ଏସ୍ ୟୁଜେ ଓ କେ ଜେୟୁ ସାମ୍ୱାଦିକ ସଙ୍ଘ ଜୋନାଲ ସ୍ତରୀୟ ବୈଠକ ଅନୁଷ୍ଠିତ।

ମୁଖିଗୁଡ଼ା,ଜୟପାଟଣା( ଅରୁଣ କୁମାର ସାହୁ):-ଆଜି ରାଜ୍ୟ ସାମ୍ୱାଦିକ ସଂଘ ଏସ୍ ୟୁଜେ ଓ କଳାହାଣ୍ଡି ସାମ୍ୱାଦିକ ସଙ୍ଘ କେଜେୟୁ ତରଫ ରୁ ଜୋନାଲ ସ୍ତରୀୟ ବୈଠକ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରଣ ମାଲ ମଣ୍ଡି ପରିସର ରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ କଳାହାଣ୍ଡି ସାମ୍ୱାଦିକ ସଙ୍ଘ କେଜେୟୁ ସଭାପତି ମହମ୍ମଦ ଅଲ୍ଲୀ ଖାଁ ,ରାଜ୍ୟ ସାମ୍ୱାଦିକ ସଂଘ ଏସ୍ ୟୁଜେ ର ଉପସଭାପତି ଦୁଷ୍ମନ୍ତ କୁମାର ପଣ୍ଡା ଓ କଳାହାଣ୍ଡି ଜିଲ୍ଲା ସାଧାରଣ ସଂପାଦକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗମୋହନ ପଟ୍ଟନାୟକ ପ୍ରମୁଖ ବରିଷ୍ଠ ସାମ୍ବାଦିକ ଯୋଗଦେଇ ଥିଲେ ଏବଂ ଚତୁର୍ଥ ସ୍ତମ୍ଭ ର ଆମ ସାମ୍ବାଦିକ ମାନଙ୍କର ଦକ୍ଷତା ବୃଦ୍ଧି ଓ ସୁଦୃଢକୁ ନେଇ ସେମାନେ କିପରି ନିଜ କାର୍ଯ୍ୟରେ ସମାଜର ଉନ୍ନତି ପଥରେ ତୃଣମୂଳ ସ୍ତରର ଖବରକୁ ଲୋକ ଲୋଚନକୁ ଅଣାଯାଇ ସରକାରଙ୍କୁ କିପରି ଜାଗ୍ରତ କରାଇବେ ସେ ବିଷୟକୁ ନେଇ ଆଲୋଚନା କରିଥିଲେ। ରାଜ୍ୟରେ ଦିନକୁ ଦିନ ଗଣମାଧ୍ୟମ ଅସୁରକ୍ଷିତ ହେଉଥିବାରୁ ଆଗାମୀ ଦିନରେ ପ୍ରତିକୂଳ ପରିସ୍ଥିତିରେ ସଂଘବଦ୍ଧତା ହୋଇ ଏହାକୁ ପ୍ରତିହତ କରାଯିବାକୁ ମଧ୍ୟ ଆହ୍ୱାନ କରିଥିଲେ ଏବଂ ସଂଘ କୁ ଦୃଢ଼ ଭାବରେ ଗଡି ତୋଳିବା ସହିତ କିପରି ସମସ୍ତେ ମିଳିମିଶି ରହିବା ଏ ବିଷୟ ରେ ଆମ ସାମ୍ବାଦିକତା କରିଥିବା ସମସ୍ତ ଭାଈ, ଭଉଣୀ ପାଖରେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ ରଖି ମାର୍ଗ ଦେଖାଇ ଥିଲେ। ଆମ କେଜେୟୁ ସଭାପତି ମହମ୍ମଦ ଅଲ୍ଲୀ ଖାଁ ସମସ୍ତ ସାମ୍ବାଦିକ ମାନଙ୍କୁ ଏକ ପ୍ରତିଶ୍ରୁତି ଦେଇ ଆହ୍ବାନ କରି କହି ଥିଲେ ଆଗାମୀ ଦିନରେ କେକେୟୁ କେମିତି ରାଜ୍ୟ ସ୍ଥରୀୟରେ ଶ୍ରେଷ୍ଠ ସ୍ଥାନ ଗ୍ରହଣୀୟ ହେବ ତାହା ସେ ଏହି ସଭା ମାଧ୍ୟମରେ ମତ ପ୍ରକାଶ କରିଥିଲେ। ପରିଶେଷରେ ରାଜ୍ୟ ସାମ୍ବାଦିକ ସଂଘ ଏସ୍ ୟୁଜେ ତରଫରୁ ସମସ୍ତ ସାମ୍ବାଦିକ ମାନଙ୍କୁ ପ୍ରେସ ମେମ୍ବର ଆଇଡି କାର୍ଡ ବଣ୍ଟନ କରାଯାଇଥିଲା ।ଉକ୍ତ ସଭାକୁ ନୟନରଞ୍ଜନ ପଣ୍ଡା ପରିଚାଳନା କରିଥିବା ବେଳେ ସମସ୍ତ ସାମ୍ବାଦିକ ଉପସ୍ଥିତ ରହି ଉକ୍ତ ସଭାକୁ ସୁବିଚାର ସହିତ ନିଜ ନିଜ ସାମ୍ବାଦିକୀୟ ତଥ୍ୟ ଅନୁଯାୟୀ ମତ ପ୍ରକାଶ କରିଥଲେ। ଏହି ଉକ୍ତ ବୈଠକ ରେ ଜୟପାଟଣା, କଲମପୁର ଓ କୋକସରା ବ୍ଲକ ର ସାମ୍ବାଦିକତା କରୁଥିବା ସମସ୍ତ ସାମ୍ୱାଦିକ ଉପସ୍ଥିତ ରହି କାର୍ଯ୍ଯ କ୍ରମ କୁ ସୃଦୃଢ ଭାବରେ ଆଗେଇ ନେଇଥିଲେ।