦିବ୍ୟଙ୍ଗପୁତ୍ର ଅର୍ଜୁନ କୁମାର ସେଠୀ କୋହଭରା କଣ୍ଠରେ ଗଣ ମାଧ୍ୟମ କୁ କହିଛନ୍ତି।