ଗୁଣପୁର,(ସିଦ୍ଧାର୍ଥ ଦାସ) : ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ପୌର ପରିଷଦ ଠାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି. ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ , ସମ୍ମାନିତ ଅତିଥି ଭାବେ ଗୁଣପୁର ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ , ଅନ୍ୟତମ ସମ୍ମାନିତ ଅତିଥି ଭାବେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ର ଏସ୍ ଡି ଏମ୍ ଓ ଶ୍ରୀ ରମେଶ ଚନ୍ଦ୍ର ସାହୁ , ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ , ଉପାଧକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ , ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ସତ୍ୟ ସମ୍ପର୍ଣ୍ଣ ରାଉତ ପ୍ରମୁଖ ଉପସ୍ଥିତ ରହି ମଞ୍ଚାସୀନ ରହିଥିଲେ . ପ୍ରଥମେ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାର୍ଷିକ ବିବରଣୀ ପାଠ କରିଥିଲେ . ତାହା ପରେ ନୂତନ ପେନସନ୍ ହିତାଧିକାରୀ ଙ୍କୁ ପେନସନ୍ ଖାତା ବଣ୍ଟନ , ମିଶନର ଶକ୍ତି ଗୋଷ୍ଠୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ , ବୁଲା ବିକାଳୀ ମାନଙ୍କୁ ଦୋକାନ ଗୃହ ଆବଣ୍ଟନ , ଦଶମ ଓ ଦ୍ଵାଦଶ ଶ୍ରେଣୀ ରେ ସର୍ବାଧିକ ନମ୍ବର୍ ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ , ଗୁଣପୁର ପୌର ପରିଷଦ ର ଲୋଗ ଉନ୍ମୋଚନ ଏବଂ ଲୋଗ ପ୍ରତିଯୋଗୀତା ର ବିଜେତା ଙ୍କୁ ପୁରସ୍କୃତ , ମିଶନ୍ ଶକ୍ତି ଗୋଷ୍ଠୀ ମାନଙ୍କୁ ସମ୍ମାନିତ , ସୁଦକ୍ଷ ସ୍ଵଚ୍ଛ ସାଥୀ ମାନଙ୍କୁ ପୁରସ୍କୃତ , ସ୍ଵାୟତ ଶାସନ୍ ଦିବସ ଉପଲକ୍ଷେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତା ର ବିଜେତା ମାନଙ୍କୁ ପୁରସ୍କୃତ , ସୁଦକ୍ଷ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇଥିଲା . ଉକ୍ତ କାର୍ଯ୍ୟକ୍ରମରେ ଅତିଥି ପରିଚୟ ଏବଂ ସ୍ୱାଗତ୍ ଭାଷଣ ସମାପିକା ପାତ୍ର ଦେଇଥିବା ବେଳେ , ମଞ୍ଚ ପରିଚାଳନା କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୁଣପୁର ଡଃ ସତ୍ୟ ସମ୍ପର୍ଣ୍ଣ ରାଉତ କରିଥିଲେ . କାର୍ଯ୍ୟକ୍ରମ ପରିଶେଷରେ ପୌର ପରିଷଦ ର ଏମ୍.ଇ ଶ୍ରୀ ବିଶ୍ଵନାଥ ସାର୍କା ଧନ୍ୟବାଦ ଅର୍ପଣ କରିଥିଲେ . ଶିବ କୃଷ୍ଣ ଆକାଉଣ୍ଟାଣ୍ଟ ମୁକ୍ତା , ନିରଞ୍ଜନ ସାହୁ ପୌର ପରିଷଦ ଆକାଉଣ୍ଟାଣ୍ଟ , ସୁସ୍ମିତା ଦଲେଇ ଜୁନିଅର ଆସିଷ୍ଟାଣ୍ଟ ପୌର ପରିଷଦ , ଲକ୍ଷ୍ମଣ ହେମ୍ରମ କୋଷାଧ୍ଯକ୍ଷ ପୌର ପରିଷଦ , ତାପସ ପଟ୍ଟନାୟକ ଏମ୍ ଆଇ ଏସ୍ ପୌର ପରିଷଦ , ଆଦିତ୍ୟ ମିଶ୍ର ଜେ.ଇ ପୌର ପରିଷଦ , ରବିନ୍ଦ୍ର ନାଥ ଦାଶ ଆଇ.ଇ ମୁକ୍ତା ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ପୌର ପରିଷଦ ର ସମସ୍ତ ୱାର୍ଡ ର କାଉନ୍ସିଲର, ମହିଳା ସଂଘ ଗୁଡିକ ସହ ଅନ୍ୟାନ୍ୟ ବ୍ୟକ୍ତି ମାନେ ମାନେ ଉପସ୍ଥିତ ରହିଥିଲେ .