ବେଗୁନିଆପଡ଼ା,୨୬/୮(ସୁନିଲ କୁମାର ବେହେରା): ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଗୁନିଆପଡ଼ା ବ୍ଳକ ର ଶ୍ରୀ ଶ୍ରୀ ତୁମ୍ଭେଶ୍ୱର ମନ୍ଦିର ପ୍ରାଙ୍ଗଣରେ କଂଗ୍ରେସ ର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ସମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣ କୌଶଳ ସ୍ତିର କରିବା। ପ୍ରତି ପଞ୍ଚାୟତ ବୁଥ ସ୍ତରରୁ କର୍ମୀ ମାନଙ୍କୁ ଏକତ୍ରିତ କରି କଂଗ୍ରେସ ସଗଂଠନକୁ ମଜବୁତ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ର ଯୁବ କଂଗ୍ରେସ ସଭାପତି ଶ୍ରୀ ସଞ୍ଚୟ କୁମାର ମଣ୍ଡଳ(ପିଣ୍ଟୁ) , ପିସିସି ସଭ୍ୟ ଓ ବେଗୁନିଆପଡ଼ା ବ୍ଳକ ସଭାପତି ଭବାନୀ ପ୍ରସାଦ ଜେନା, କବିସୂର୍ଯ୍ୟନଗର ବ୍ଲକ ସଭାପତି ଶରତ ଚନ୍ଦ୍ର ଦାଶ, କବିସୂର୍ଯ୍ୟନଗର ବ୍ଲକ ଉପସଭାପତି ସୁବାଷ ଚନ୍ଦ୍ର ଜେନା, କବିସୂର୍ଯ୍ୟନଗର ବ୍ଲକ ସମ୍ପାଦକ ଧରଣୀ ଧର ବେହେରା, କବିସୂର୍ଯ୍ୟନଗର ପୂର୍ବତନ ଯୁବ କଂଗ୍ରେସ ସଭାପତି ଶ୍ରୀକାନ୍ତ ସୁମନ୍ତରାୟ, ବରିଷ୍ଠ କଂଗ୍ରେସ କର୍ମୀ ଶ୍ରୀନିବାସ ପ୍ରଧାନ, ପବିତ୍ର ସାମନ୍ତରାୟ ଓ ଦଣ୍ଡପାଣି ମହାରଣା ଉପସ୍ଥିତ ଥିଲେ।