ଢେଙ୍କାନାଳ କୈବଲ୍ୟ ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ଜନ୍ମାଷ୍ଟମୀ ନିତି ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ସ୍ନାନ ବସ୍ତ୍ର ବିଭିନ୍ନ ଫୁଲହାର ତୁଳସୀ ହାର ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ୧୦ଟା ବେଳେ ଖେଚେଡ଼ି ଭୋଗ, ମଧ୍ୟାହ୍ନ ରେ ଅନ୍ନ ଧୂପ, ସନ୍ଧ୍ୟା ରେ ଆଳତି ରାତ୍ରର ଧୂପ ପୂର୍ବରୁ ଠାକୁରଙ୍କ ଜନ୍ମ ପୂଜା ମଙ୍ଗଳାର୍ପଣ ପୂଜା କରାଯିବ।ଜମୁନା ନଇ ମନ୍ଦିର ପ୍ରାଙ୍ଗଣରେ ତିଆରି କରାଯିବା ସହ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଭୋଗ ଲାଗି କରାଯିବ। ରାତ୍ର ଧୂପ ପରେ ପହଡ ପଡ଼ିବ। ପୂଜକ ମଳୟ କର ପୂଜକ ଶ୍ରୀବତ୍ସ ମିଶ୍ର ପୂଜକ ମନସୁମନ ମିଶ୍ର ପାଳିଆସେବକ ସମ୍ଭୁନାଥ ମହାପାତ୍ର ସୁଆର ନିଳମଣୀ ଆଚାର୍ଯ୍ୟ କାହାଳିଆ ଟିକନ ବେହେରା ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ଏହି ଜନ୍ମାଷ୍ଟମୀ ନିତି ପାଳନ କରାଯିବ।
ଢେଙ୍କାନାଳ ବାଇପାସ୍ ସ୍ଥିତ ଯଦୁପତି ବିହାର ରେ ଥିବା ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଜନ୍ମାଷ୍ଟମୀ ନିତି ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ବିଭିନ୍ନ ଫୁଲହାର ରାଧାକୃଷ୍ଣ ଙ୍କୁ ଲାଗି କରାଯାଇଥିଲା। ବିଭିନ୍ନ ଭୋଗ ଲାଗି କରାଯାଇଥିଲା। ସନ୍ଧ୍ୟା ରେ ଆଳତି ଓ ରାତ୍ରୀରେ ଜନ୍ମ ପୂଜା ଜନ୍ମ ବହି ପଠନ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯିବ। ବହୁ ସଂଖ୍ୟକ ଭକ୍ତଙ୍କ ଧାଡ଼ି ଲାଗିଥିବା ବେଳେ ଭକ୍ତଙ୍କ ହାତରେ କ୍ଷୀର, ଓ ବିଭିନ୍ନ ଫଳମୂଳ ଭୋଗ ଆଦେଖିବାକୁ ମିଳୁଛି। ଆସନ୍ତା କାଲି ନନ୍ଦ ଉତ୍ସବ ପାଳନ କରାଯିବ।
ଢେଙ୍କାନାଳ କୁଞ୍ଜକାନ୍ତ ସ୍ଥିତ ଶ୍ରୀ ଶ୍ରୀ କୁଞ୍ଜକାନ୍ତ ଜୀଉଙ୍କ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ବିଭିନ୍ନ ଫୁଲହାର ତୁଳସୀ ହାର ଓ ସୁନା ଅଳଙ୍କାର ଲାଗି କରାଯାଇଥିଲା ଠାକୁରଙ୍କୁ। ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥିଲା। ସନ୍ଧ୍ୟା ରେ ଆଳତି ରାତ୍ରରେ ଠାକୁରଙ୍କ ର ଜନ୍ମ ପୂଜା ଓ ଜନ୍ମ ବହି ପଠନ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଭୋଗ ଲାଗି କରାଯିବ। ଭକ୍ତମାନେ ଦୀପ, ଧୂପ ଓ ବିଭିନ୍ନ ପ୍ରକାରର ଭୋଗ ନେଇ ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।