ଦୁର୍ନୀତି ଓ ଭ୍ରଷ୍ଟାଚାରର ବିରୋଧରେ ଜୟପାଟଣା ବିଜେପି ର ଗଣଧାରଣା

ମୁଖିଗୁଡ଼ା,ଜୟପାଟଣା,୯/୮(ଅରୁଣ କୁମାର ସାହୁ):- ବିଜେପି ପକ୍ଷରୁ ରାଜ୍ୟ ସରକାର ଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଶନିବାର ଜୟପାଟଣା ବ୍ଲକ ର ୨ଟି ପଂଚାୟତ ରେ ଗଣ ଧାରଣା ସହିତ ଦାବି ପତ୍ର ପ୍ରଦାନ କରାଯାଇଛି। ପାଇକକେନ୍ଦୁମୁଣ୍ଡି ଓ ହୀରାପୁର ପଂଚାୟତ ସମ୍ମୁଖରେ ବିଜେପି ପକ୍ଷରୁ ରାଜ୍ୟ ସରକାର ଙ୍କ ଦୁର୍ନୀତି ଓ ଅପାରଗତା, ଶାସନ ବ୍ୟବସ୍ଥା କୁ ନେଇ ପ୍ରତିବାଦ କରିଛନ୍ତି। ପଞ୍ଚାୟତ ସ୍ତର ରେ କାର୍ଯ୍ୟକାରୀ ହେଉଥିବା ପ୍ରଧାମନ୍ତ୍ରୀଆବାସ ବଣ୍ଟନ ରେ ଦୁର୍ନୀତି ପିଡିଏସ ବଣ୍ଟନ ରେ ଅନିୟମିତା, ମନରେଗା ଯୋଜନାରେ ଯୋଜନାରେ ଶ୍ରମିମାନଙ୍କୁ ଅଣଦେଖା ବିନା ପିସି ରେ ବ୍ଲକ୍ କାର୍ଯ୍ୟାଳୟ ରେ କୌଣସି କାର୍ଯ୍ୟ ହେଉ ନ ଥିବା ନେଇ ଅଭିଯୋଗ କରିଛନ୍ତି, ଓ ପଞ୍ଚାୟତ ମାନଙ୍କରେ ଥିବା ପାନୀୟ ସମସ୍ୟା, ରାସ୍ତା ସମସ୍ୟା, ର ସମାଧାନ ପାଇଁ ଦାବି ପତ୍ର ପ୍ରଦାନ କରାଯାଇଛି ,, ଏହି ଗଣ ଧାରଣା କାର୍ଯ୍ୟକ୍ରମ ସମୟରେ ଜୟପାଟଣା ମଣ୍ଡଳ ସଭାପତି ଉଆଁସୁ ବିଶ୍ଵାଳ, ରାଜ୍ଯ ଆଦିବାସୀ ମୋର୍ଚ୍ଚା ସଂପାଦକ ବିଜୟ ଦିଶାରୀ, ଜିଲ୍ଲା କୃଷକ ମୋର୍ଚ୍ଚା ସଂପାଦକ ନିରଞ୍ଜନ ଛତ୍ରିଆ, ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଅବିନାଶ ନନ୍ଦ, ନମାମି ଗଙ୍ଗେ ଜିଲ୍ଲା ସଂଯୋଜକ ଜଗମୋହନ ପଟ୍ଟନାୟକ, ଜିଲ୍ଲା ପ୍ରତିନିଧି ବିଭୂତି ପାଣିଗ୍ରାହୀ, ପଞ୍ଚାୟତ ସଭାପତି ଧବଳେସ୍ୱର୍ ପଟେଲ୍, ଲକ୍ଷ୍ମଣ ରଣା, ଅଶୋକ ଦାସ, ଟେଲିକମ୍ ପ୍ରତିନିଧି କାନ୍ନା ପଣ୍ଡା , ପ୍ରବୀର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ଓ ନିଜ ନିଜ ବକ୍ତବ୍ୟ ରଖିଥିଲେ ।