ଜୟପାଟଣା(ଅରୁଣ କୁମାର ସାହୁ):- ଧରାପୃଷ୍ଠରେ ବିରାଜିଛନ୍ତି ପାର୍ବତୀ ନନ୍ଦନ ଗଜାନନ । ମନ୍ତ୍ର ଧ୍ଵନିରେ ଗୁଞ୍ଜରିତ ହୋଇଉଠିଛି ମୁଖିଗୁଡ଼ା ଗ୍ରାମ । ସବୁଠି ଚାଲିଛି ଅଗ୍ରପୂଜ୍ୟ ଗଣେଶଙ୍କ ଆବାହନ । ଗଣେଶ ପୂଜାକୁ ନେଇ ଉତ୍ସବ ମୁଖର ରହିଛି ସାରା ଦେଶ । ପ୍ରତିବର୍ଷ ଭଳି ଆକର୍ଷଣୀୟ ଢଙ୍ଗରେ ଅଗ୍ରପୂଜ୍ୟ ବିଘ୍ନ ବିନାଶକଙ୍କ ପୂଜା ମୁଖିଗୁଡ଼ା ଗ୍ରାମ ର ବିଭିନ୍ନ ସ୍ଥାନ ଯଥା:- ପୁରୁଣା ମାର୍କେଟ, ଗୁନଗୁନିଆ ପଡ଼ା, ପୁରୁଣା ମାର୍କେଟ ଶିବ ମନ୍ଦିର ପଡ଼ା,ସେକ୍ଟର -01,02 ଓ 03, ଏରିଗେସନ୍ କଲୋନୀ ରେ ବିଭିନ୍ନ ରୂପ ରେ ପୂଜା କରାଯାଇ ଅଛି ପ୍ରଭୁ ଗଣେଶ ଙ୍କୁ ଏଥର ମଧ୍ୟ ସେହିଭଳି ଧୁମଧାମରେ ପୂଜା କରିବା ପାଇଁ ଉଚ୍ଚ ଧରଣର ଆୟୋଜନ କରାଯାଉଛି । ମୂର୍ତ୍ତି ଠାରୁ ନେଇ ପେଣ୍ଡାଲ ଏଥର ସବୁକିଛି ନୂଆ ରୂପରେ ନୂଆ ରଙ୍ଗରେ ଚାଲିଛି ନିର୍ମାଣ । ପୂଜା ମଣ୍ତପ ସାଜସଜ୍ଜା ମୂର୍ତ୍ତି ନିର୍ମାଣ ଓ ଗଣେଶ ପୂଜା ଆୟୋଜିତ ହୋଇଥିବା ବେଳେ ମୁଖିଗୁଡ଼ା ଗ୍ରାମ ଠାରେ ପାରମ୍ପରିକ ରୀତିନୀତିରେ ପ୍ରଭୁ ବିଘ୍ନରାଜ ଗଣେଶଙ୍କୁ ପୂଜାର୍ଚ୍ଚନା ଚାଲିଛି । ମୁଖିଗୁଡ଼ା ଗ୍ରାମ ରେ ବିଘ୍ନରାଜ ଗଣେଶଙ୍କୁ ଦର୍ଶନ କରିବା ପାଇଁ ସକାଳ ସମୟ ରେ ମଙ୍ଗଳ ଆଳତୀ ପରେ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତ ମାନଙ୍କ ଲମ୍ବା ଧାଡି ବିଭିନ୍ନ ସ୍ଥାନ ରେ ବିଘ୍ନରାଜ ଗଣେଶଙ୍କୁ ଦର୍ଶନ କରିବା ପାଇଁ ଦେଖା ଯାଉଛି । ଶୃଙ୍ଖଳିତ ଦର୍ଶନ ପାଇଁ ମୁଖିଗୁଡ଼ା ଗ୍ରାମ ବିଭିନ୍ନ ପୂଜା କମିଟି ସୁରକ୍ଷା ବ୍ୟବସ୍ଥା ସହିତ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ମୁଖିଗୁଡ଼ା ଗ୍ରାମ ର ବିଭିନ୍ନ ପୂଜା କମିଟି ପକ୍ଷରୁ ସମସ୍ତ ଭକ୍ତ ମାନଙ୍କୁ ହାର୍ତିକ ଶୁଭେଛା ବାର୍ତ୍ତା ଓ ଶୁଭ କାମନା ଜଣାଉଛୁ।