ବ୍ରହ୍ମପୁର, ୩/୯(ସୁନିଲ କୁମାର ସାହୁ) : ଗଞ୍ଜାମ ମାଟିର ଟାଣୁଆ ନେତା,ଦିଗପହଣ୍ଡି ବିଧାୟକ ତଥା ପୂର୍ବତନ ବାଚସ୍ପତି ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପାର୍ଥିବ ଶରୀର ବ୍ରହ୍ମପୁର ଗାନ୍ଧୀ ନଗର ଛକ ସ୍ଥିତ ନିଜ ବାସଭବନରେ ପହଞ୍ଚିବା ପରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ,ଜିଲ୍ଲା ଉପସଭାପତି ତଥା ମିଡ଼ିଆ ପ୍ରଭାରୀ ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର ପ୍ରମୁଖଙ୍କ ସମେତ ଦଳର ବହୁ ସଦସ୍ୟ ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଶେଷ ଦର୍ଶନ କରିବା ସହ ତାଙ୍କ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ର ଜଣେ ଲୋକପ୍ରିୟ ଜନ ନେତା ଭାବେ ଗଞ୍ଜାମ ତଥା ଓଡ଼ିଶାର ଜନମାନସରେ ଆଦୃତ ହୋଇପାରିଥିଲେ । ସ୍ୱର୍ଗତ ପାତ୍ରଙ୍କ ବିୟୋଗ ଗଞ୍ଜାମ ଜିଲ୍ଲା ତଥା ଓଡ଼ିଶା ବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବିଜେପି ନେତୃବୃନ୍ଦ ଜଣାଇଛନ୍ତି ।